ନୟାଗଡ଼, (ବାଘୁଆବାର୍ତ୍ତା): ଆଜିଠୁ ଆରମ୍ଭ ହୋଇଛି ବିଧାନ ସଭା ଅଧୀବେଶନ । ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣକୁ ସମାଲୋଚନା କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ରାଜ୍ୟପାଳଙ୍କ ଭାଷଣ ଶୁଣିଲାବେଳେ ମୋତେ ଲାଗିଲା ଏହା ଏକ ସାହିତ୍ୟ ସଭା । ବିଭିନ୍ନ ଆଳଙ୍କରୀକ ଶବ୍ଦ ବ୍ୟବହାର କରି ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ରାଜ୍ୟ ପାଳଙ୍କ ଅଭିଭାଷଣରେ ଓଡିଶାର ଜନହିତକର କଥା କିଛି କହି ନାହାନ୍ତି । ଲୋକଙ୍କ ସମସ୍ୟା କଥା କହିନାହାନ୍ତି । ରାଜ୍ୟରେ ଦରଦାମ ହୁତୁହୁତୁ ହୋଇ ବୃଦ୍ଧି ପାଇଛି । ପୋଲାଭରମ ପ୍ରକଳ୍ପ, ମହାନଦୀ ପ୍ରସଙ୍ଗ, ଓଡିଆ ଅସ୍ମିତାକୁ ଧୋକ୍କା ସମ୍ବନ୍ଧରେ କିଛି କହିଲେ ନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ପଡିଛି । ଚୋରି, ଡକାୟତି, ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି । ଡବଲ ଇଞ୍ଜିନ ସରକାରରେ ଡବଲ କଟ୍ନି ଛଟନି ଚାଲିଛି । ସରକାର ଯାହା ଲେଖି କରି ଦିଅନ୍ତି ରାଜ୍ୟପାଳ ଏହାକୁ ପଢ଼ନ୍ତି । ରାଜ୍ୟ ପାଳଙ୍କର କାମ କିଛି ନଥାଏ । ଏ ସରକାର ରାଜ୍ୟପାଳଙ୍କ ପଦ ମର୍ଯ୍ୟାଦା ହାନି କରିବାରେ ଲାଗିଛନ୍ତି । ରାଜ୍ୟ ସରକାରଙ୍କ ମୁଣ୍ଡରୁ ଭୁତ ଯାଇନି, ବିରୋଧୀ ଦଳରେ ଥିବାବେଳେ ଯାହା କହୁଥିଲେ ସେ ଭୁତ ରାଜ୍ୟ ସରକାରଙ୍କ ମୁଣ୍ଡରୁ ଯାଇନି । ବାହାପା ବାହାଦୁରି କଥା କହି ରାଜ୍ୟ ପାଳଙ୍କ ପଦକୁ କ୍ଷୁର୍ଣ୍ଣ କରୁଛି ଏ ସରକାର । ଫମ୍ପା ମାଠିଆର ଶବ୍ଦ ବେଶୀ ପରି ରାଜ୍ୟପାଳଙ୍କ ଅଭିଭାଷଣ ରହିଥିଲା । ନବୀନ ପଟ୍ଟନାୟକ ସମୟରେ ଯେଉଁ କାର୍ଯ୍ୟ ହୋଇଥିଲା ଏ ସରକାର ରଙ୍ଗବୋଳି ନୂତନ ନାମ କରଣ କେବଳ କରିଛନ୍ତି ।





