Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଟାମାଟି ବଜାରରେ ବଡ଼ ଧରଣର ଦୁର୍ଘଟଣା, ଦୁଇ ମୃତ

by ସଞ୍ଜୟ ସ୍ୱାଇଁ
February 12, 2025
in Accident, Nayagarh, State
ଇଟାମାଟି ବଜାରରେ ବଡ଼ ଧରଣର ଦୁର୍ଘଟଣା, ଦୁଇ ମୃତ
1.2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ବଜାରରେ ବଡ଼ ଧରଣର କାର ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଦୁଇ ଜଣଙ୍କର ମୃତ ଘଟିଛି । ଇଟାମାଟି ବଜାରରେ ରାତ୍ର ଦୁଇଟା ପରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ଦୋକାନକୁ ପିଟିଲା ଇନୋଭା କାର୍ । ମହାରାଷ୍ଟ୍ର ନାଗପୁର ଅଞ୍ଚଳର ପଥଚାରୀ ଦ୍ବାରିକାପ୍ରସାଦ ଏବଂ କାର୍ ପଛରେ ବସିଥିବା ବୋଲଗଡ ଅଞ୍ଚଳର ସାଗୁରୁଗାଁ ଗାଁର ସୂର୍ଯ୍ୟକାନ୍ତ ପ୍ରଧାନ ମୃତ ଘଟିଛି । ଦୁର୍ଘଟଣା ପରେ କାର୍ ଡ୍ରାଇଭର୍ ଫେରାର୍ ରହିଛି । ଦୃତଗତି ଯୋଗୁ ବୁଲାଣି କାଟିନପାରିବାରୁ ଦୁର୍ଘଟଣା ହୋଇଥିବା ଅନୁମାନ । ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ନୟାଗଡ ପଟୁ ନିଜ କାରରେ ସୂର୍ଯ୍ୟକାନ୍ତ ଗାଁକୁ ଫେରୁଥିଲେ ।

ଇଟାମାଟି ବଜାରରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଦ୍ବାରିକାନାଥଙ୍କୁ ଧକ୍କା ଦେଇ ଏକ ଇଲେକ୍ଟ୍ରୋନିକ୍ସ ଦୋକାନକୁ ଧକ୍କା ଦେଇଥିଲା । ଦ୍ବାରିକାନାଥ ଜଣେ ଟ୍ରକ୍ ଡ୍ରାଇଭର୍ ଏବଂ ସେ ସ୍ଥାନୀୟ ଏକ କବାଡିଆ ଗୋଦାମରେ ଗାଡି ଲଗାଇ ଚା ପିଇବା ପାଇଁ ବଜାରକୁ ଆସିଥିଲେ । କାର୍ ଡ୍ରାଇଭର୍ ଭୂବନାନନ୍ଦ ପ୍ରଧାନ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି ।ସ୍ଥାନୀୟଲୋକ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଇଟାମାଟି ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!