Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁ ପ୍ରଥମ ବାପୁନି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

by ସଞ୍ଜୟ ସ୍ୱାଇଁ
February 3, 2025
in Nayagarh, Sports, State
ଓଡ଼ଗାଁ ପ୍ରଥମ ବାପୁନି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
37
VIEWS
Share on FacebookShare on Twitter

ଆରଏଏ ଓଡ଼ଗାଁ ୪ ଦଳ ଭାବେ ସେମିଫାଇନାଲରେ ପ୍ରବେଶ

ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀରାମ ସ୍ପୋର୍ଟସ କ୍ଳବ୍ ଦ୍ବାରା ଆୟୋଜିତ ଓଡ଼ଗାଁ ପ୍ରଥମ ବାପୁନି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ରବିବାର ଚତୁର୍ଥ ଦିନ ପ୍ରଥମ ଲିଗ୍ ମ୍ୟାଚରେ ପଞ୍ଚରିଡା ମାନପୁର ଦଳ ଯୋଗେଇ ନଥିବାରୁ ରଘୁନାଥ ଆଥଲେଟିକ ଆସୋସିଏସନ, ଓଡ଼ଗାଁ ସିଧା ସଳଖ ଭାବେ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲା । ଦ୍ବିତୀୟ ଲିଗ୍ ମ୍ୟାଚରେ ଏମ୍ ସିସି, କୁରାଳ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୭୫ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଜେସିଏ, ବାହାଡାଝୋଲା ୬ ଓଭରରେ ଗୋଟିଏ ଉଇକେଟ ହରାଇ ମ୍ୟାଚ ଜିତିଯାଇଥିଲା । ବିଜୟୀ ଦଳର ରାକେଶ ୧୨ ବଲରେ ୧୭ ରନକରି ଏବଂ ୨ ଓଭରରେ ୨୧ ରନ ବଦଳରେ ୩ ଉଇକେଟ ନେଇ ମ୍ୟାନ ଅଫଦି ମ୍ୟାଚ ଘୋଷିତ ହୋଇଥିଲେ । ଆଜି ଚତୁର୍ଥ ଦିନରେ ଚତୁର୍ଥ କ୍ବାଟର ଫାଇନାଲ ମ୍ୟାଚରେ ରଘୁନାଥ ଆଥଲେଟିକ ଆସୋସିଏସନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୦୦ ରନ ସଂଗ୍ରହ କରିଥିବା ବେଳେ ବାହାଡାଝୋଲା ନିର୍ଦ୍ଧାରିତ ଓଭରରେ ୩ ଉଇକେଟ ୯୬ ରନରେ ସିମିତ ରହିଥିଲା । ଫଳରେ ରଘୁନାଥ ଆଥଲେଟିକ ଆସୋସିଏସନ ବିଜୟ ହାସଲ କରି ୪ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପକ୍ଷରେ ବାହାଡାଝୋଲାର ବିକାଶ ୧୯ ବଲରେ ୬୧ ରନକରି ମ୍ୟାନ ଅଫଦି ମ୍ୟାଚ ବିବେଚିତ ହୋଇଥିଲା । ସନ୍ତୋଷ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବସନ୍ତ କୁମାର ସାହୁ, ସାଗର, ଅନନ୍ତ, ତନ୍ମୟ, ଅମିତ୍, ବୁଲୁ ଆଜିର ଖେଳକୁ ପରିଚାଳନା କରିଥିଲା ବେଳେ ସୋମବାର ଦିନ ପ୍ରଥମ ସେମିଫାଇନାଲ ମ୍ୟାଚ କଇଥ ଗାଡିଆ ସହିତ ମଶାବାରୀ ଏବଂ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଇଟାଭାଟି ଓ ରଘୁନାଥ ଆଥଲେଟିକ ଆସୋସିଏସନ ସହିତ ଅନୁଷ୍ଠିତ ହେବ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!