Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍କାନରରେ ଶିକ୍ଷକ ଓ କର୍ମଚାରୀ

by ସଞ୍ଜୟ ସ୍ୱାଇଁ
January 29, 2025
in Education, Feature News, Nayagarh
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍କାନରରେ ଶିକ୍ଷକ ଓ କର୍ମଚାରୀ
357
VIEWS
Share on FacebookShare on Twitter

କାର୍ଯ୍ୟରେ ଯୋଗ ଦେଲେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ

ନୟାଗଡ଼, (ବାଘୁଆବାର୍ତ୍ତା); ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଯୋଗ ଦେଲେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଚିତରଂଜନ ପାଣ୍ଡେ । ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ୧୭ତାରିଖରେ ବିଜ୍ଞପ୍ତି ନଂ ୧୪୪୪ ଅନୁସାରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଯୁଗ୍ମ ନିର୍ଦ୍ଦେଶିକା ଭାବେ ବଦଳି କରାଯିବା ପରେ ସୋମବାର ଦିନ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି  ଜିଲ୍ଲା ଶିକ୍ଷା ବିଭାଗର ଦାୟୀତ୍ୱ ଗ୍ରହଣ କରିଛନ୍ତି ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଂଜନ ପାଣ୍ଡେ । ସେ ପୂର୍ବରୁ ଗଞ୍ଜାମ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ କରି ଆସିଥିବା ବେଳେ ନୟାଗଡ଼ ଜିଲ୍ଲା ତାଙ୍କ ପାଇଁ ଶିକ୍ଷା ବିଭାଗରେ ପରିବର୍ତ୍ତନ ଆଣିବା ପାଇଁ ଚ୍ୟାଲେଞ୍ଜ ପାଲଟିବ । ନୟାଗଡ଼ ଜିଲ୍ଲା ମୋ ପାଇଁ ଚ୍ୟାଲେଞ୍ଜ ହେବ । ମନମାନି କରୁଥିବା ଶିକ୍ଷକ ମାନଙ୍କ ଉପରେ ନଜର ରହିବ ଏବଂ କର୍ମଚାରୀମାନେ କିପରି କାର୍ଯ୍ୟରେ ମନ ନିବେଶ କରିବେ ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଶିକ୍ଷା ବ୍ୟବସ୍ତାରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବି । ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଏବଂ ହାଇସ୍କୁଲ ସ୍ତରରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ କେମିତି ଭଲ ହେଇ ପାରିବ ସେ ଉପରେ ପ୍ରାଧାନ୍ୟ ଦିଆଯିବ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥିତ ଉପରେ ନଜର ରଖାଯିବା ସହ କାହିଁକି ଏବଂ କଣ ଛାତ୍ରଛାତ୍ରୀ  ଅନୁପସ୍ଥିର ରହୁଛନ୍ତି ତା ଉପରେ ଫୋକସ୍ ଦିଆଯିବ । ବିଦ୍ୟାଳୟର ଭିତ୍ତିଭୂମି ଦେଖିଲା ପରେ ଯେଉଁଠି ବିଦ୍ୟାଳୟ ମରାମତି କିମ୍ବା ନୂତନ ଗୃହର ଆବଶ୍ୟକ ହେବାକୁ ଥିବା ସେହି ବିଦ୍ୟାଳୟ ଗୁଡିକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଯାହା ପଦକ୍ଷେପ ନିଆଯିବା କଥା ନିଆଯିବ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!