Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନ, ଛିଣ୍ଡା ଜରି ଗଦା ଉପରେ ଅସହାୟ ଜୀବନ

by ସଞ୍ଜୟ ସ୍ୱାଇଁ
January 28, 2025
in Nayagarh, State
ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନ, ଛିଣ୍ଡା ଜରି ଗଦା ଉପରେ ଅସହାୟ ଜୀବନ
157
VIEWS
Share on FacebookShare on Twitter

କଞ୍ଚା ଚୁଡା, ଚିନି, ନଦୀ ଜଳରେ ବିତୁଛି ଜୀବନ

ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟରେ ସାମାଜିକ ସୁରକ୍ଷାରୁ କେହି ଯେପରି ବଞ୍ଚିତ ନହୁଅନ୍ତି ସେଥିପାଇଁ ସାମାଜିକ ସୁରକ୍ଷା ବିଭାଗ ଦୃଷ୍ଟି ଦେଉଛି । ବିଭାଗୀୟ ଦୃଷ୍ଟି ଅନ୍ତରାଳେ ରହି କିଛି ବ୍ୟକ୍ତି ଅସହାୟ ଜୀବନ କାଟୁଛନ୍ତି । ରାତି ସାରା ଖୋଲା ଆକାଶ ତଳେ ରହୁଛନ୍ତି । କଞ୍ଚା ଚୁଡା, ଚିନି ଓ ନଦୀ ଜଳ ପାନ କରି ଜୀବନ ବିତାଉଛନ୍ତି । ସେଭଳି ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବ୍ରଜାରାଜପୁର ଗ୍ରାମ ପଞ୍ଚାୟତ ବଡ଼ ଲତାର ଗ୍ରାମରେ । ଟୁଟୁ ପଟ୍ଟନାୟକଙ୍କ ପୁଅ ଲିଟୁ ପଟ୍ଟନାୟକ ଜଣେ ସ୍ନାତକ ଡିଗ୍ରୀଧାରୀ କମ୍ପ୍ୟୁଟର ଜ୍ଞାନ ଥିବା ଯୁବକ ।

ଟୁଟୁ ପଟ୍ଟନାୟକ ଭୂମିହୀନ । ସ୍ତ୍ରୀ ଚାଲିଗଲା ପରେ ପରଘରେ ଆଶ୍ରିତ । ପୁଅ ଲିଟୁ ପଟ୍ଟନାୟକ ଶିକ୍ଷିତ ହୋଇଥିଲେ ମଧ୍ୟ କାମଧନ୍ଦା ନପାଇ ବୁଲି ବୁଲି ଛିଣ୍ଡା ଜରି, ବୋତଲ ଗୋଟାନ୍ତି । ଜେଲ୍ ଛକରେ ଥିବା କବାଡିଆ ପାଖରେ ବୋତଲ ବିକ୍ରୟ ପଇସାରେ ଦୋକାନରୁ ଚୁଡା ଓ ଚିନି କିଣି ଖାଆନ୍ତି ମନ୍ଦାକିନୀ ନଦୀ କିମ୍ବା ନଳକୂପ ଜଳ ପାନ କରି ଶୋଷ ମେଣ୍ଟାନ୍ତି । ଭାରି ସ୍ୱାଭିମାନୀ କାହାକୁ ହାତ ପତାନ୍ତି ନାହିଁ । ଜେଲ୍ ଛକ ଲତାର ରାସ୍ତା କଡରେ ଗୋଟାଇଥିବା ଛିଣ୍ଡା ଜରି ଗଦା ଉପରେ ଖୋଲା ଆକାଶ ତଳେ ଥଣ୍ଡା କାକରରେ ଶୋଇଥାନ୍ତି । ଅନେକ ସରକାରୀ ଅଧିକାରୀ, ନେତା, ଅନାଥାଶ୍ରମ କରିଥିବା ସମାଜସେବୀ ଓ ଏନ୍‌ଜିଓ ଅଧିକାରୀ ସେହି ରାସ୍ତା ଦେଇ ଯାଉଥିଲେ ମଧ୍ୟ ଅସହାୟ ଶିକ୍ଷିତ ଲିଟୁ ପଟ୍ଟନାୟକଙ୍କୁ ଦେଖିଲେ ମଧ୍ୟ ମୁହଁ ଫେରାଇ ଚାଲି ଯାଆନ୍ତି । ନୟାଗଡ଼ ଜିଲ୍ଲାପାଳ ଓ ରାଜ୍ୟର ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଦୃଷ୍ଟି ଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!