Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଣ୍ଡିରେ ଅବ୍ୟବସ୍ଥା, ଜିଲ୍ଲାପାଳଙ୍କୁ ଭେଟିଲେ ବାଉଁଶିଆପଡାର ଚାଷୀ

by ସଞ୍ଜୟ ସ୍ୱାଇଁ
January 21, 2025
in Nayagarh, State
ମଣ୍ଡିରେ ଅବ୍ୟବସ୍ଥା, ଜିଲ୍ଲାପାଳଙ୍କୁ ଭେଟିଲେ ବାଉଁଶିଆପଡାର ଚାଷୀ
212
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲାରେ ଧାନକିଣା ଆରମ୍ଭରୁ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଲାଣି । ଚଳିତ ବର୍ଷ ଧାନ କଟା ଆରମ୍ଭ ସମୟରେ ଦୁଇଦୁଇଥର ଅଦିନିଆ ବର୍ଷା କାରଣରୁ ଧାନ ବିଲରେ ପଡି ଗଜା ହୋଇଥିବା ବେଳେ ଯାହାକିଛି ରହିଥିଲା ତାକୁ ଆଣି ମଣ୍ଡିକୁ ଯିବା ସମୟରେ ତାହା ଏଫ.ଏ.କ୍ୟୁ ମାନ ହୋଇନଥିବାରୁ ସୋସାଇଟି ଗ୍ରହଣ କରୁନାହାଁନ୍ତି । ଫଳରେ ଚାଷୀ ଧାନକୁ ନେଇ କଣ କରିବ ସେହି ଚିନ୍ତାରେ ପଡିଛି । କିଛି ସ୍ଥାନରେ ୮ ରୁ ୯ କେଜି ଧାନ କାଟି ସୋସାଇଟି ନେଉଥିବା ଦେଖାଯାଇଛି । ବାଉଁଶିଆପଡା ସୋସାଇଟିର ୮ଟି ଗାଁର ଚାଷୀମାନଙ୍କୁ ୧୦ତାରିଖରୁ ଟୋକନ୍ ମିଳିସାରିଲାଣି । ହେଲେ ସମବାୟସମିତି ଏବଂ ମିଲର୍‌ଙ୍କ ଟାଳଟୁଳ ନୀତି ଯୋଗୁ ଚାଷୀ ଧାନ ଆଣିଥିଲେ ମଧ୍ୟ ଏହା ଉଠି ପାରୁନାହିଁ । ଚାଷୀର ଧାନ ଏଫ୍ . ଏ . କ୍ୟୁ ମାନ ହେଉନଥିବାରୁ ତାହା ମଣ୍ଡିରେ ପଡିରହିଛି । ବିଗତ ବର୍ଷ ମାନଙ୍କରେ ସରକାର ଏଫ୍‌.ଏ.କ୍ୟୁ ମାନ ଧାନ କ୍ରୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଚାଷୀର ଧାନ ଉଠୁଥିଲା ହେଲେ ଏଥର କାହିଁକି ନିଆଯାଉନାହିଁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଚାଷୀକୁଳ ହତାଶ ହେବ ବୋଲି ସେମାନେ କହିଛନ୍ତି । ଏତିପାଇଁ ଅଞ୍ଚଳର ଚାଷୀମାନେ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେପଟେ କଟନିଛଟନି ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ଏବଂ ଚାଷୀଙ୍କ ଧାନ କିପରି ଉଠିବ ସେ ଦିଗରେ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!