Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିରିୟସ ଜୋନ୍ ନାଟକ ମହୋତ୍ସବ ତୃତୀୟ ସଂନ୍ଧ୍ୟା ରେ ମଞ୍ଚସ୍ଥ ହେଲା ନାଟକ ମାଗୁଣିର ଶଗଡ଼

by Sanjay Swain
January 19, 2025
in Entertainment, Nayagarh
ସିରିୟସ ଜୋନ୍ ନାଟକ ମହୋତ୍ସବ ତୃତୀୟ ସଂନ୍ଧ୍ୟା ରେ ମଞ୍ଚସ୍ଥ ହେଲା ନାଟକ ମାଗୁଣିର ଶଗଡ଼
270
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): ସିରିୟସ ଜୋନ୍ ନାଟକ ମହୋତ୍ସବ ତୃତୀୟ ସଂନ୍ଧ୍ୟା ରେ ମଞ୍ଚସ୍ଥ ହେଲା ବିଦ୍ୟାକନକ ସୃଜନାନୁଷ୍ଠାନ ର ନାଟକ ମାଗୁଣିର ଶଗଡ଼ । ଗୋଦାବରୀଶ ମହାପାତ୍ରଙ୍କ ଲିଖିତ କାହାଣୀ ମାଗୁଣିର ଶଗଡ଼ ଯାହାକୁ ନାଟ୍ୟ ରୂପ ଦେଇଛନ୍ତି ନବୀନ କୁମାର ପରିଡ଼ା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଜଗଦିଶ ପ୍ରସାଦ ମହାରଣା । ଏହି ନାଟକ ମାଧ୍ୟମରେ ଏକ ସାଧାରଣ ଖଟିଖିଆ ଲୋକ ମାଗୁଣିର ସୁଖ, ଦୁଃଖ ଏବଂ ପ୍ରଗତିଶୀଳ ସମାଜ ସହ ତାର ସଂଘର୍ଷକୁ ଖୁବ ସୁନ୍ଦର ଭାବେ ଦର୍ଶାଇଥିଲେ ନାଟ୍ୟକାର । ଏହି ନାଟକର ଅଭିନୟ କରିଥିବା କଳାକାର ଜଗଦୀଶ ପ୍ରସାଦ ମହାରଣା, ମାନସ କୁମାର ପରିଡ଼ା, ଶୁଭଙ୍କର ସାହୁ, ଅମରଦିପ ମହାନ୍ତି, ଶୁଭଲକ୍ଷ୍ମୀ ରାଉତରାୟ, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ବିଜୟ କୁମାର ସାହୁ, ଦେବାଶିଷ ରାଉତ, ରାଜେଶ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଅଙ୍କିତା ଦେ, ପ୍ରିୟଙ୍କା ପାଣ୍ଡେ, କାଜଲ ରାଣୀ, ଜି୍ ଜଗା ରାଓ ଏବଂ କିର୍ତ୍ତୀକେଶରୀ ମିଶ୍ରଙ୍କ ନିଖୁଣ ଅଭିନୟ ରେ ଶେଷ ପର୍ଯ୍ୟନ୍ତ ବାନ୍ଧି ହୋଇ ରହିଥିଲେ ଦର୍ଶକ । ଆଜି ସଂନ୍ଧ୍ୟାରେ ସିରିୟସ ଜୋନ୍ ର ସଂପାଦକ ଯାମିନୀକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ରଣପୁର ର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ମୁନିସିପାଲଟି ର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ବଳ ଉପସ୍ଥିତ ଥିଲେ। ନାଟକ ଭାରାକ୍ରାନ୍ତ ମନକୁ ହାଲୁକା କରିବାରେ ସହାୟକ ହୁଏ ବୋଲି ଅତିଥି ମାନେ ମତ ରଖିଥିଲେ ଏବଂ ଏହି ନାଟକ ମହୋତ୍ସବ ର ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥ୍ଇଲେ । ମଞ୍ଚ ପରିଚାଳନା କରିଥିଲେ କବି ଗୋପିନାଥ ସେଠି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!