Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟୁରିଷ୍ଟ ବସ ଦୁର୍ଘଟଣା:ଜଣେ ମୃତ,୪ ଗୁରୁତର ୩୦ ଆହତ

by ସଞ୍ଜୟ ସ୍ୱାଇଁ
January 10, 2025
in Accident, Breaking, Nayagarh
ଟୁରିଷ୍ଟ ବସ ଦୁର୍ଘଟଣା:ଜଣେ ମୃତ,୪ ଗୁରୁତର ୩୦ ଆହତ
1.1k
VIEWS
Share on FacebookShare on Twitter

ନଦୀ କୁ ଖସିଲା ଟୁରିଷ୍ଟି ବସ 

ନୟାଗଡ଼(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଖଣ୍ଡିସ ପୋଲ ନିକଟରେ ବାଡ଼ ଭାଙ୍ଗି ନଦୀରେ ଜାନୁଆରୀ ୯ ତାରିଖ ରାତି ୧ ଟା ସମୟରେ ଏକ ଟୁରିଷ୍ଟ ବସ୍ ଖସି ପଡିଥିଲା। ବସ୍ ଟି ଖଣ୍ଡପଡ଼ା ଗୁଣ୍ଠୁଣୀ ରୁ ଲୋକ ମାନଙ୍କୁ ନେଇ ଜାନୁଆରୀ ରାତି ୧୦ ରେ କାଳିଜାଇ ଓ ତାରାତାରିଣୀ ଦର୍ଶନ ପାଇଁ ଯାଉଥଲା। ବସ୍ ୪୧ ଜଣ ମହିଳା, ପୁରୁଷ ଓ ଜଣେ ଛୋଟ ପିଲା ଥିଲା। ଦୁର୍ଘଟଣା ସମୟରେ ସମସ୍ତେ ନିଦରେ ଶୋଇପଡିଥିଲେ ।ଦୁର୍ଘଟଣା ଖବର ପାଇ ରଣପୁର ଥାନା ନିରୀକ୍ଷକ ମୁକେଶ ବେହେରା, ସମସ୍ତ ଥାନା କର୍ମଚାରୀ, ଚାନ୍ଦପୁର ଥାନା ସମସ୍ତ କର୍ମଚାରୀ,ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ,ଉପ ସଭାପତି ବ୍ରଜ ରଣସିଂହ, ସମ୍ପାଦକ ଆଲୋକ ମହାରଣା, ରଣପୁର ମହୋତ୍ସବ କମିଟି ର ସତ୍ୟନାରାୟଣ ମହାପାତ୍ର, ଦିନେଶ ପରିଡ଼ା, ସନ୍ତୋଷ ପଟ୍ଟନାୟକ ଓ ସ୍ଥାନୀୟ ଲୋକେ କାଚ ଭାଙ୍ଗି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ ।

ଅଗ୍ନୀଶମ ବାହିନୀ ଗାଡ଼ି,ଆଠ ଗୋଟି ଆମ୍ବୁଲାନ୍ସ ରେ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର କୁ ୧୨ ଜଣ ଓ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ୨୭ ଜଣଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ଡ଼ଃ ବୈଦ୍ୟନାଥ ନନ୍ଦ, ଡ଼ଃ ନାୟକ ତୁରନ୍ତ ଚିକିତ୍ସା କାର୍ଯ୍ୟ ରେ ଲାଗିଥିଲେ। ବାଉଁଶିଆପଡା ଛାଟିଆ ଦାସ କୁ ମୃତ ଘୋଷଣା କରିଥିଲେ। ଜଣେ ମହିଳା ଙ୍କ ସମେତ ୪ ଜଣ ଗୁରୁତର ଙ୍କୁ ଭୁବନେଶ୍ଵର ରେଫର କରାଯାଇଥିଲା। ବସ୍ ତଳେ ଯାତ୍ରୀ ଚାପି ହୋଇ ରହିଥିବା ସନ୍ଦେହ ହେବାରୁ ରାତାରାତି ଦୁଇଟି କ୍ରେନ ମାଧ୍ୟମରେ ବସ୍ କୁ ନଦୀ ଭିତରୁ ଉପରକୁ ଟେକି ଅଣାଯାଇଥିଲା। କିନ୍ତୁ କେହି ବସ୍ ତଳେ ରହିନଥିଲେ। ପୋଲ ସୁରକ୍ଷା ବାଡ଼ ଦୁର୍ବଳ ଥିଲା।

ଗତ ଡିସେମ୍ବର ଅଦିନିଆ ବର୍ଷା ରାତିରେ ସେହି ପୋଲ ତଳକୁ ଏକ କାର ଖସି ଭାସିଯାଇ କିଛି ବାଟରେ ଲାଗିଥିଲା। ଏଭଳି ଅନେକ ବାଇକ୍ ନଦୀ ଭିତରକୁ ଖସି ଅନେକ ଆହତ ହୋଇଥିବା ନଜର ରହିଛି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!