Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଧାନ ମଣ୍ଡି ଉଦ୍‌ଘାଟିତ

by ସଞ୍ଜୟ ସ୍ୱାଇଁ
January 7, 2025
in Nayagarh, State
ନୟାଗଡ଼ ଧାନ ମଣ୍ଡି ଉଦ୍‌ଘାଟିତ
450
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଚଳିତବର୍ଷ ଧାନ ସଂଗ୍ରହ ପାଇଁ ନୟାଗଡ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ଧାନମଣ୍ଡି ଉଦ୍‌ଘାଟନ କରାଯାଇଛି । ଜିଲ୍ଲା ଯୋଗାଣ ବିଭାଗ ତରଫରୁ ବାହାଡାଝୋଲା ନିୟନ୍ତ୍ରୀତ ବଜାର କମିଟି ପରିସରରେ ବାଚସ୍ପତି ସୂରମା ପାଢୀ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପ ଜିଲ୍ଲା ପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ମହାନ୍ତି, ବଜାର କମିଟିର ସମ୍ପାଦକଙ୍କ ସମେତ ମିଲର ଏବଂ ଚାଷୀ ଯୋଗଦେଇଥିଲେ ।

ଆଜିଠାରୁ ଜିଲ୍ଲାରେ ଥିବା ୧୫୩ଟି ସେବା ସମବାୟ ସମିତିର ୧୬୮ଟି ଧାନ ସଂଗ୍ରହ କେନ୍ଦ୍ରରେ ପଞିକୃତ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଚଳିତବର୍ଷ ଜିଲ୍ଲାରେ ୫୩ ହଜାର ୮୩୯ ଜଣ ଚାଷୀ ଧାନ ବିକ୍ରୟ ପାଇଁ ସେମାନଙ୍କ ନାମ ପଞିକୃତ କରିଛନ୍ତି । ପ୍ରଥମ ପର‌୍ୟ୍ୟାୟରେ ଜିଲ୍ଲାରେ ୧୨ଲକ୍ଷ ୯୦ହଜାର ୨୯୪ କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରିବାକୁ ଟାର୍ଗେଟ୍ ମିଳିଛି । ଏଥିପାଇଁ ୧୫ଜଣ ମିଲର୍‌ଙ୍କ ସହିତ ଚୁକ୍ତିନାମା ହୋଇଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ଚଳିତବର୍ଷ ଚାଷୀ ନିଜର ଉତ୍ପାଦିତ ସମସ୍ତ ଧାନକୁ ମଣ୍ଡିରେ ବିକ୍ରୟ କରିପାରିବେ ।

ଚାଷୀଭାଇମାନେ କଳା ବେପାରୀ ମାନଙ୍କ କଥାରେ ନପଡି ଏଫ୍ଏକ୍ୱୁ ମାନର ଧାନ ସମବାୟ ସମିତିକୁ ଦେଇ ସରକାରଙ୍କ ଧାର‌୍ୟ୍ୟ ମୂଲ୍ୟ ୩୧୦୦ଟଙ୍କା ନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଅଦିନିଆ ବର୍ଷାରେ ବହୁ ଧାନ ନଷ୍ଟ ହୋଇଯାଇଥିବାରୁ ଚାଷୀ ଧାନକୁ ଶୁଖାଇ ମଣ୍ଡିକୁ ଆଣିବାକୁ ସମୟ ଦରକାର ଥିବାରୁ ସରକାର ଜିଲ୍ଲାରେ ମଣ୍ଡି ଖୋଲିବାରେ ବିଳମ୍ବ କରିଥିଲେ ବୋଲି ବାଚସ୍ପତି କହିଛନ୍ତି । ଚାଷୀମାନେ ଏଫ୍‌.ଏ.କ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ବାଚସ୍ପତି ଅନୁରୋଧ କରିଛନ୍ତି । ଏହାସହିତ ମିଲରମାନେ ତୁରନ୍ତ ଚାଷୀଙ୍କ ଧାନ ଉଠାଇବାକୁ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!