ନୟାଗଡ଼, (ବାଘୁଆବାର୍ତ୍ତା): ବିଶ୍ୱ ଛେନାପୋଡ଼ ଦିବସ ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ନେଇ ପାଳନ କରାଯାଉଅଛି । ତାଙ୍କର ଜନ୍ମ ୧୯୩୧ ମସିହା ଏପ୍ରିଲ ୧୧ ତାରିଖ ଏବଂ ମୃତ୍ୟୁ ୨୦୧୬ ନଭେମ୍ବର ୨୩ ତାରିଖ ବୋଲି ପ୍ରାମାଣିକ ତଥ୍ୟ ରହିଛି । ତଥ୍ୟ ଅଧାରରେ ଛେନାପୋଡ଼କୁ ବିଶ୍ୱ ଦରବାରରେ ପରିଚିତ କରାଇ ଥିବାରୁ ଜନ୍ମ ଜୟନ୍ତୀ ପାଳନ କରାଯାଉଅଛି । ବିଶ୍ୱ ଛେନାପୋଡ ଦିବସ ଭାବେ ଏପ୍ରିଲ ୧୧ ତାରିଖରେ ପାଳନ କରାଯାଉଛି । ଏହାକୁ ନୟାଗଡ଼ ଜିଲ୍ଲା ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ଓ ଦେଶ ବିଦେଶରେ ପାଳନ କରାଯାଉଥିବାର ଦେଖା ଯାଇଛି । ନୟାଗଡ଼ ଛେନାପୋଡର ସ୍ରଷ୍ଟା ଭାବେ ସୁଦର୍ଶନ ସାହୁ ପରିଚିତ । ସେ ହିଁ ଛେନାପୋଡର ସ୍ରଷ୍ଟା ବୋଲି ପ୍ରାମାଣିକ ତଥ୍ୟ ରହିଛି । ଯାହାକି ଅତିତ ଦିନରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ରାଜନୈତିକ ନେତା ମାନେ ନୟାଗଡ଼ ଆସିଲେ ସୁଦର୍ଶନ ବାବୁଙ୍କ ଛେନାପୋଡକୁ ଖୋଜନ୍ତି । ଛେନାପୋଡ କେମିତି କଲ ସେ ସମ୍ବନ୍ଧରେ ସୁଦର୍ଶନ ବାବୁଙ୍କୁ ପଚାରନ୍ତି । ଛେନାପୋଡର କାହାଣୀ ସୁଦର୍ଶନ ବାବୁ କୁହନ୍ତି । ଏ ସମଗ୍ର ଘଟଣା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଛେନାପୋଡ କିପରି ଜିଆଇଟ୍ୟାଗ ମିଳିବ ସେଥି ପାଇଁ ତିନି ବର୍ଷ ଧରି ପ୍ରୟାସ ଜାରି ରଖିଛନ୍ତି ଓ ଏହା ଶେଷ ପର୍ଯ୍ୟାୟରେ ଅଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିଭିନ୍ନ ସରକାରୀ କାଗଜ ଗ୍ରହଣ କଲାପରେ ସୁଦର୍ଶନ ସାହୁ ଛେନାପୋଡର ସ୍ରଷ୍ଟା ବୋଲି ପ୍ରମାଣିତ ହେଲା ବୋଲି ପ୍ରଶାସନ ପକ୍ଷରୁ ଜିଆଇ ଟ୍ୟାଗ ଆବେଦନ କରିଥିଲେ ।

ନୟାଗଡ଼ ଛେନାପୋଡ କିପରି ଜିଆଇ ଟ୍ୟାଗ ହେବ ସେଥି ନିମନ୍ତେ ବିଭିନ୍ନ ସ୍ତରରୁ ପ୍ରୟାସ ଜାରି ରହିଛି । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରାମାଣିକ ତଥ୍ୟକୁ ନେବା ସହ ତର୍ଜମା କରି ସୁଦର୍ଶନ ସାହୁଙ୍କ ଛେନାପୋଡ ସ୍ରଷ୍ଟା ବୋଲି ପ୍ରମାଣିତ ମିଳିଲା ପରେ ଏପ୍ରିଲ ୧୧ ତାରିଖକୁ ପ୍ରଶାସନିକ ସ୍ତରରେ ବିଶ୍ୱ ଛେନାପୋଡ ଦିବସ ପାଳନ କରାଯାଉଛି । ସୁଦର୍ଶନ ସାହୁଙ୍କ ପିତା ବିଦ୍ୟାଧର ସାହୁଙ୍କ ଅଜାଣତରେ ତାଙ୍କ ସୁପୁତ୍ର ସୁଦର୍ଶନ ସାହୁ ଗୋଟିଏ ଦିନର ବଳକା ଛେନା କାହିଁକି ନଷ୍ଟ ହେବ ଭାବି ରାତି ଅଧରେ ସମସ୍ତ ସାମଗ୍ରୀକୁ ନେଇ ଶାଳ ପତ୍ର ମାଧ୍ୟମରେ ଚୁଲିରେ ପୋଡି ଦେଇଥିଲେ । ସକାଳୁ ଉଠିବା ପରେ ବିଦ୍ୟାଧର ସାହୁ ତାଙ୍କ ପୁତ୍ରଙ୍କୁ ପଚାରିଥିଲେ ଆରେ ଛେନା କୁଆଡେ ଗଲା । ସୁଦର୍ଶନ ସାହୁ ଏହାକୁ ବାପାଙ୍କୁ ଚାଖିବାକୁ ଦେଇଥିଲେ । ମୁଁ କଷ୍ଟ କରି ଏହାକୁ କରିଛି । ବାପା ବିଦ୍ୟାଧର ସାହୁ ଏହାକୁ ଚାଖିଲା ପରେ କହିଲେ ଯାହା ହେଉ ଆମର ବଳକା ଜିନିଷ ଆଉ ନଷ୍ଟ ହେବନି । ବିଦ୍ୟାଧର ସାହୁ ଓ ତାଙ୍କ ପୁତ୍ର ସୁଦର୍ଶନ ସାହୁ କଥା ହେଲା ପରେ ଏହି ମିଷ୍ଟାନ୍ନର ନାମ ଛେନାପୋଡ ଦେବା ବୋଲି ପ୍ରକାଶ କରିଥିଲେ । ଛେନାପୋଡକୁ ନେଇ ସବୁଠି ଚର୍ଚ୍ଚା ସୁଦର୍ଶନ ସାହୁ । ବିଶ୍ୱ ଛେନାପୋଡ ଦିବସ ପାଇଁ ତାରିଖ ଘୋଷଣା ସରି ଯାଇଛି । ଏହି ଦିବସକୁ ପାଳନ କରାଯାଉଛି । ଏହାକୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ମିଳିବାକୁ ଯାଉଛି । ଏହି ସମୟରେ ବିଦ୍ୟାଧର ସାହୁଙ୍କ ଅଣ ନାତି ମାନେ ଡିସେମ୍ବର ୩୧ ତାରିଖକୁ ଛେନାପୋଡ ଦିବସ ପାଳନ କରିବାକୁ ଯାଉଛନ୍ତି ।

ଏହା ମଧ୍ୟରେ ବିଦ୍ୟାଧର ସାହୁଙ୍କର ମୃତ୍ୟୁ ଦିବସକୁ ନେଇ ଛେନାପୋଡ ଦିବସ ପାଳନ କରିବା ପାଇଁ ଅନେକ କୁଚକ୍ରୀ ଯୋଜନା କରୁଥିବାର ଅଭିଯୋଗ ଆସିଛି । ବହୁତ ଦିନ ଧରି ଛେନାପୋଡ ସ୍ରଷ୍ଟା ମାନେ କେଉଁଠି ଶୋଇଥିଲେ? । ନୟାଗଡ଼ ଛେନାପୋଡ଼କୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ସୁଦର୍ଶନ ସାହୁଙ୍କ ଅବଦାନ କେହି ଅସ୍ୱୀକାର କରିପାରିବେ ନାହିଁ । ତାଙ୍କର ଏହି ମିଷ୍ଟାନ୍ନ ସ୍ୱର୍ଗତ ପ୍ରଧାନ ମନ୍ତ୍ରୀ ଜବାହର ଲାଲ ନେହେରୁ, ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ବହୁ ପୁରୁଖା ପ୍ରଶାସନିକ ଅଧିକାରୀ ଏବଂ ରାଜନେତା ଖାଇ ଏହି ମିଷ୍ଟାନ୍ନ ଉଚ୍ଚ ପ୍ରଶଂସା କରିଯାଇଛନ୍ତି । ଏହି ଧାରା ୧୯୪୩ ମସିହାରୁ ଆରମ୍ଭ ହୋଇ ୧୯୮୦ ମସିହା ବେଳକୁ ଚରମ ଶିଖରେ ପହଞ୍ଚି ପାରିଥିଲା । ସେହି ସମୟରେ ବିଶିଷ୍ଟ କଣ୍ଠ ଶିଳ୍ପୀ ତାନ୍ସେନ୍ ସିଂ ନୟାଗଡ଼ ଛେନାପୋଡ ଉପରେ ଗୀତ ଗାଇଥିଲେ । ପରବର୍ତ୍ତୀ ସମୟରେ ଏକାଧିକ ଛେନାପୋଡ ସଙ୍ଗୀତ ସୃଷ୍ଟି ହୋଇଥିଲା । ନୟାଗଡ଼ ଛେନାପୋଡ ବର୍ତ୍ତମାନ ସମୟରେ ଏକ ପ୍ରଧାନ ମିଷ୍ଟାନ୍ନରେ ପରିଣତି ହୋଇ ପାରିଛି । ସ୍ୱର୍ଗତ ସୁଦର୍ଶନ ସାହୁ ୨୦୧୬ ମସିହା ନଭେମ୍ବର ୨୩ ତାରିଖରେ ଇହଲୀଳା ସମ୍ବରଣ କଲେ । ସେଦିନ ପ୍ରତ୍ୟେକ ଗଣ ମାଧ୍ୟମ ସୁଦର୍ଶନ ସାହୁଙ୍କ ନୟାଗଡ଼ ଛେନାପୋଡର ସ୍ରଷ୍ଟାଙ୍କ ଦେହାନ୍ତ ଖବର ପ୍ରକାଶ କରିଥିଲେ । ଯେଉଁ ମାନେ ଡିସେମ୍ବର ୩୧ ତାରିଖକୁ ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ପିତା ବିଦ୍ୟାଧର ସାହୁଙ୍କ ତିରୋଧାନ ଦିବସ ଯାହାର କୌଣସି ପ୍ରାମାଣିକ ତଥ୍ୟ ନାହିଁ । ବିଶ୍ୱ ଛେନାପୋଡ ଦିବସ ପାଳନ କରିବାକୁ ଯେଉଁମାନେ ଯାଉଛନ୍ତି ସେମାନେ ବିଦ୍ୟାଧର ସାହୁଙ୍କ ପ୍ରାମାଣିକ ତଥ୍ୟ ଦିଅନ୍ତୁ । ବିଦ୍ୟାଧର ସାହୁଙ୍କ ତିନି ପୁଅ ଏବଂ ଦୁଇ ଝିଅ ଥିଲେ । ବଡ଼ ପୁଅ ଗୌରଚନ୍ଦ୍ର ସାହୁଙ୍କୁ ବିଦ୍ୟାଧର ସାହୁ ତେଜ୍ୟ ପୁତ୍ର କରିଥିଲେ ଏବଂ ସେ ଅଲଗା ରହୁଥିଲେ । ସୁଦର୍ଶନ ସାହୁ ମଧ୍ୟମ ପୁତ୍ର ବାପାଙ୍କୁ ମିଷ୍ଟାନ୍ନ ତିଆରି କରିବାରେ ସାହଯ୍ୟ କରୁଥିଲେ ଏବଂ ଭଗବାନ ସାହୁ କନିଷ୍ଠ ପୁତ୍ର ଥିଲେ । ଏବେ କଣ ଘଟଣା ଘଟିଲା ଯେଉଁ ବଡ଼ ପୁଅକୁ ବିଦ୍ୟାଧର ସାହୁ ତେଜ୍ୟ ପୁତ୍ର କରିଥିଲେ ତାଙ୍କ ନାତି ମାନଙ୍କର ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବାକୁ ୨୦୨୪ ମସିହାରେ ମନେ ପଡିଲା ।

ବିଦ୍ୟାଧର ସାହୁଙ୍କର ଜନ୍ମ ଏବଂ ମୃତ୍ୟୁର ପ୍ରାମାଣିକ ତଥ୍ୟ ନାହିଁ । ସେମାନେ କିପରି ଡିସେମ୍ବର ୩୧ ତାରିଖକୁ ବିଶ୍ୱ ଛେନାପୋଡ ଦିବସ ରୁପେ ପାଳନ କରିବାକୁ ଯାଉଅଛନ୍ତି । ଏହା ପଛର ରହସ୍ୟ କଣ । ଏହା ଦ୍ୱାରା ନୟାଗଡ଼ ଛେନାପୋଡ ଜିଆଇଟ୍ୟାଗ ମାନ୍ୟତା ପାଇବାରେ ବାଧା ସୃଷ୍ଟି କରିବ ନାହିଁତ । ଯେଉଁ ବ୍ୟକ୍ତି ୧୯୭୧ କିମ୍ବା ୭୨ ମସିହାରୁ ମୃତ୍ୟୁ ବରଣ କଲେଣି ସେ କିପରି ଛେନା ପୋଡକୁ ବିଶ୍ୱ ପ୍ରଶିଦ୍ଧ କରାଇପାରିଲେ । ସ୍ୱର୍ଗତ ସୁଦର୍ଶନ ସାହୁଙ୍କ କନିଷ୍ଠ ପୁତ୍ରଙ୍କୁ ଏ ବିଷୟରେ ପଚାରିବାରେ ସେ କହିଥିଲେ ଆମ ପରିବାର କାହା ପାଖକୁ ଛେନାପୋଡ ଦିବସ କିମ୍ବା ଛେନାପୋଡକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଯାଇ ନଥିଲେ । ପ୍ରାମାଣିକ ତଥ୍ୟ ସୁଦର୍ଶନ ସାହୁଙ୍କର ଛେନାପୋଡ ପ୍ରତି ରହିଥିବା ଅବଦାନକୁ ନେଇ ସ୍ୱେଛାସେବୀ ଅନୁଷ୍ଠାନ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଯୋଗ କରିଥିଲେ । ସୁଦର୍ଶନ ସାହୁଙ୍କ ପରିବାର ବର୍ତ୍ତମାନ ଅନ୍ୟ ବୃତିରେ ଅଛନ୍ତି ।

ଛେନାପୋଡକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଲେ ଜିଲ୍ଲାର ଛେନାପୋଡ ବ୍ୟବସାୟୀ ଉପକୃତ ହୋଇ ପାରିବେ । ଦୀର୍ଘ ବର୍ଷ ପରେ ଏ ବିବାଦର କାରଣ କଣ ପାଇଁ । ହଜାର ହଜାର ଛେନାପୋଡ଼ ବ୍ୟବସାୟୀଙ୍କ ଭାଗ୍ୟକୁ ଅନ୍ଧକାରକୁ ଠେଲି ଦିଆଯାଉଛି । ଏହା ପଛର ରହସ୍ୟ କଣ । ବିନା ତଥ୍ୟରେ ଜନ୍ମ ଦିବସ ହେଉ ବା ଶ୍ରାଦ୍ଧ ଦିବସ ହେଉ ପାଳନ କଲେ ଇତିହାସ କେବେ କ୍ଷମା ଦେବ ନାହିଁ । ଯେଉଁ ମାନେ ସୁଦର୍ଶନ ସାହୁଙ୍କୁ ବୁଲା ବିକାଳି ଆଖ୍ୟା ପ୍ରଦାନ କରୁଛନ୍ତି ସେ ହେଉଛନ୍ତି ଶରଣକୁଳ ର ବିଶିଷ୍ଟ ଜମିଦାର ବିଶୋଇ ହାଡୁବନ୍ଧ ସାମନ୍ତରାୟଙ୍କ ଜାମାତା । ନୟାଗଡ଼ ବ୍ୟବସାୟୀ ସଂଘର ୩୦ ବର୍ଷର ସଭାପତି, ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୨୦ ବର୍ଷର କାଉନସିଲର ଏବଂ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଗଭର୍ଣ୍ଣୀବଡି ସଦସ୍ୟ ଭାବେ କାର୍ଯ୍ୟକୁ ଦକ୍ଷତା ସହ ପାଳନ କରି ପାରିଥିଲେ । ଏହି ଘଟଣାର ଚକ୍ରାନ୍ତ କାରି ମାନେ ବିଭିନ୍ନ ରାଜନୈତିକ ସ୍ତରରୁ ତଳକୁ ଆସି ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ କରନ୍ତୁ । ନୟାଗଡ଼ ଛେନାପୋଡ କିପରି ଜିଆଇ ଟ୍ୟାଗ ହେବ ସମସ୍ତଙ୍କ ପ୍ରୟାସ ରହୁ ।





