Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଟାମାଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
November 9, 2024
in Nayagarh, Sports, State
ଇଟାମାଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
155
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦୁଇଦିନ ଧରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ଠାରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ କରାଯାଇଛି । କ୍ରୀଡା ସମ୍ପାଦକ ରଜନୀ କାନ୍ତ ମିଶ୍ରଙ୍କ ମାର୍ଗଦର୍ଶନ ରେ କରଯାଇଥିଲା । ଏହି କ୍ରୀଡା କୁ ବିଦ୍ୟାଳୟର ସଭାପତି ଅଭିମନ୍ୟୁ ନାୟକଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା । ଏହି କ୍ରୀଡ଼ାରେ ମୋଟ ୩୭୦ ଜଣ ଶିଶୁ ଭାଇଭଉଣୀ ଯୋଗ ଦେଇଥିଲେ । ଶିଶୁବାଟିକା ବିଭାଗର କ୍ରୀଡା ସ୍ଵତନ୍ତ୍ର ଭାବରେ ଶିଶୁବାଟିକା ପ୍ରମୁଖ ଟୁନି ଗୁରୁମା ଙ୍କ ତତ୍ତ୍ଵାବଧାନରେ କରାଯାଇଥିଲା । ଶିଶୁବାଟିକା ବିଭାଗର ୧୦୨ ଜଣ ଶିଶୁ ମାନଙ୍କ ମଧ୍ୟରୁ ୯୦ ଜଣ ଶିଶୁ ଭାଇଭଉଣୀ ଉପସ୍ଥିତ ଥିଲେ। ଶିଶୁ ପ୍ରାରମ୍ଭ ଶ୍ରେଣୀ ଶିଶୁ ଭାଇଭଉଣୀ ଅଖା ଦୌଡ , ବଲ୍ ଫିଙ୍ଗା ,ଜାତୀୟ ପତାକା ଦୌଡ ରେ ଭାଗ ନେଇଥିଲେ । ଶିଶୁ ବୋଧ ଶ୍ରେଣୀ ଭାଇଭଉଣୀ ଅଖା ଦୌଡ଼,ଜାତୀୟ ପତାକା, ବେଙ୍ଗଡ଼ିଆଁ ଖେଳରେ ଭାଗ ନେଇଥିଲେ ।ଏହି ଖେଳ ଶିଶୁବାଟିକା ମମତା ଗୁରୁମା ଓ ସେଵିକା କାଞ୍ଚନ ଭଉଣୀଙ୍କ ସହଯୋଗ ରେ ସମାପ୍ତ କରାଯାଇଥିଲା । ସମସ୍ତ ଶିଶୁ ଭାଇଭଉଣୀ ଙ୍କୁ ସାନ୍ତ୍ଵନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କ୍ରୀଡ଼ାରେ ପ୍ରାରମ୍ଭିକ ବର୍ଗ ( ୧ମ, ୨ୟ) ୩୦ ମିଟର ସୂତା ଛୁଞ୍ଚି , ଆଳୁ ଚାମଚ, ଅଙ୍କ ଦୌଡ଼ ଶିଶୁ ବର୍ଗ ( ୩ୟ, ୪ର୍ଥ, ୫ମ ) ୧୦୦,୨୦୦,୪୦୦ ମିଟର ଦୌଡ଼,ଲମ୍ବା ଡ଼ିଆଁ, ଉଚ୍ଚ ଡ଼ିଆଁ, ଗୋଳାଫିଙ୍ଗା, । ବାଲ୍ ବର୍ଗ ( ୬ଷ୍ଠ, ୭ମ,୮ ମ ) ୧୦୦,୨୦୦,୪୦୦,୬୦୦ ମିଟର ଦୌଡ଼,ଲମ୍ବ ଡ଼ିଆଁ,ଉଚ୍ଚ ଡ଼ିଆଁ,ଗୋଳା ଫିଙ୍ଗା ଓ ଥାଳିଆ ଫିଙ୍ଗା ,କିଶୋର ବର୍ଗ( ୯ମ, ୧୦ମ) ଶ୍ରେଣୀ ୧୦୦,୨୦୦,୪୦୦,୮୦୦,୧୫୦୦ ମିଟର ଦୌଡ଼,ଉଚ୍ଚ ଡ଼ିଆଁ,ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା, ବର୍ଚ୍ଛା ଫିଙ୍ଗା ଇତ୍ୟାଦି ଖେଳ କରାଯାଇଥିଲା । ଏହି ବାର୍ଷିକ କ୍ରୀଡା ବିଦ୍ୟାଳୟ ର କ୍ରୀଡା ସହ ପ୍ରମୁଖ ସୁରେଶ ଗୁରୁଜୀଙ୍କ ତତ୍ତ୍ଵାବଧାନରେ କରାଯାଇଥିଲା।ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ ରଥ ଙ୍କ କର କମଳରେ ସମାରୋପ କାର୍ଯ୍ୟ କରାଯାଇଥିଲା । ବିଦ୍ୟାଳୟ ର ପରିଚାଳନା ସେମିତି, ପ୍ରଧାନ ଆଚାର୍ଯ୍ୟ ,ସମସ୍ତ ଗୁରୁଜୀ , ଗୁରୁମା , ସେବକ ସେବିକା ଙ୍କ ସହଯୋଗ ରେ ଏହି ବାର୍ଷିକ କ୍ରୀଡା ସମାପ୍ତ କରାଯାଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!