Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୌଡ଼ପୁଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୩ୟ ଦିନରେ ଖୋର୍ଦ୍ଧା ଦଳ ବିଜୟୀ,ସେମି ଫାଇନାଲକୁ ଉନ୍ନୀତ

by ସଞ୍ଜୟ ସ୍ୱାଇଁ
October 15, 2024
in Nayagarh, Sports, State
ଗୌଡ଼ପୁଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୩ୟ ଦିନରେ ଖୋର୍ଦ୍ଧା ଦଳ ବିଜୟୀ,ସେମି ଫାଇନାଲକୁ ଉନ୍ନୀତ
94
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲା ଓଡ଼ଗାଁ ଗୌଡ଼ପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ନେତାଜୀ କ୍ଳବ ବୁଢାବୁଢିଆଣି ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୪୪ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଟାଇବ୍ରେକରେ ଖୋର୍ଦ୍ଧା ଦଳ ଫ୍ରେଣ୍ଡସ କ୍ଳବ ବୋଲଗଡ଼ ଦଳକୁ ୩-୧ ଗୋଲରେ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଥିବା ଜଣାପଡିଛି।ଆଜିର ଖେଳ ବେଶ ସଂଘର୍ଷପୂର୍ଣ୍ଣ ଓ ଚିତ୍ତାକର୍ଷକ ଥିବା ଦେଖିବାକୁ ମିଳିଥିଲା।ଉଭୟ ଦଳ ଅନ୍ତିମ ସମୟ ପର୍ଯ୍ୟନ୍ତ ପ୍ରଚେଷ୍ଟା ଜାରି ରଖିଥିଲେ।ପ୍ରଥମାର୍ଦ୍ଧରେ ଖୋର୍ଦ୍ଧା ଦଳ ତରଫରୁ ୨୦ ନଂ ଜର୍ସି ଗୋଟିଏ ଗୋଲ ସ୍କୋର କରିଥିଲେ।

ଏହା ପରେ ଦ୍ଵିତୀୟାର୍ଦ୍ଧରେ ବୋଲଗଡ଼ ଦଳ ୧ ଗୋଲ ଦେଇ ସ୍ଥିତି ବରାବରକୁ ଆଣିଥିଲେ।ପରେ ଟ୍ରାଇ ବ୍ରେକରେ ଖୋର୍ଦ୍ଧା ଦଳ ୩-୧ ଗୋଲରେ ବୋଲଗଡ଼ ଦଳକୁ ପରାସ୍ତ କରିଥିଲେ।ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁର୍ଯ୍ୟନାରାୟଣ ଚୌଧୁରୀ,ସମବାୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ,ନାଟ୍ୟକାର ସତ୍ୟ ପରିଡା,ମିଶନ ଶକ୍ତି ସଂଯୋଜଳ ବିକ୍ରମକେଶରୀ ବାରିକ ଓ ସରପଞ୍ଚ ତ୍ରିନାଥ ନାଏକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରସନ୍ନ କୁମାର ନାୟକ ଖେଳ ପରିଚାଳନା କରିଥିବାବେଳେ କୈଳାଶଚନ୍ଦ୍ର ପ୍ରଧାନ,ଜଗନ୍ନାଥ ପରିଡା ଲାଇନରେ ସହାୟତା କରିଥିଲେ। କେଦାରଚନ୍ଦ୍ର ସାହୁ ସହଯୋଗ କରିଥିଲେ।ବୁଧବାର ନେତାଜୀ କ୍ଳବ ଗୌଡ଼ପୁଟ ଓ ଖଣ୍ଡପଡା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ମାର୍ଥା ସୂଚନା ଦେଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!