ଓଡ଼ଗାଁ(ବାଘୁଆବାର୍ତ୍ତା):ବୁଧବାର ମଧ୍ୟ ରାତ୍ରରେ ରାଜସ୍ୱ ବିଭାଗ ଏବଂ ଆଦର୍ଶ ଥାନା ପୋଲିସର ମିଳିତ ଚଢାଉ କରି ୩ଟି ମିନିଟ୍ରକ ସମେତ ଗୋଟିଏ ଟ୍ରକ ଜବତ କରିଥିଲେ ।ସେଥି ମଧ୍ୟରୁ ଗତକାଲି କେବଳ ଗୋଟିଏ ମିନିଟ୍ରକ ଏବଂ ଟ୍ରକଠାରୁ ୫୫୦୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।ଏବଂ ଅନ୍ୟ ଦୁଇଟି ମିନିଟ୍ରକର କେହି ଦାବିଦାର ପହଂଚି ପାରି ନଥିବାରୁ ଜୋରିମାନା ଅସୁଲ ହୋଇପାରିନଥିଲା ।ଆଜି ଉକ୍ତ ଦୁଇଟି ମିନିଟ୍ରକ ନଂ ଓଡ଼ି ୨୫ଏ୩୨୬୩ ରବୀନ୍ଦ୍ର ସେଠି ,ରୋହିବାଙ୍କ ୨୦୦୦୦ଟଙ୍କା ଏବଂ ଓଡ଼ି୨୫ଡି ୬୪୬୩ ଝୁନୁ ସେଠୀଙ୍କ ଠାରୁ ୨୦୦୦୦ ଟଙ୍କା ତହସିଲଦାର ବିଜୟିତା ସାମନ୍ତସିଂହାର ଅସୁଲ କରିଛନ୍ତି । ରାଜସ୍ୱ ବିଭାଗ ସୁପରଭାଇଜରଙ୍କ ସମେତ ରାଜସ୍ୱ ନିରୀକ୍ଷକଙ୍କ ମିଳିତ ଚଢ଼ାଉ ବେଳେ ଆଜି ପୁଣି ଗୌଡ଼ପୁଟ ଠାରୁ ୨ଟି ଏବଂ ଓଡ଼ଗାଁ ଠାରୁ ୧ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଅଛି ।ଓଡ଼ି୨୫ଇ୮୬୦୮/୮୨୬୨ ଓଡ଼ଗାଁ କେଦାରନାଥ ସାହୁଙ୍କ ଟ୍ରାକ୍ଟର ପାଇଁ ୧୧୦୦୦ ଟଙ୍କା ଏବଂ ଓଡ଼ି୨୫ବି ୨୬୦୧ ଚରଣ ପ୍ରଧାନ ନନ୍ଦିଘୋର ଟ୍ରାକ୍ଟର ପାଇଁ ୧୦୦୦୦ ଟଙ୍କା ଏବଂ ଓଡ଼ି୨୫ଡି୧୬୭୯ ବିଶ୍ୱନାଥ ପ୍ରଧାନ ନନ୍ଦିଘୋର ଟ୍ରାକ୍ଟର ପାଇଁ ୧୩୦୦୦ଟଙ୍କା ଅସୁଲ ହୋଇଥିବା ଜଣାପଡିଅଛି।





