Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ପରୀ’ ପରିବାର ଉପରେ ଆକ୍ରମଣ ଘଟଣା, ୧୪ ଗିରଫ

by ସଞ୍ଜୟ ସ୍ୱାଇଁ
October 26, 2020
in Crime, Nayagarh
‘ପରୀ’ ପରିବାର ଉପରେ ଆକ୍ରମଣ ଘଟଣା, ୧୪ ଗିରଫ
990
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ଯଦୁପୁର ଗ୍ରାମରେ ୨୧ ତାରିଖରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରୀ ବାପା ଅଶୋକ ଏକ ପଡ଼ୋଶୀ ଶିଶୁକୁ ପାଉରୁଟି ଖାଇବାକୁ ଦେବାକୁ ନେଇ କିଛି ବ୍ୟକ୍ତି ତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ସଦରଥାନା, ଟାଉନଥାନା ପୁଲିସ ଯଦୁପୁର ଗ୍ରାମରେ ଚଢ଼ାଉ କରି ୧୪ ଜଣଙ୍କୁ ହେପାଜତକୁ ନେଇଥିବା ଜଣାଯାଇଛି ।
ସୂଚନାନୁସାରେ, ପରୀ ନିଖୋଜ ଏବଂ ହତ୍ୟା ପରେ ଗଳିତ ଶବ ଉଦ୍ଧାର ଘଟଣାକୁ ୩ ମାସ ବିତିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପାରିନାହିଁ । ଗତକାଲି ପରୀର ବାପା ଅଶୋକ କୁମାର ସାହୁ ପରୀ ସହ ନିଖୋଜ ଦିନ ଖେଳୁଥିବା ଏକ ଛୋଟ ଶିଶୁ ବିଜୁକୁ ତାଙ୍କ ଘରକୁ ଡାକି ଆଣି ପାଉରୁଟି ଖାଇବାକୁ ଦେଇ ତାଙ୍କ ଝିଅକୁ କିଏ ନେଇଥିଲା ବୋଲି ପଚରାଉଚରା କରୁଥିଲେ । ଯାହାକୁ ନେଇ ଯଦୁପୁର ଗ୍ରାମରେ ଆରମ୍ଭ ହୋଇଥିଲା ଉତ୍ତେଜନା । ବିଜୁକୁ ପରୀର ବାପା ଅଶୋକ ମାରି ଦେବା ଚକ୍ରାନ୍ତରେ ବିଷ ମିଶା ପାଉରୁଟି ଦେଇଥିବା ନେଇ ଶିଶୁର ମା ସବିତା ବେହେରା ଏବଂ ଜେଜେ ମାଆ ଅଭିଯୋଗ କରିବାରୁ ଗାଁର କିଛି ଯୁବକ ପରୀ ପରିବାର ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ପରୀ ମାଆଙ୍କ ଗୋଡ଼ ଆଙ୍ଗୁଠି କଟି ଯିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ପାଉରୁଟି ଖାଇଥିବା ୫ ବର୍ଷର ବାଳକ ବିଜୁକୁ ମଧ୍ୟ ବାପା ବୀର ବେହେରା ଏବଂ ଦାଦା ପବିତ୍ର ବେହେରା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ଶିଶୁକୁ ଦେଖିବା ପରେ ପ୍ରାଥମିକ ଭାବେ ପଟାସ ପାଣି ଦ୍ୱାରା ଶିଶୁକୁ ବାନ୍ତି କରାଯାଇଥିବା ଏବଂ ପରେ ଶିଶୁ ୱାର୍ଡ଼କୁ ନେଇ ସାଲାଇନ ଲଗା ଯାଇଥିଲା । ଏହି ସମୟରେ ଡାକ୍ତରଖାନାରେ ପରୀ ବାପା ଅଶୋକଙ୍କୁ ଦେଖି ବିଜୁର ବାପା ବୀର ବେହେରା ଏବଂ ଦାଦା ପବିତ୍ର ବେହେରା ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଅଶୋକଙ୍କୁ ମୁଣ୍ଡ ଫାଟି ରକ୍ତାକ୍ତ ହୋଇପଡ଼ିଥିବାରୁ ତାଙ୍କ ମୁଣ୍ଡରେ ଷ୍ଟିଚ ପଡ଼ିଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଜୁର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାଙ୍କ ପରିବାର ଏନେଇ ନୟାଗଡ଼ ସଦରଥାନାରେ ଅଭିଯୋଗ କରିଛନ୍ତି । ସେହିଭଳି ଭାବେ ଗାଁରେ ଅଶୋକ ଏବଂ ତାଙ୍କ ପରିବାରକୁ କରାଯାଇଥିବା ଆକ୍ରମଣରେ ଅଶୋକ ସଦରଥାନାରେ ଏକ ଏତଲା ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ନୟାଗଡ଼ ଟାଉନଥାନାରେ ମଧ୍ୟ ଏକ ଏତଲା ଦେଇଥିଲେ । ପୁଲିସ ଏହି ଘଟଣାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଯଦୁପୁର ଗ୍ରାମରେ ଚଢ଼ାଉ କରି ୧୪ ଜଣଙ୍କୁ ହେପାଜତକୁ ନେଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସଦରଥାନା ପୁଲିସ ଗିରଫ କରିଥିବା ବେଳେ ୨ ଜଣଙ୍କୁ ଟାଉନଥାନା ପୁଲିସ ଗିରଫ କରିଛି । ଆଜି ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା ଶେଷ ହୋଇଥିବା ବେଳେ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!