Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଶାସନ ନୀରବ, ଜବରଦଖଲକାରୀଙ୍କ କବଜାରେ ବନମାଳୀପୁର ବିମାନ ଅବତରଣ ପଡ଼ିଆ

by Anil Panda
October 10, 2020
in Nayagarh, Planning and Development
ପ୍ରଶାସନ ନୀରବ, ଜବରଦଖଲକାରୀଙ୍କ କବଜାରେ ବନମାଳୀପୁର ବିମାନ ଅବତରଣ ପଡ଼ିଆ
451
VIEWS
Share on FacebookShare on Twitter

ଖଣ୍ଡପଡ଼ା, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପ୍ରଶାସନର ସ୍ଥାଣୁତା ସାଙ୍ଗକୁ ଖଣ୍ଡପଡ଼ା ତହସିଲ ପ୍ରଶାସନର ଅଣଦେଖା ଯୋଗୁଁ ବନମାଳୀପୁର ବିମାନ ଅବତରଣ ପଡ଼ିଆ ସମୟାନୁକ୍ରମେ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଉଥିବା ଜଣାପଡିଛି । ଉକ୍ତ ପଡିଆର ଚତୁଃପାଶ୍ୱର୍ରେ ଏବେ ଜବରଦଖଲକାରୀମାନେ ଅନଧିକାର ଭାବେ ବାସଗୃହ ନିର୍ମାଣ କରି ବସବାସ କରୁଥିବା ଅଭିଯୋଗ ହେଉଛି । ସେହିପରି ପଡିଆର କିଛି ଅଂଶରେ ବାଲି ଓ ପଥର ମାଫିଆମାନେ ବାଲି, ପଥର ଗଦାକରି ରଖିଥିବାବେଳେ କେତେକ ସ୍ଥାନରେ ମାଟି ଇଟାଭାଟି ପୋଡା ଚାଲିଥିବା ଜଣାପଡିଛି । ପୁଣି ପଡିଆର କିଛି ଅଂଶରୁ ମାଟି ତାଡି ଅନ୍ୟତ୍ର ଚୋରାରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ଅଧିନସ୍ଥ ବନମାଳୀପୁର ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ଏହି ବିମାନ ଅବତରଣ ପଡିଆଟି ରାଜରାଜୁଡା ଅମଳର ସ୍ୱାକ୍ଷର ବହନ କରୁଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନ ନତୁବା ରାଜ୍ୟ ସରକାର ଆଦୈା ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ଫଳରେ ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଅଂଚଳର ପ୍ରଭାବଶାଳୀ ବ୍ୟକ୍ତିମାନେ ନୟାଗଡ ଜିଲ୍ଲାର ଏକମାତ୍ର ବିମାନ ଅବତରଣ ପଡିଆକୁ ନିଜ ନିଜର ପୈତୃକ ସମ୍ପତି ପରି ବ୍ୟବହାର କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ୬୨ ଏକରରୁ ଉର୍ଦ୍ଧ ମୂଲ୍ୟବାନ ଜମି ଉପରେ ଅବସ୍ଥିତ ଏହି ଐତିହ୍ୟ ସମ୍ପନ୍ନ ବିମାନ ଅବତରଣ ପଡିଆରୁ ଜବରଦଖଲକାରୀମାନଙ୍କୁ ହଟାଯାଇ ପ୍ରଶାସନ ନିଜସ୍ୱ ନିୟନ୍ତ୍ରଣରେ ଉକ୍ତ ପଡିଆଟିକୁ ରଖିବାକୁ ଖଣ୍ଡପଡା ଅଂଚଳବାସୀ ଦାବି କରିଛନ୍ତି । ଏଥିପ୍ରତି ନୟାଗଡ ଜିଲ୍ଲାପାଳ, ରାଜସ୍ୱ ବିଭାଗ ସଚିବ ଓ ବିଭାଗୀୟ ମନ୍ତ୍ରୀ ଦୃଷ୍ଟିଦେବାକୁ ଅଂଚଳବାସୀ ଦାବି କରିଛନ୍ତି । ଖଣ୍ଡପଡା ତହସିଲ ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟିଦେବାକୁ ଦାବିହେଉଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!