Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ ପାଇଁ ଆଉ ଗୋଟିଏ ପଦକ ଜିତିଲେ ରୁବିନା

by ସଞ୍ଜୟ ସ୍ୱାଇଁ
August 31, 2024
in NATIONAL NEWS, Sports, WORLD
ଭାରତ ପାଇଁ ଆଉ ଗୋଟିଏ ପଦକ ଜିତିଲେ ରୁବିନା
51
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ୟାରିସ ପାରା ଅଲିମ୍ପିକ୍ସରେ ଶୁଟିଂରୁ ପଦକ ଆସିବାରେ ଲାଗିଛି। ଆଜି ଭାରତ ପାଇଁ ୧୦ ମିଟର ଏୟାର ପିସ୍ତଲ(ଏସ୍‌ଏଚ୍ ୧)ରେ ପଦକ ଜିତିଛନ୍ତି ରୁବିନା ଫ୍ରାନ୍ସିସ। ସେ ଏହି ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ କବଜା କରିଛନ୍ତି। ଏଥିସହ ଶୁଟିଂରେ ଭାରତର ପଦକ ସଂଖ୍ୟା ୪ ଓ ମୋଟ ଉପରେ ପାରା ଅଲିମ୍ପିକ୍ସରେ ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ରୁବିନା ୧୦ ମିଟର ଏୟାର ପିସ୍ତଲ (ଏସଏଚ୍ ୧)ରେ ଆରମ୍ଭରୁ ଦମ ଦେଖାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ମଧ୍ୟ ଭାଗରେ କିଛି ଶଟ ସେ ଠିକ ଭାବେ ଲକ୍ଷ୍ୟ ଭେଦ କରି ପାରି ନଥିଲେ। ଏଥିଯୋଗୁ ତାଙ୍କୁ ୪ର୍ଥ ସ୍ଥାନକୁ ଖସିବାକୁ ପଡ଼ିଥିଲା। ତେବେ ସେ ପୁଣି କମବ୍ୟାକ କରି ନିଜ ଲୟକୁ ଫେରିଥିଲେ। ଏଥିସହ ମୋଟ ୨୧୧.୧ ସ୍କୋର କରି ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ପିସ୍ତଲ ଇଭେଣ୍ଟରେ ଭାରତର ପ୍ରଥମ ପାରା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ୨୫ ବର୍ଷୀୟ ରୁବିନାଙ୍କ ପୂର୍ବରୁ ଶୁଟିଂରେ ଅବନୀ ଲେଖାର ଓ ମୋନା ଅଗ୍ରୱାଲ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ବିଜୟୀ ହୋଇଥିଲେ। ଉଭୟ ଆଥଲେଟ ମହିଳା ୧୦ ମିଟର ଏୟାର ରାଇଫଲ ଝଐ୧ ପ୍ରତିଯୋଗିତାରେ ପଦକ ହାସଲ କରିଥିଲେ। ସେହିପରି ମନୀଷ ନରୱାଲ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଝଐ୧ ରାଇଫଲ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!