Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୋହୁର ଦୈାରାତ୍ମ : ସ୍ୱାମୀ, ଶାଶୁ, ଶ୍ୱଶୁର ଥାନାର ଦ୍ୱାରସ୍ଥ

by Anil Panda
October 5, 2020
in Nayagarh
ବୋହୁର ଦୈାରାତ୍ମ : ସ୍ୱାମୀ, ଶାଶୁ, ଶ୍ୱଶୁର ଥାନାର ଦ୍ୱାରସ୍ଥ
972
VIEWS
Share on FacebookShare on Twitter

ଖଣ୍ଡପଡ଼ା, (ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଥାନା ଅଧିନ ଯୋଗିଆପଲ୍ଲୀ ଗ୍ରାମର ଗୋପାଳ ପାତ୍ରଙ୍କ ଘରେ ବଡ଼ ବୋହୁର ଦୈାରାତ୍ମ ଯୋଗୁଁ ପରିବାରରେ ଅଶାନ୍ତି ଦେଖାଦେଇଛି । କଥାକଥାକେ ବଡବୋହୁ ଶ୍ୱଶୁର ଗୋପାଳ ପାତ୍ର, ଶାଶୁ ଯମୁନା ପାତ୍ର ଓ ସ୍ୱାମୀ ଅନନ୍ତ ପାତ୍ରଙ୍କୁ ନାଲି ଆଖି ଦେଖାଇ ଧମକ ଦେଉଥିବା ବେଳେ ବିଭିନ୍ନ ସମୟରେ ଦୁର୍ବବ୍ୟବହାର ପ୍ରଦର୍ଶନ କରି ଆସୁଥିବା ଅଭିଯୋଗ ହେଉଛି । ଗତ ୬ମାସ ଧରି ବଡ଼ ବୋହୁର କାର୍ଯ୍ୟକଳାପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆସୁଥିବା ଗୋପାଳଙ୍କ ପରିବାରବର୍ଗ ପରିଶେଷରେ ନ୍ୟାୟ ପାଇବା ନିମନ୍ତେ ଖଣ୍ଡପଡ଼ା ଥାନା କର୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ଗୋପାଳଙ୍କ ପତ୍ନୀ ଯମୁନା ପାତ୍ର ବୋହୁର କାର୍ଯ୍ୟକଳାପ ସଂପର୍କରେ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଘଟଣାକ୍ରମେ ଯୋଗିଆପଲ୍ଲୀ ଗ୍ରାମର ଗୋପାଳଙ୍କ ୨ ପୁଅ ନୟାଗଡ ଜିଲ୍ଲାର ଓଡଗାଁ ଥାନା ଅଧିନ କଇଁଥପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ୨ ଝିଅଙ୍କୁ ଗତ ୬ବର୍ଷ ତଳେ ବିବାହ କରିଥିଲେ । ୨ ଭଉଣୀ ଗୋପାଳଙ୍କ ଘରେ ୨ ଯାଆ ହୋଇଥିବା ବେଳେ ବଡ଼ ଭଉଣୀ ବିଭିନ୍ନ କଥାରେ ଘରେ ଅଶାନ୍ତି ସୃଷ୍ଟି କରି ଚାଲିଥିବା ଗୋପାଳଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ଗୋପାଳଙ୍କ ସାନ ବୋହୁ ଶ୍ୱଶୁର ଘରେ ଠିକରେ ଚଳୁଥିବା ବେଳେ ବଡ଼ ବୋହୁ ଅଶାନ୍ତି ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ସବୁ ଥାନାରେ ବୋହୁକୁ ନିର୍ଯ୍ୟାତନା ନେଇ ଅଭିଯୋଗ ହେଉଥିବା ବେଳେ ଏଠି ବୋହୁ ଦେଉଥିବା ନିର୍ଯ୍ୟାତନା ଅଭିଯୋଗରେ ପୁଲିସ କି ପଦକ୍ଷେପ ଗ୍ରହଣ କରିବ ତାହା ଜାଣିବାକୁ ଅଂଚଳ ବାସୀ ଚାହିଁ ବସିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!