Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଦ ବେପାରିଙ୍କ ଉନ୍ମୁତ୍ତକାଣ୍ଡ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

by Anil Panda
October 5, 2020
in Crime, Nayagarh, State
ମଦ ବେପାରିଙ୍କ ଉନ୍ମୁତ୍ତକାଣ୍ଡ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
2.3k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଅନ୍ତର୍ଗତ ଖମାରିସାହି ଗ୍ରାମର ଜଣେ ଯୁବକଙ୍କୁ ଆଜି କିଛି ମଦ ବେପାରୀ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି । ସୂଚାନୁସାରେ, ଖମାରିସାହି ଗ୍ରାମର ଗଗନ ବିହାରୀ ସ୍ୱାଇଁ ଜଣେ ମଦ ବେପାରୀ  ହୋଇଥିବା ବେଳେ ଦୀର୍ଘଦିନ ହେବ ସେ ଗାଁରେ ଅରାଜକତା ଚଳାଇ ଆସୁଥିଲେ । ଏହାକୁ ନେଇ ଉକ୍ତ ଗ୍ରାମର ସଂଜୀବ ମହାନ୍ତି ବାରମ୍ବାର ବିରୋଧ କରୁଥିବା ବେଳେ ସକାଳୁ ଏହାକୁ ନେଇ ବଚସା ହୋଇଥିଲା । ସଂଜୀବ ଆଜି ମଧ୍ୟାହ୍ନ ଭୋଜନ ସାରି ଘର କାମ ପାଇଁ ଗୋଡ଼ି ବୁଝିବାକୁ ଯାଇଥିଲେ । ସେ ମଙ୍ଗରାଜପୁର ହାଟଦ୍ୱାର ହୋଇ ଗାଁକୁ ଫେରିବା ରାସ୍ତାରେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ଗଗନ ବିହାରୀ ସ୍ୱାଇଁ, ଜଟିଆ ସ୍ୱାଇଁ, ଲିଟୁ ସ୍ୱାଇଁ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଗଗନଙ୍କ ମୁଣ୍ଡ, ଗୋଡ଼ ଏବଂ ହାତରେ ଗଭୀର ଚୋଟ ଲାଗିଥିବା ଜଣାଯାଇଛି । ଘଟଣାସ୍ଥଳରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ନୟାଗଡ଼ ଟାଉନଥାନା ଏସ୍‌ଆଇ ସ୍ମୃତି ରଂଜନ ମହାନ୍ତି, ଧର୍ମେନ୍ଦ୍ର ଶିଆଳ ଡାକ୍ତରଖାନାରେ ପହଂଚି ପୀଡ଼ିତ ବ୍ୟକ୍ତିଙ୍କ ବୟାନ ନେବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!