Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସହରରେ ଲଙ୍କାକାଣ୍ଡ ଭିଆଇଲେ ମଦ୍ୟପ ଗାଡ଼ି ଚାଳକ

by Sanjay Swain
September 30, 2020
in Nayagarh
ସହରରେ ଲଙ୍କାକାଣ୍ଡ ଭିଆଇଲେ ମଦ୍ୟପ ଗାଡ଼ି ଚାଳକ
4.3k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଆଜି ଜଣେ ମଦ୍ୟପ ଗାଡ଼ି ଚାଳକ ଲଙ୍କାକାଣ୍ଡ ଭିଆଇଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ଦେବୋର୍ତ୍ତ କଲୋନୀର ଜଣେ ଯୁବକ ଆଜି ସଂନ୍ଧ୍ୟାରେ କଲେଜ ରାସ୍ତାରୁ ଲଙ୍କାକାଣ୍ଡ ଭିଆଇବା ଆରମ୍ଭ କରିଥିଲେ । ଯୁବକ ଜଣଙ୍କ ଏକ ଚାରି ଚକିଆ ଯାନକୁ ମଦ୍ୟପାନ କରି ଦ୍ରୁତ ଗତିରେ ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଗୋଟିଏ ଗୋଟିଏ ଦୁର୍ଘଟଣା ଘଟାଇ ଚାଲିଥିଲେ । କଲେଜ ଛକରୁ ଓଡ଼ଗାଁ ଛକକୁ ଆସିବା ସମୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଙ୍କାଇ ଚାଲିଥିଲେ । ଶେଷରେ ତ୍ରିନାଥଛକରେ ଏକ ଗୁପଚୁପ ବ୍ୟବସାୟୀଙ୍କ ଗାଡ଼ିକୁ ଧକ୍କା ଦେଇଥିବା ଚାଲି ଯାଇଥିବା ବେଳେ ଓଡ଼ଗାଁ ଛକ ନିକଟରେ ଏକ ମକା ବ୍ୟବସାୟୀଙ୍କ ଆଡ଼କୁ ଗାଡ଼ି ଚଢ଼ାଇ ଆଣିଥିଲେ । ଭାଗ୍ୟ ବଶତଃ ଗୁପଚୁପ୍ ବ୍ୟବସାୟୀ ଓ ମକା ବ୍ୟବସାୟୀ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଗୁପଚୁପ ବ୍ୟବସାୟୀଙ୍କର ବହୁ କ୍ଷତି ହୋଇଥିବା ଜଣାଯାଇଛି । ସେହିଭଳି ଭାବେ ମକା ବ୍ୟବସାୟୀଙ୍କ ମକା ନଷ୍ଟ ହୋଇଥିବା ଜଣାଯାଇଛି । ଏହାପରେ ଯୁବକ ଜଣଙ୍କ ସେଠାରୁ ଚାରି ଚକିଆ ନେଇ ଚାଲି ଯାଇଥିବା ବେଳେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା । ଖବରପାଇ ଟାଉନଥାନା ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳ ସଦଳବଳେ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ କରୁଥିବା ବେଳେ ଯୁବକ ଜଣଙ୍କ ସେହି ବାଟ ଦେଇ ଏକ ବାଇକ ଯୋଗେ ଆସୁଥିବା ଲୋକମାନେ ଦେଖିଥିଲେ । ପୁଲିସ ଓ ଲୋକମାନେ ତାଙ୍କୁ ଅଟଳାଇବା ବେଳକୁ ଯୁବକ ନିଶାଶକ୍ତ ଅବସ୍ଥାରେ ପୁଲିସ ଏବଂ ସାଧାରଣ ଲୋକଙ୍କୁ ଦୁର୍ବବ୍ୟବହାର କରିଥିବା ଦେଖା ଯାଇଛି । ଟାଉନଥାନା ପୁଲିସ ଯୁବକଙ୍କ ଥାନାକୁ ନେଇ ପାରିନଥିବା ବେଳେ ତାଙ୍କ ବାଇକକୁ ଥାନାକୁ ନେଇଥିବା ଜଣାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!