Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାତକୋଶିଆ ସ୍ୟାଣ୍ଡ ରିସର୍ଟରେ ହେବ ଇକୋ ରିଟ୍ରିଟ୍ ଉତ୍ସବ

by Anil Panda
September 19, 2020
in Breaking, Nayagarh
ସାତକୋଶିଆ ସ୍ୟାଣ୍ଡ ରିସର୍ଟରେ ହେବ ଇକୋ ରିଟ୍ରିଟ୍ ଉତ୍ସବ
435
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଗୁଜୁରାଟର ରନ୍ ମହୋତ୍ସବ ଢାଞ୍ଚାରେ ୨୦୧୯ ଡିସେମ୍ବର ୧୫ ତାରିଖରୁ ଫ୍ରେବୃୟାରୀ ୧୫ ତାରିଖ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଏହା ପର୍ଯ୍ୟଟକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା । ଜଳକ୍ରିଡ଼ା ସାଙ୍ଗକୁ ନୃତ୍ୟ ଗୀତରେ ମଜ୍ଜି ଯାଉଥିଲେ ପର୍ଯ୍ୟଟକ । କୋଣାର୍କ ମେରାଇନ ଡ୍ରାଇଭରେ ପ୍ରଥମ ଥର ଆୟୋଜନ ହୋଇଥିବା ଏହି ଉତ୍ସବରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥିଲା । ତେବେ ଏବେ କେବଳ କୋଣାର୍କ ମେରାଇନ ଡ୍ରାଇଭରେ ନୁହେଁ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଉତ୍ସବ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । ସେଥିମଧ୍ୟରୁ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ସାତକୋଶିଆ ସ୍ୟାଣ୍ଡ ରିସର୍ଟରେ ଏହି ଉତ୍ସବ ହେବା ପାଇଁ ସ୍ଥିର ହୋଇଥିôବା ଜଣାପଡିଛି । ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜନ ହେବା ନେଇ ପର୍ଯ୍ୟଟନ ବିଭାଗ ପରିକଳ୍ପନା କରିଛି । କରୋନା ଗାଇଡ୍ ଲାଇନ ଅନୁସାରେ ଜରୁରୀକାଳୀନ ଗାଡି, ଡାକ୍ତରୀ ସୁବିଧା, ପୃଥକବାସ ଘର, ରାପିଡ୍ ଟେଷ୍ଠିଂ ସୁବିଧା ଆଦି ଯୋଗାଇ ଦିଆଯିବ ବୋଲି ଜଣାଯାଇଛ । ଏଜେନ୍ସି ଜରିଆରେ ଉକ୍ତ ସ୍ଥାନର ଉନ୍ନତିକରଣ, ପରିଚାରଳନା, ପ୍ରଚାର ପ୍ରସାର ଆଦି ସମ୍ପାଦିତ ହେବ । ସେଠାରେ ୨୫ଟି ଡିଲକ୍ସ ସ୍ୱିସ୍ କଟେଜ ରହିବ । ରାଇଫଲ ସୁଟିଂ, ଆର୍ଚେରି, ମାଉଣ୍ଟେନ ବାଇକ୍ସ, ବିଚ୍ ଭଲିବଲ୍‌, ବାନାନା ରାଇଡସ, ସ୍ପିଡ୍ ବୋଟସର ସୁବିଧା ମଧ୍ୟ ହେବ । ପର୍ଯ୍ୟଟନ ବିଭାଗ ତରଫରୁ ଏ ନେଇ ସୂଚନା ପ୍ରଦାନ କରାଯାଇଥିବା ଜଣାପଡିଛି । ମହାନଦୀରେ ପାଣି କମିବା ପରେ ବୃତ୍ତଙ୍ଗ କିମ୍ବା ବେଠିଆସାହି ଖଳଖଳା ନାଳ ପାଖରେ ଏହି ଉତ୍ସବ ଆୟୋଜନ କରିବାକୁ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ସ୍ଥିର କରିଥିବା ଜଣାଯାଇଛି । ସାତକୋଶିଆ ସ୍ୟାଣ୍ଡ ରିସର୍ଟ ପର୍ଯ୍ୟଟକଙ୍କରର ପ୍ରଥମ ପସନ୍ଦ ପାଲଟିଥିବା ବେଳେ ଗଣିଆରେ ଇକୋ ରିଟ୍ରିଟ୍ ଉତ୍ସବ ଆୟୋଜନ କରାଗଲେ ଏହା ପର୍ଯ୍ୟଟକଙ୍କ ମଧ୍ୟରେ ଆଦୃତ ହେବା ସହିତ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!