Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଲ୍‌ରେ ଲାଗିଲା ନିଆଁ, ଚାଲିଗଲା ୧୬ ଜୀବନ

by ସଞ୍ଜୟ ସ୍ୱାଇଁ
July 18, 2024
in NATIONAL NEWS, WORLD
ମଲ୍‌ରେ ଲାଗିଲା ନିଆଁ, ଚାଲିଗଲା ୧୬ ଜୀବନ
105
VIEWS
Share on FacebookShare on Twitter

ସିଚୁଆନ, (ବାଘୁଆବାର୍ତ୍ତା): ଚାଇନାର ସିଚୁଆନ ପ୍ରଦେଶରେ ଥିବା ଏକ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୬ ଜୀବନ ଚାଲି ଯାଇଛି। ଗତକାଲି ସନ୍ଧ୍ୟା ସମୟରେ ୧୪ ମହଲା ବିଶିଷ୍ଟ ମଲ୍‌ରେ ଲାଗିଥିବା ଏହି ନିଆଁ ଆଜି ଭୋର ସମୟରେ ନିୟନ୍ତ୍ରଣକୁ ଆସିଥିଲା। ମଲ୍‌ ଭିତରୁ ପ୍ରାୟ ୭୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି। ସିଚୁଆନ ପ୍ରଦେଶର ଜିଜୋଙ୍ଗରେ ଥିବା ଏକ ୧୪ ମହଲା ବିଶିଷ୍ଟ ମଲ୍‌ରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ଯାଇଥିଲା। ଉକ୍ତ ସମୟରେ ମଲ୍‌ରେ ବହୁ ଲୋକ ଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏହାପରେ ମଲ୍‌ ବାହାରେ ଏକ ମୋଟା ଆସ୍ତରଣର କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଜୀବନ ବିକଳରେ ବହୁ ଲୋକ ଦୌଡ଼ି ବାହାରକୁ ଆସିଥିବା ବେଳେ ବହୁ ଲୋକେ ନିଆଁ ଭିତରେ ଫସି ଯାଇଥିଲେ। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ତୁରନ୍ତ ମଲ୍‌ ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମଲ୍‌ରୁ ୭୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୬ଟି ମୃତଦେହକୁ ଉଦ୍ଧାର କରାଯାଇଛି। ନିଆଁକୁ ଆୟତ୍ତ କରିବାକୁ ବହୁ ଚେଷ୍ଟା କରାଯିବା ପରେ ଆଜି ସକାଳେ ନିଆଁ ଆୟତ୍ତକୁ ଆସିଥିଲା। ନିଅଁ ଲିଭାଯିବା ପରେ ଅଗ୍ନିଶମ କର୍ମଚାରୀ ସମ୍ପୂର୍ଣ୍ଣ ବିଲ୍ଡିଂକୁ ତନ ତନ କରି ଯାଞ୍ଚ କରିବା ସହ ଏହାକୁ ଖାଲି କରି ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ବିଲ୍ଡିଂର କିଛି ଅଂଶରେ ନିର୍ମାଣ କାମ ଚାଲିଥିବା ବେଳେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ଏହି ଘଟଣାର ତଦନ୍ତ ନିମନ୍ତେ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ତଦନ୍ତକାରୀ ଦଳ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!