Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରିଷ୍ଠ କଣ୍ଠଶିଳ୍ପୀଙ୍କ ପରଲୋକ

by Anil Panda
September 16, 2020
in Nayagarh
ବରିଷ୍ଠ କଣ୍ଠଶିଳ୍ପୀଙ୍କ ପରଲୋକ
971
VIEWS
Share on FacebookShare on Twitter

ଖଣ୍ଡପଡା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ସହରର ବରିଷ୍ଠ କଣ୍ଠଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ର(୮୭)ଙ୍କର ବୁଧବାର ଦିନ ପରଲୋକ ହୋଇଯାଇଛି । ଦୀର୍ଘମାସ ଧରି ସେ ଅସୁସ୍ଥ ଥିଲେ । ଗଡ଼ଜାତ ଖଣ୍ଡପଡ଼ା ଅଂଚଳର ପ୍ରାଚୀନ ଲୋକକଳା ଢୁମ୍ପା ସଙ୍ଗୀତର ଜଣେ ଆଗଧାଡିର ଗାୟକ ଥିଲେ ସ୍ୱର୍ଗତ ମହାପାତ୍ର । ଏତଦ୍‌ବ୍ୟତିତ ଓଡିଶୀ ଗୀତ, ଛାନ୍ଦ, ଚମ୍ପୁ ଓ ଭଜନ ପରିବେଷଣ କରି ସମସ୍ତଙ୍କ ମନ ଜିଣିବାରେ ମାହିର ଥିଲେ ସେ । ତାଙ୍କର ବିୟୋଗରେ ଖଣ୍ଡପଡା ଅଚଂଳବାସୀ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କୁ ହରାଇଲା ବୋଲି ବହୁ ବିଶିଷ୍ଟବ୍ୟକ୍ତ ବିଶେଷ ଶୋକବାର୍ତାରେ ପ୍ରକାଶ କରିଛନ୍ତି । ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଖଣ୍ଡପଡା ବଜାର ସାହିସ୍ଥିତ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । କଣ୍ଠଶିଳ୍ପୀ ଭିକାରୀ ମହମ୍ମଦ, ନାଟ୍ୟ ନିର୍ଦ୍ଦେଶକ ରାମଚନ୍ଦ୍ର ଦାଶ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ସିଦ୍ଧାର୍ଥ ଶେଖର ସିଂ, ପୂର୍ବତନ ମନ୍ତ୍ରୀ ତଥା ଉପବାଚସ୍ପତି ବିଭୁତିଭୂଷଣ ସିଂ ମର୍ଦ୍ଦରାଜ ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ଥାନୀୟ ମା ଉମାଦେବୀ ମନ୍ଦିର ନିକଟସ୍ଥ ଶ୍ମଶାନ ଘାଟରେ ଏକ ଶୋକାକୂଳ ପରିବେଶରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ବଡପୁଅ ସଚ୍ଚିଦାନନ୍ଦ ମହାପାତ୍ର ମୁଖାଗ୍ନି ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!