ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସିଥିବା ବେଳେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ କିଛି କିରାଣୀଙ୍କ କାର୍ଯ୍ୟକୁ ନେଇ ଶିକ୍ଷକ ସଂଘ ଅସନ୍ତୋଷ ରହିଥିଲା । ଏଭଳି ସ୍ଥିତିରେ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ୱେଚ୍ଛାକୃତ ଅବସର ଆବେଦନ କରିଥିବା ବେଳେ ଜିଲ୍ଲାର କିରାଣୀ ସ୍ତରରେ ଆଜି ବ୍ୟାପକ ଅଦଳବଦଳ ହୋଇଥିବା ଜଣାଯାଇଛି । ସୂଚନାନୁସାରେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅତିରିକ୍ତ ନିର୍ଦ୍ଦେଶକ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦେଇଥିବା ନିର୍ଦ୍ଦେଶାନୁସାରେ, ବଡ଼ବାବୁ ତଥା ମୁଖ୍ୟ କିରାଣୀ ହାଡ଼ୁବନ୍ଧୁ ନାୟକଙ୍କୁ ତାଙ୍କ ମୁଖ୍ୟ କାର୍ଯ୍ୟସ୍ଥଳୀ ବିଇଓ ଅଫିସ୍ରୁ ଡିଇଓ ଅଫିସ୍କୁ ବଦଳି କରାଯାଇଛି । ସେ ଦୀର୍ଘ ୯ ବର୍ଷ ୨ ମାସ ହେବ ବିଇଓ ଅଫିସ୍ରେ କାର୍ଯ୍ୟ କରୁଥିବା ଜଣାଯାଇଛି । ସେହିଭଳି ଭାବେ କନିଷ୍ଠ କିରାଣୀ ଶ୍ରୀଧର କୁମାର ସାହୁଙ୍କୁ ଡିଇଓ ଅଫିସ୍ରୁ କେ.ଏନ୍ ଜନତା ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ଶୁଭେଶ କୁମାର ଶୁକ୍ଲାଙ୍କୁ ନୂଆଗାଁ ବିଇଓ ଅଫିସ୍ରୁ ଜନତା ଉଚ୍ଚ ବିଦ୍ୟାଳୟ କୋରପୀଠାକୁ ବଦଳି କରାଯାଇଛି । ଦଶପଲ୍ଲା ବିଇଓ ଅଫିସ୍ କନିଷ୍ଠ କିରାଣୀ ମନୋରଂଜନ ପଟ୍ଟନାୟକଙ୍କୁ ଆର୍ଏମ୍ଜି ନୋଡାଲ ଉଚ୍ଚ ବିଦ୍ୟାଳୟ ସାତପାଟଣାକୁ ବଦଳି କରାଯାଇଛି । ଖଣ୍ଡପଡ଼ା ବିଇଓ ଅଫିସ୍ କନିଷ୍ଠ କିରାଣୀ ବନମାଳୀ ହରିଚନ୍ଦନଙ୍କୁ ଆର୍ସି ଉଚ୍ଚ ବିଦ୍ୟାଳୟ ଖଣ୍ଡପଡ଼ାକୁ ବଦଳି କରାଯାଇଛି । ଡିଇଓ ଅଫିସ୍ କନିଷ୍ଠ କିରାଣୀ ସୁରେଶ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଗୋଳାପୋଖରୀ ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ସେହିଭଳି ଡିଇଓ ଅଫିସ୍ରେ କାର୍ଯ୍ୟରତ ଅନ୍ୟତମ କନିଷ୍ଠ କିରାଣୀ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଇଟାମାଟି ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ନୟାଗଡ଼ ବିଇଓ ଅଫିସରେ କାର୍ଯ୍ୟରତ ଶରତ ଚନ୍ଦ୍ର ସାହୁଙ୍କୁ ନୂଆଗାଁ ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ଗଣିଆ ବିଇଓ ଅଫିସ୍ କନିଷ୍ଠ କିରାଣୀ କେଦାରନାଥ ଦାଶଙ୍କୁ ମହୀପୁର ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ଗଣିଆର ଅନ୍ୟତମ କନିଷ୍ଠ କିରାଣୀ ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ଖଣ୍ଡପଡ଼ା ବିଇଓ ଅଫିସ୍ରେ କାର୍ଯ୍ୟରତ ବିପିନ ବିହାରୀ ସାହୁଙ୍କୁ କେ.ସି ବାଳିକା ଉଚ୍ଚ ବିଦ୍ୟାଳୟ ବନମାଳୀପୁରକୁ ବଦଳି କରାଯାଇଛି । ଖଣ୍ଡପଡ଼ା ବିଇଓ ଅଫିସର ଅନ୍ୟତମ କିରାଣୀ ସୁରେଶ କୁମାର ପ୍ରଧାନଙ୍କୁ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ଖଣ୍ଡପଡ଼ାକୁ ବଦଳି କରାଯାଇଛି । ସେହିଭଳି ଭାବେ ଭାପୁର ବିଇଓ ଅଫିସ୍ କନିଷ୍ଠ କିରାଣୀ ରାମକୃଷ୍ଣ ପଟ୍ଟନାୟକଙ୍କୁ ସାତପାଟଣା ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି ।






