Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୂତଡ଼ି ହତ୍ୟାକାଣ୍ଡ, ବାପା ଓ ପୁଅ ଗିରଫ

by ସଞ୍ଜୟ ସ୍ୱାଇଁ
June 17, 2024
in Crime, Nayagarh, State
ଭୂତଡ଼ି ହତ୍ୟାକାଣ୍ଡ, ବାପା ଓ ପୁଅ ଗିରଫ
1.6k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଭୁତଡ଼ି ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭୂତଡ଼ି ଗ୍ରାମର କାବୁଲି ରାଉତ ଏବଂ ତାଙ୍କ ପୁଅ ସାନୁଲୁ ରାଉତ । ଦୁଇ ଅଭିଯୁକ୍ତଙ୍କୁ ଖଣ୍ଡପଡ଼ା ଥାନା ଅଞ୍ଚଳରୁ ଗିରଫ କରାଯାଇଥିବା ନୟାଗଡ଼ ଏସପି ରାହୁଲ ଜୈନ ଇଟାମାଟି ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଲାଠିପଡ଼ା ପାଇକସାହିର ଜଗଦ୍ଦେବ ପରିଡ଼ାଙ୍କ ସହ ଭୁତଡ଼ି ଗ୍ରାମର କାବୁଲିଙ୍କ ପରିବାର ସହ ଜମିବାଡ଼ି ବିବାଦ ରହିଥିଲା । ଗତକାଲି ଅଭିଯୁକ୍ତଙ୍କ ଆକ୍ରମଣରେ ଜଗଦ୍ଦେବ ଏବଂ ସାନପୁଅ ପ୍ରମୋଦ ଗୁରୁତର ହୋଇଥିବା ବେଳେ ବଡ଼ପୁଅ ସୁବୋଦ୍ଧ(ଦଣ୍ଡପାଣି)ଙ୍କ ମୃତ୍ୟୁ ଘଟିଥିଲା ।

ପୁଲିସ ସୁବୋଦ୍ଧଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି । ଏହି ଘଟଣାକୁ ନେଇ ସୁବେଦ୍ଧାଙ୍କ ପତ୍ନୀ ଅଶାନ୍ତି ପରିଡ଼ାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଘଟଣାର ତଦନ୍ତ ଭାର ନେଇଥିବା ବେଳେ ଏସ୍‌ପି ନିଜେ ଏହାର ତତ୍ୱାବଧାନ କରୁଛନ୍ତି । ଏସଡିପିଓ ଓ ଥାନା ଅଧିକାରୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇଥିଲା । ତାଙ୍କୁ ସାଇବର ସେଲ୍ ଏବଂ ଟେକନିକାଲ ଟିମ୍ ସହଯୋଗ କରିଥିଲେ । ଗତକାଲି ରାତିରେ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ଖଣ୍ଡପଡ଼ା ଅଞ୍ଚଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୩୦ ଦିନ ମଧ୍ୟରେ ଚାର୍ଜ୍ଜସିଟ୍ ଦାଖଲ କରାଯିବା ସହ ଏହାକୁ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରିବା ପାଇଁ ଅନୁରୋଧ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଏହା ସହିତ ଘଟଣାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ଫେରାର ବ୍ୟକ୍ତିଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!