Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିନ ଦ୍ୱିପହରରେ ଏଲ୍‌ଆଇସି ଏଜେଣ୍ଟଙ୍କ ଘରୁ ଲୁଟ

by Anil Panda
August 31, 2020
in Nayagarh
ଦିନ ଦ୍ୱିପହରରେ ଏଲ୍‌ଆଇସି ଏଜେଣ୍ଟଙ୍କ ଘରୁ ଲୁଟ
774
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସ୍ଥାନୀୟ ଜଗାପୁର ରାସ୍ତା ନିକଟସ୍ଥ ବନଦୁର୍ଗା ମନ୍ଦିର ପାଖରେ ଥିବା ଏଲ୍‌ଆଇସି ଏଜେଣ୍ଟ ରାଜେନ୍ଦ୍ର କୁମାର ସାହୁଙ୍କ ଘରୁ ଚୋରୀ ହୋଇଛି । ଆଜି ମଧ୍ୟାହ୍ନରେ କିଛି ଦୁର୍ବୁତ୍ତ ଝରକା ତାଡ଼ି ଘରେ ପଶି କଳାକନା ବୁଲାଇଛନ୍ତି । ସୂଚନାନୁସାରେ, ଦୁବୁର୍ତ୍ତମାନେ ଘରେ ପଶି ଗଡ୍ରେଜ୍ ଭାଙ୍ଗିବା ସହ ସେଥିରେ ଥିବା ସୁନା ଅଳଙ୍କାର ଏବଂ ନଗଦ ୧୫ ହଜାର ଟଙ୍କା ଚୋରୀ ନେଇଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି ଶେଷ ଖୁଦୁରୁକୁଣୀ ଓଷା ଥିବା ବେଳେ ରାଜେନ୍ଦ୍ରଙ୍କ ପôତୀ ଓ ପିଲାଙ୍କୁ ସେ ସାତପାଟଣା ସ୍ଥିତ ଶ୍ୱଶୁରଙ୍କ ଘରେ ଛାଡ଼ିଥିଲେ । ରାତିରେ ସେ ଘରେ ଶୋଇବା ସହ ଆଜି ସକାଳୁ ନତ୍ୟକର୍ମ ସାରି ସେ ଘରୁ ବାହାରକୁ ଆସିଥିଲେ । ଅପରାହ୍ନରେ ସେ ଘରକୁ ଫେରିବା ବେଳକୁ ଘରର ଭିତର ପାଶ୍ୱର୍ରୁ କବାଟ ବନ୍ଦ ହୋଇଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ ତାଙ୍କର ସନ୍ଦେହ ହେବାରୁ ସେ ବାହାର ପାଶ୍ୱ ବେଡ୍ ରୁମ ପାଖ ଝରକା ଭଙ୍ଗା ହୋଇଥିବା ଦେଖିଥିଲେ । କବାଟ ଖୋଲି ଘରେ ଦେଖିବା ବେଳକୁ ଗଡ୍ରେଜ୍ ଭଙ୍ଗା ଯାଇ ବିଭିନ୍ନ ଜିନିଷ ଛାନଭିନ୍ ହୋଇ ପଡ଼ିଥିଲା । ସେଥିରେ ଥିବା ୩ଟି ସୁନାମୁଦି ଏବଂ ୪ଟି ଲକେଟ, ଦୁଇ ହଳ କାନଫୁଲ ଏବଂ ୪ ପଟ ବାହୁଟି ଓ ରୂପା ୨ ଶହ ଗ୍ରାମ ସହ ନଗଦ ୧୫ ହଜାର ଟଙ୍କା ଚୋରୀ ଯାଇଥିବା ରାଜେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି । ଦଶପଲ୍ଲା ପୁଲିସ ଅଭିଯୋଗ ପାଇବା ପରେ ଘଟଣାକୁ ନେଇ ଛାନଭିନ୍ ଆରମ୍ଭ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!