Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜେଇ ଜବତ, ଦୁଇ ଗିରଫ

by ସଞ୍ଜୟ ସ୍ୱାଇଁ
May 14, 2024
in Crime, Nayagarh, State
ଗଞ୍ଜେଇ ଜବତ, ଦୁଇ ଗିରଫ
290
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଆକ୍ସନ ମୁଡରେ ଅଛି ନୟାଗଡ଼ ଅବକାରୀ ବିଭାଗ । ଦୁଇଟି ସ୍ଥାନରେ ଚଢ଼ଉ କରି ୧୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଯାହାର ମୂଲ୍ୟ ୧ ଲକ୍ଷ ୫ ହଜାର ଟଙ୍କା ହେବ । ଏଥି ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଫରୁୱାର୍ଡ କରିଛି । ସୁଚନାନୁସାରେ ନୂଆଗାଁ ଥାନା ରାମଚଣ୍ଡି ମନ୍ଦୀର ସାମ୍‌ନାରେ ଆଜି ସକାଳ ୫ ଘଣ୍ଟା ୩୦ ମିନିଟରେ ଅବକାରୀ ବିଭାଗ ଛକି ବସିଥିଲା । ବିହାର ରାଜ୍ୟର ମୁଜାଫରପୁର ଜିଲ୍ଲା ମିନାପୁର ଥାନା ରାମଟୋବାହାନ ଗ୍ରାମର ବିନୋଦଙ୍କ ପଟ୍ଟେଲଙ୍କ ପୁଅ ମନିଷ କୁମାରଙ୍କ ଠାରୁ ୫ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । କେସ୍ ନଂ-୧୧/୨୪-୨୫ ରେ ମାମଲା ରୁଜୁ କରି ତାକୁ କୋର୍ଟ ଫରୁୱାର୍ଡ କରିଛି । ସେହିପରି ଭାବେ ନୂଆଗାଁ ଥାନା କୃଷି ବିଭାଗ କାର୍ଯ୍ୟାଳୟ ସାମନାରୁ ଅବକାରୀ ବିଭାଗ ଦିନ ୧୧.୩୦ ମିନିଟରେ ଆଉ ଜଣଙ୍କ ଠାରୁ ୫ କେଜି ଗଞ୍ଜେଇ ଜବତ କରିଛି । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଆରବକା ଗ୍ରାମର କାଶୀସାନ୍ ଡିଗାଲଙ୍କ ପୁଅ ଅମର ଡିଗାଲଙ୍କ ଠାରୁ ଅବକାରୀ ବିଭାଗ ୫ କେଜି ଗଞ୍ଜେଇ ଜବତ କରିଛି । ଯାହାର ମୁଲ୍ୟ ୫୦ ହଜାର ଟଙ୍କା ହେବ । ନୟାଗଡ଼ ଅବକାରୀ ବିଭାଗ ପକ୍ଷରୁ ୧୨/୨୪-୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଫରୁୱାର୍ଡ କରିଛି । ଅବକାରୀ ସୁପରିଟେଣ୍ଡେଣ୍ଟ ଙ୍କ ନିର୍ଦ୍ଦେଶ କ୍ରମେ ସଦର ରେଞ୍ଜ ଅବକାରୀ ଇନିସ୍‌ପେକ୍ଟର ବିଷ୍ଣୁ ଚରଣ ମଲ୍ଲିକ, ଅବକାରୀ ମୋବାଇଲ ସ୍କ୍ୱାର୍ଡ ସବ୍ ଇନିସ୍‌ପେକ୍ଟର ଅର୍ପିତାରାଣୀ ସାହୁ, ଏଏସଆଇ ବିଦ୍ୟାଧର ପ୍ରଧାନ, କନେଷ୍ଟବଳ ପ୍ରସନ୍ନ କୁମାର ସେଠୀ, ନୀଳରୋହିତ ମଲ୍ଲିକ, ପ୍ରତ୍ୟୁଷ ରଞ୍ଜନ ଦେହୁରୀ, ପ୍ରହଲ୍ଲାଦ ପ୍ରଧାନ ଓ କୁମାରୀ ଭାରତୀ ବରାଡ଼ ପ୍ରମୁଖ ଏହି ରେଡରେ ସାମିଲ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!