Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଟସାହି ଚାଷ ଜମିରୁ ରକ୍ତାକ୍ତ ଶବ ଉଦ୍ଧାର, ଦୁଇ ଅଟକ

ପଢ଼ନ୍ତୁ, ସବିଶେଷ ବିବରଣୀ

by Anil Panda
August 28, 2020
in Crime, Nayagarh
ଭାଟସାହି ଚାଷ ଜମିରୁ ରକ୍ତାକ୍ତ ଶବ ଉଦ୍ଧାର, ଦୁଇ ଅଟକ
2.3k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଗତକାଲି ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରାଯାଇ ଚାଷ ଜମିରେ ଫିଙ୍ଗି ଦିଆ ଯାଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଭାଟସାହି ଗ୍ରାମର ଅର୍ଜ୍ଜୁନ ପ୍ରଧାନ (୫୫) । ସୂଚନାନୁସାରେ, ଭାଟସାହି ଗ୍ରାମର ଅର୍ଜ୍ଜୁନ ଆଜି ଦିନ ୧୦ଟା ବେଳକୁ କୈାଣସି କାରଣ ପାଇଁ ଘରୁ ବାହାରକୁ ଯାଇଥିଲେ । ସେ କେଉଁ ଆଡ଼େ ଯାଇଥିଲେ, ଏନେଇ ପରିବାରକୁ କୈାଣସି ସୂଚନା ଦେଇନଥିବା ବେଳେ ଘର ଲୋକ ଜମିକୁ ଯାଇ କାମ କରୁଥିବା ଭାବିଥିଲେ । ମାତ୍ର ଅର୍ଜ୍ଜୁନ ଖାଇବା ସମୟରେ ଘରକୁ ନଫେରିବାରୁ ପôତୀ କାଳିକା ପ୍ରଧାନ ତାଙ୍କୁ ଖୋଜିବାକୁ ବିଲକୁ ଯାଇଥିଲେ । ରାସ୍ତା ଉପରେ ଠିଆ ହୋଇ ବିଲକୁ ଦେଖିଥିଲେ ମଧ୍ୟ କୈାଣସି ସନ୍ଧାନ ନପାଇବାରୁ ସେ ଘରକୁ ଫେରି ଆସି ଅପରାହ୍ନ ୪ଟା ବେଳକୁ ଅର୍ଜ୍ଜୁନଙ୍କ ଜଣେ ବନ୍ଧୁଙ୍କୁ ଏ ବିଷୟରେ ପଚାରିଥିଲେ । ସେ ଅର୍ଜ୍ଜୁନଙ୍କୁ ଦେଖିନଥିବା ସୂଚନା ଦେବା ପରେ କାଳିକା ତାଙ୍କର ଦୁଇ ପୁଅଙ୍କୁ ଏନେଇ ଜଣାଇଥିଲେ । ଫଳରେ ଘର କାମରେ ବ୍ୟସ୍ତ ଥିବା ଅର୍ଜ୍ଜୁନଙ୍କ ପୁଅ ହାଡ଼ୁବନ୍ଧୁ ପ୍ରଧାନ, ବୁଲା ପ୍ରଧାନ ଏବଂ ଅନ୍ୟ ଜଣେ ପୁତୁରା ରାଉଳି ପ୍ରଧାନ ସବୁ ଆଡ଼େ ଖୋଜା ଖୋଜି କରି ସଂନ୍ଧ୍ୟା ସମୟରେ ନୟାଗଡ଼ ଭାଟସାହି ରାସ୍ତାରେ କଡ଼ରେ ତଥା ଭାଟସାହି ନାଳ ପାଖରେ ଥିବା ତାଙ୍କ ପଡ଼ୋଶୀ ଜମିରେ ଅର୍ଜ୍ଜୁନଙ୍କ ରକ୍ତାକ୍ତ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଡାକ୍ତରଖାନା ନେବା ଲକ୍ଷ୍ୟରେ ଅର୍ଜ୍ଜୁନଙ୍କ ପୁଅ ଓ ପୁତୁରାମାନେ ତାଙ୍କୁ ଭାଟସାହି ନୟାଗଡ଼ ରାସ୍ତା ଉପରକୁ ଉଠାଇ ଆଣିବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଜାଣିଥିଲେ । ଖବରପାଇ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ, ନୟାଗଡ଼ ଏସ୍‌ଡିପି ନୀରଞ୍ଜନ ପାଢ଼ୀ, ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କ ସହ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି । ଅର୍ଜ୍ଜୁନଙ୍କ ବଡ଼ପୁଅ ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ରାଜନ ଦାଶଙ୍କ ପୁଅ କାବୁଲି ଦାଶ, ବାବୁଲି ଦାଶ ଏବଂ ଚରଣ ବେହେରାଙ୍କ ପୁଅ ବିଜୟ ବେହେରାଙ୍କ ସହ ତାଙ୍କ ବାପାଙ୍କର ପୂର୍ବ ଶୁତ୍ରତା ରହିଥିଲା । ଏହି ବ୍ୟକ୍ତିମାନଙ୍କ ସହ ଜମିବାଡ଼ି ବିବାଦକୁ ନେଇ ପୂର୍ବରୁ ତାଙ୍କର ଗଣ୍ଡଗୋଳ ହୋଇଥିବା ବେଳେ ଏନେଇ ଟାଉନଥାନାରେ ଏକ ମାମଲା ରୁଜୁ ହେବା ସହ ଅର୍ଜ୍ଜୁନ ପ୍ରଧାନ ଏବଂ ଅନ୍ୟ କେତେ ଜଣ ଜାମିନରେ ଛାଡ଼ ପାଇଥିଲେ । ସେହି ଦିନଠାରୁ ଉକ୍ତ ଚାରି ଜଣ ବ୍ୟକ୍ତି ଅର୍ଜ୍ଜୁନଙ୍କୁ ହତ୍ୟା କରିବା ନେଇ ବାରମ୍ବାର ଧମକ ଦେଉଥିବା ବେଳେ ସେ ଏକୁଟିଆ ଜମିକୁ ଯିବା ସମୟରେ ତାଙ୍କର ପିଛା କରୁଥିବା ହାଡ଼ୁବନ୍ଧୁ କହିଛନ୍ତି । ଆଜି ସୁଯୋଗ ପାଇଁ ଏହି ବ୍ୟକ୍ତିମାନେ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ନେଇ ହାଡ଼ୁବନ୍ଧୁ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗ ଆଧାରରେ ପୁଲିସ ଦୁଇ ଜଣଙ୍କ ଧରି ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷେ, ଗତକାଲି ରାତି ହୋଇ ସାରିଥିବାରୁ ଆଜି ପଂଚନାମା କରାଯିବା ପରେ ଶବକୁ ବ୍ୟବେଚ୍ଛଦ ପାଇଁ ପଠାଯିବ ବୋଲି ଜଣାଯାଇଛି ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!