ଭୁବନେଶ୍ୱର, (ବାଘୁଆବାର୍ତ୍ତା) : କୋଭିଡ୍-୧୯ ନିୟମାବଳୀ ଏବଂ କଟକାର ଅନୁପାଳନ ମଧ୍ୟରେ ଆଜି ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ଛତୁଆ ମିଶ୍ର କରାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ୬ ମାସରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବା ଶୁଖିଲା ରାସନ୍ରେ ଛତୁଆ ଏକ ପ୍ରମୁଖ ଉପାଦାନ । ବୟସ ଅନୁପାତରେ ଶିଶୁ ଓ ମହିଳା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ୧ ତାରିଖରେ ଟେକ୍ ହୋମ୍ ରାସନ ଭାବେ ଛତୁଆ, ଚିକି, ବାଦାମ ଲଡୁ, ଅଣ୍ଡା ଆଦି ଯୋଗାଇ ଦିଆଯାଉଛି । ଛତୁଆ ମିଶ୍ରର ଗୁାତ୍ମକ ଅଭିବୃଦ୍ଧି ଏବଂ ବଣ୍ଟନରେ ସ୍ୱଚ୍ଛତା ଆିବା ପାଇଁ ବିଭାଗ ପକ୍ଷରୁ ୨୦୧୯ ମସିହା ଅଗଷ୍ଟ ମାସରେ ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ର ଓ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରତ୍ୟେକ ମାସ ୨୩ ତାରିଖରେ ଛତୁଆ ମିଶ୍ରଣ ଏବଂ ମାସର ୧ ତାରିଖରେ ଛତୁଆ ବଣ୍ଟନ ପାଇଁ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ‘ମୋ ଛତୁଆ’ ଆପ୍ ଓ େୱବ୍ସାଇଟ୍ ଦ୍ୱାରା ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ କରାଯାଇଥିଲା । ଏହି ଆପ୍ ମାଧ୍ୟମରେ ଛତୁଆ ପାଇଁ ଆବଶ୍ୟକୀୟ ସମସ୍ତ କଞ୍ଚାମାଲ ସଂଗ୍ରହ, ଆନୁପାତିକ ପରିମାର ମିଶ୍ର, ମିଶ୍ରଣ ସମୟରେ ପ୍ରକଳ୍ପର ଫଟୋ ଆଦି ସଂଗ୍ରହ, ବଣ୍ଟନ ପ୍ରକି୍ରୟା ଏବଂ ଏ ସଂପର୍କିତ ସମସ୍ତ ଆର୍ଥିକ ପରିଚାଳନାକୁ ତଦାରଖ କରାଯାଉଛି । ଛତୁଆ ମିଶ୍ରଣ ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନିୟୋଜିତ କରାଯାଇଛି । ଛତୁଆ ମିଶ୍ରଣ ପ୍ରକ୍ରିୟାକୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ଡି.ଏସ୍.ଡବ୍ଲୁ୍ୟ.ଓ, ଆଇସିଡିଏସ୍ କାର୍ଯ୍ୟକର୍ତ୍ତା ତଥା ଅଙ୍ଗନବାଡ଼ିର ‘ମାତୃକମିଟି’ ଏବଂ ‘ଯାଞ୍ଚ କମିଟି’ ତଦାରଖ କରିଥାନ୍ତି । ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଣ୍ଟନ ଦ୍ୱାରା ଏହାର ପରିଚାଳନାରେ ଯଥେଷ୍ଟ ସ୍ୱଚ୍ଛତା ଆସିଛି ଏବଂ ଛତୁଆର ମାନରେ ମଧ୍ୟ ଗୁାତ୍ମକ ବୃଦ୍ଧି ପରିଲକ୍ଷିତ ହୋଇଛି । ଏଥି ପାଇଁ ବିଭାଗର ଏକ ସ୍ୱତନ୍ତ୍ର ନିରୀକ୍ଷ ଦଳ ଗଠନ କରାଯାଇଛି ଏବଂ ସେମାନେ ହିତାଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଟେଲିଫୋନ୍ରେ ଯୋଗାଯୋଗ କରି ସେମାନଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି । ଛତୁଆ ବଣ୍ଟନକୁ ଅଧିକ ବ୍ୟବସ୍ଥିତ କରିବା ସହ ଏକ ଉନ୍ନତ ପର୍ଯ୍ୟାୟକୁ ନେବାରେ ରାଜ୍ୟ ସରକାରଙ୍କ ୫‘ଟି’ ସୂତ୍ରର ପ୍ରୟୋଗ ବେଶ୍ ଫଳପ୍ରଦ ହୋଇପାରିଛି । ଆଜି ମାସର ୨୩ ତାରିଖ ହୋଇଥିବାରୁ ସମସ୍ତ ପ୍ରକଳ୍ପରେ ଏସ୍ଏଚ୍ଜିମାନଙ୍କ ଦ୍ୱାରା ଛତୁଆ ମିଶ୍ରଣ କରାଯାଇଥିଲା । କୋଭିଡ୍ କଟକା ଏବଂ ନିୟମାବଳୀ ହେତୁ ସାମାଜିକ ଦୂରତା, ସ୍ୱଚ୍ଛତା ଏବଂ ବିଶୋଧନକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରି ମିଶ୍ର କାର୍ଯ୍ୟ ସଂପନ୍ନ କରାଯାଇଛି । ବିଭିନ୍ନ ପ୍ରକଳ୍ପରେ ଉପଜିଲ୍ଲାପାଳ, ତହସିଲଦାର, ଡିଏସ୍ଡବ୍ଲୁ୍ୟଓ, ସିଡିପିଓମାନେ ଉପସ୍ଥିତ ରହି ମିଶ୍ରଣ କାର୍ଯ୍ୟକୁ ତଦାରଖ କରିଥିଲେ । ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ସାରା ରାଜ୍ୟରେ ପାଳିତ ହେଉଛି । ଏହା ଏକ କୃଷିଭିତ୍ତିକ ପର୍ବ ଏବଂ ପରିବାରର ସଦସ୍ୟମାନେ ଏକତ୍ର ବସି ନବାନ୍ନ ଭକ୍ଷଣ କରିବା ଦ୍ୱାରା ଆମ ସଂସ୍କୃତି ଓ ପରମ୍ପରା ସହ ପୁଷ୍ଟିସାଧନକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଶିଶୁ, ଗର୍ଭବତୀ ଏବଂ ପ୍ରସୂତିମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ସହ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଉପଯୁକ୍ତ ପୋଷଣର ଏକାନ୍ତ ଆବଶ୍ୟକତା ରହିଛି । ଏହାକୁ ଉପଲବ୍ଧି କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ୱଧାର ଗୃହର ଅନ୍ତେବାସୀମାନେ ନୂଆଖାଇ ପାଳନ କରିବା ସହ ସମସ୍ତେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଏକତ୍ର ଭୋଜନ କରିଛନ୍ତି । ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଣ୍ଟନର କାର୍ଯ୍ୟକ୍ରମର ଏକ ବର୍ଷ ପୂର୍ତ୍ତିରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ଯେ, ‘ମୋ ଛତୁଆ’ ଏକ ଅଭିନବ କାର୍ଯ୍ୟକ୍ରମ । ବିଗତ ଗୋଟିଏ ବର୍ଷ ମଧ୍ୟରେ କେବଳ ଛତୁଆ ମିଶ୍ରଣ ଓ ବଣ୍ଟନ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇ ନାହିଁ, ଏହା ଜରିଆରେ ମହିଳା ଓ ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ଲକ୍ଷ୍ୟ ମଧ୍ୟ ହାସଲ କରାଯାଇପାରିଛି ।





