ଖଣ୍ଡପଡ଼ା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି, ସିଂଘାପଡା ଓ ମର୍ଦ୍ଦରାଜପୁର ପ୍ରଭୃତି ୩ଟି ପଂଚାୟତବାସୀଙ୍କ ବିଦ୍ୟୁତ୍ ସମସ୍ୟାର ଆଶୁ ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଶକ୍ତିବିଭାଗ ପକ୍ଷରୁ କୋଟପୋଖରୀ ଗ୍ରାମ ନିକଟରେ ୩୩/୧୧ କେଭି ବିଦ୍ୟୁତ୍ ସବ୍ଷ୍ଟେସନ ନିର୍ମାଣ କାର୍ଯ୍ୟ ଗତ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ଗତ ୪ବର୍ଷରୁ ଉର୍ଦ୍ଧ ସମୟଧରି ନିର୍ମାଣଧିନ ବିଦ୍ୟୁତ୍ ସବ୍ଷ୍ଟେସନ କାର୍ଯ୍ୟ ଶେଷ ହୋଇନଥିବା ଜଣାପଡିଛି । ତେବେ ସବ୍ଷ୍ଟେସନଟି କେବେ କାର୍ଯ୍ୟକ୍ଷମ ହେବ ଏ ନେଇ ଅନିଶ୍ଚିତତା ଦେଖାଦେଇଥିବାରୁ ଅଚଂଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶପାଇଛି । ଖଣ୍ଡପଡା ସେସୁ କର୍ତୃପକ୍ଷଙ୍କୁ ଏ ସମ୍ପର୍କରେ ପଚାରିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତର ମିଳୁନାହିଁ । ଅଦ୍ୟାବଧି ଉକ୍ତ ବିଦ୍ୟୁତ୍ ସବ୍ଷ୍ଟେସନର ୮୦ ପ୍ରତିଶତ କାର୍ଯ୍ୟଶେଷ ହୋଇଥିବା ଜଣାପଡିଛି । ବିଭାଗୀୟ କର୍ତୃପକ୍ଷଙ୍କ ଉଦାସୀନତାର ସୂଯୋଗ ନେଇ କାର୍ଯ୍ୟରେ ନିୟୋଜିତ ଠିକାଦାର ସବ୍ଷ୍ଟେସନ ନିର୍ମାଣରେ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉ କି ନୂତନ ବିଦ୍ୟୁତ୍ ସବ୍ଷ୍ଟେସନଟି କାର୍ଯ୍ୟକ୍ଷମ ହେଲେ ଉପରୋକ୍ତ ୩ ଟି ପଂଚାୟତବାସୀ ଉପକୃତ ହେବା ସହ ଅଂଚଳବାସୀଙ୍କ ଲୋ ଭୋଲଟେଜ୍ ସମସ୍ୟା ଦୁର ହୋଇପାରିବ ବୋଲି ଜଣାପଡିଛି । ଉଚ୍ଚ କର୍ତୃପକ୍ଷ, ନୟାଗଡ ଜିଲ୍ଲାପାଳ ଓ ଖଣ୍ଡପଡା ବିଧାୟକ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।






