Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୋକାନ ବଜାର ଖୋଲିବାକୁ ଗୋଡ଼ିପଡ଼ା ବ୍ୟବସାୟୀ ସଂଘର ଦାବି

by Anil Panda
August 21, 2020
in Feature News, Nayagarh
ଦୋକାନ ବଜାର ଖୋଲିବାକୁ ଗୋଡ଼ିପଡ଼ା ବ୍ୟବସାୟୀ ସଂଘର ଦାବି
402
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା ମହାମାରୀ ପାଇଁ ବ୍ୟବସାୟୀଙ୍କ ବ୍ୟବସାୟ ବିପର୍ଯ୍ୟୟ ହୋଇ ପଡ଼ିଥିବା ବେଳେ ଜିଲ୍ଲାରେ ଲଗାଯାଇଥିବା କଟକଣା ଆହୁରି ପୀଡ଼ା ସୃଷ୍ଟି କରୁଛି । ବ୍ୟବସାୟୀମାନେ ସେମାନଙ୍କ ରୋଜଗାର ହରାଇ ହାତ ବାନ୍ଧି ବସିଥିବା ବେଳେ ଗୋଡ଼ିପଡ଼ା ଅଂଚଳରେ ବ୍ୟବସାୟ ପ୍ରତିଷ୍ଠାନ ସଂମ୍ପୂର୍ଣ୍ଣ ବନ୍ଦ କରାଯିବା ନେଇ ନିଷ୍ପତ୍ତି ବ୍ୟବସାୟୀଙ୍କୁ କଷ୍ଟ ଦେଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଅଂଚଳର ବ୍ୟବସାୟୀମାନେ ସକାଳୁ ୧ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଖୋଲାଯିବା କାରଣରୁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଏବେ ୧୭ ଦିନ ହେବ ଏହି ଅଂଚଳକୁ କଣ୍ଟେନ୍‌ମେଣ୍ଟ କରାଯାଇଛି । ଫଳରେ ଏହି ଅଂଚଳରେ ସମସ୍ତ ଦୋକାନ ବଜାର ୧୭ ଦିନ ହେବ ସଂମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ବ୍ୟବସାୟୀମାନେ ଦୁର୍ଦ୍ଦଶା ଭୋଗିବା ସହ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ଯାହାକୁ ନେଇ ଆଜି ଗୋଡ଼ିପଡ଼ା ବଣିକ ସଂଘର ତରଫରୁ କିଛି କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଂଚଳରେ କିଭଳି ବ୍ୟବସାୟ ପ୍ରତିଷ୍ଠାନ ଖୋଲାଯିବା ସହ ପୂର୍ବବତ ସେମାନେ ରୋଜଗାର କରି ପାରିବେ ସେ ନେଇ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!