Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାହିଁକି ସ୍ୱେଚ୍ଛାକୃତ ଅବସର ଆବେଦନ କଲେ ଜିଲ୍ଲା ଶିକ୍ଷା ଅଧିକାରୀ ?

by Anil Panda
August 19, 2020
in Breaking, Nayagarh
କାହିଁକି ସ୍ୱେଚ୍ଛାକୃତ ଅବସର ଆବେଦନ କଲେ ଜିଲ୍ଲା ଶିକ୍ଷା ଅଧିକାରୀ ?
4.8k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ ଆଜି ସୃଷ୍ଟି ହୋଇଛି କମ୍ପନ । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ବେହେରା ଆଜି ଅଚାନକ ସ୍ୱେଚ୍ଛାକୃତ୍ତ ଅବସର ପାଇଁ ଆବେଦନ କରିବାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଶିକ୍ଷକ ସଂଘ କର୍ମକତ୍ତାଙ୍କ ଏକ ଜରୁରୀ କାଳୀନ ବୈଠକ ମଧ୍ୟ ସଂନ୍ଧ୍ୟାରେ ବସିଛି । ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ଚାକିରୀ କାଳ ଆହୁରୀ ଦେଢ଼ ବର୍ଷରୁ ଅଧିକ ସମୟ ରହିଥିଲା । ମାତ୍ର ଆଜି ସେ ହଠାତ୍ ସେ ସ୍ୱେଚ୍ଛାକୃତ୍ତ ଅବସର ପାଇଁ ଆବେଦନ କରି ସହ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ମଧ୍ୟ ଯାଇଥିବା ଜଣାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଦାୟିତ୍ୱ ବ୍ୟତିତ ଶ୍ରୀଯୁକ୍ତ ବେହେରା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ଏବଂ ଅତିରିକ୍ତ ଶିକ୍ଷା ଅଧିକାରୀ ଦାୟିତ୍ୱରେ ମଧ୍ୟ ରହିଥିଲେ । ମାତ୍ର ଆଜି ତାଙ୍କର ଏଭଳି ଅଚାନକ ଅବସରକୁ ନେଇ ଶିକ୍ଷା ବିଭାଗ ଏବଂ ଶିକ୍ଷକ ସଂଘରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଏହାକୁ ନେଇ ଆଜି ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ (ୟୁଟିଆ) ଏବଂ ମାଧ୍ୟମିକ ଶିକ୍ଷକ ସଂଘ (ଓସ୍ତା)ର କର୍ମକତ୍ତାମାନେ ବୈଠକ କରିଥିବା ଜଣାଯାଇଛି । ଜଣେ ଦାୟିତ୍ୱ ସଂମ୍ପର୍ଣ୍ଣ ଅଧିକାରୀ ଭାବେ ସେ ନୟାଗଡ଼ରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ସୁବ୍ୟବସ୍ଥା ଜିଲ୍ଲା ଶିକ୍ଷା ବିଭାଗରେ ପରିବର୍ତ୍ତନ ଆଣୁଥିଲା । ମାତ୍ର ଜଣେ ବରିଷ୍ଠ ଅଧିକାରୀ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି କର୍ମଚାରୀଙ୍କ ଅସଦ୍ କାର୍ଯ୍ୟ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ନିନ୍ଦିତ ହେଉଥିବାରୁ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଶିକ୍ଷକ ଏବଂ ଶିକ୍ଷକ ସଂଘରେ ଆଲୋଚନା ହେଉଛି । ଯାହାକୁ ନେଇ ଶିକ୍ଷା ବିଭାଗକୁ କଳଙ୍କ ମୁକ୍ତ କରିବା ପାଇଁ ଶିକ୍ଷକ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!