Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏନ୍‌ଏସି ଭିତରେ ଉପାନ୍ତ ଗାଁ, ନାଳରେ ପାଣି ଆସିଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ

by Anil Panda
August 17, 2020
in Feature News, Nayagarh
ଏନ୍‌ଏସି ଭିତରେ ଉପାନ୍ତ ଗାଁ, ନାଳରେ ପାଣି ଆସିଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ
537
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଏକ ପାହାଡ଼ ଓ ଜଙ୍ଗଲ ପୂର୍ଣ୍ଣ ଜିଲ୍ଲା ହୋଇଥିବା ବେଳେ ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ଏହି ଜିଲ୍ଲାର ଅନେକ ଗ୍ରାମ ଅବହେଳିତ ଏବଂ ଉପାନ୍ତ ଜିଲ୍ଲା ଭାବେ ପରିଗଣିତ ହେଉଛି । ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଶତାଧିକ ଗାଁ ଆଜି ବି ବିଚ୍ଛିନ୍ନାଞ୍ଚଳ ଭାବେ ପରିଚୟ ଲାଭ କରିଛି । ମାତ୍ର ଜିଲ୍ଲାର ଏକ ସହର ତଥା ବିଜ୍ଞାପିତ ଅଂଚଳ ପରିଷଦ(ଏନ୍‌ଏସି)ମଧ୍ୟରେ ରହିଛି ଏକ ଉପାନ୍ତ ଗ୍ରାମ । ଭୈାଗଳିକ ସ୍ଥିତିରେ ଏହି ଗାଁଟି ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦ ମଧ୍ୟରେ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୈାଳିକ ସୁବିଧା ପାଇବାରୁ ବଚିତ ହୋଇଛି ।

ସୂଚନାନୁସାରେ, ଜିଲ୍ଲା ସଦରମହକୁମାରୁ ମାତ୍ର ୨୦ କିଲୋମିଟର ନୟାଗଡ଼ ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ରାସ୍ତାରୁ ଜଙ୍ଗଲ ଭିତରୁକୁ ଗଲେ ପଡ଼ିଥାଏ ଗୋଳାପୋଖରୀ ଗ୍ରାମ । ଖଣ୍ଡପଡ଼ା ଏନ୍‌ଏସି ଅନ୍ତର୍ଗତ ୧୨ ନଂ ୱାର୍ଡ଼ରେ ରହିଥିବା ବେଳେ ଗ୍ରାମବାସୀ ସାଧାରଣ ସୁବିଧାଠାରୁ ବହୁ ଦୂରରେ ବୋଲି ଜଣାଯାଇଛି । ୧୯୮୯ ମସିହାରେ ଗଠିତ ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦରେ ଏହି ଗାଁକୁ ସାମିଲ କରାଯାଇଥିଲା । ଗ୍ରାମରେ ୧୫ଟି ପରିବାର ବସବାସ କରୁଛନ୍ତି । ଶହେରୁ କମ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ପ୍ରାୟତଃ ସମସ୍ତେ ଆଦିବାସୀ ଏବଂ ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରୁଛନ୍ତି । ଗ୍ରାମବାସୀଙ୍କ ପାଖରେ ବିକାଶ ଅପହଂଚ ହୋଇ ରହିଛି । ଗାଁକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ନାହିଁ । ଖଣ୍ଡପଡ଼ା ନୟାଗଡ଼ ପୂର୍ତ୍ତ ବିଭାଗ ରାସ୍ତା ସୁନାମୁହଁ ଡ୍ୟାମ ନିକଟରୁ ୩ କିଲୋମିଟର କଚ୍ଚା ମାଟି ମୋରମ ରାସ୍ତାରେ ଲୋକମାନେ ଯାଆସ କରୁଥିବା ଜଣାଯାଇଛି । ଗାଁର ପ୍ରମୂଖ ସମସ୍ୟା ହେଉଛି ସୁନାମୁହିଁ ଡ୍ୟାମରେ ମିଶିଥିବା ଏକ ନାଳ । ଗାଁକୁ ଯିବାକୁ ହେଲେ ଏହି ନାଳଟି ପଡ଼ିଥାଏ । ଏଠାରେ ପୋଲ ନଥିବାରୁ ବଢ଼ି ସମୟରେ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ୁଥିବା ଜଣାଯାଇଛି । ଝାଟି ମାଟିର ନୂଆଣିଆ ନଡ଼ା ଓ ଘାସ ଛପର ଘର ହେଉଛି ସେମାନଙ୍କର ସମ୍ବଳ । ୧୫ଟି ପରିବାର ୬ଟି ପରିବାର ଆବାସ ଯୋଜନାରେ ସାମିଲ ହୋଇଛନ୍ତି । ଗାଁ ପୂର୍ବରୁ ବାହ୍ୟ ମଳମୁକ୍ତ ଗ୍ରାମର ଫଳକ ଲଗା ଯାଇଥିବା ବେଳେ ଏହି ଗ୍ରାମରେ ଅଧିକାଂଶ ଲୋକଙ୍କର ପାଇଖାନା ନାହିଁ । ଗାଁ ଲୋକମାନେ ନିକଟସ୍ଥ ପଦା ଜମିରେ କଟକି ପୋଟଳ ଚାଷ କରି ଦୁଇ ପଇସା ଉପାର୍ଜ୍ଜନ କରିବା ସହ ମହିଳାମାନେ ଖଲି ସିଇବା ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରନ୍ତି । ଏବେ ପଲିଥିନ ଏବଂ ପେପର ଥାଳି ଯୁଗ ଚାଲିଥିବାରୁ ଶାଳପତ୍ର ଖଲିର ମଧ୍ୟ ଆଉ ଆଗ୍ରହ ନଥିବା ମହିଳା ମାନେ କହିଛନ୍ତି । ପିଇବା ପାଣିର ଦୁଃଖ କହିଲେ ନସରେ । ନିକଟସ୍ଥ ସୁନାମୁହିଁ ଡ୍ୟାମରୁ ଗ୍ରାମବାସୀ ପାନୀୟ ଜଳ ସଂଗ୍ରହ କରୁଥିବା ବେଳେ କେତେକ ପରିବାର କୂଅ ଓ ନଳକୂପ ଉପରେ ନିର୍ଭର କରନ୍ତି । ଗାଁ ପାଇଁ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଂଜୁର ହୋଇ କାମ ସରିଥିଲେ ମଧ୍ୟ ତିନିବର୍ଷ ହେବ ବିଦ୍ୟୁତ୍ ସଂଯୋଗ ନଥିବାରୁ ଜଳଯୋଗାଣ ହୋଇପାରୁ ନାହିଁ । ଅନେକ ସମୟରେ ବନଜନ୍ତୁ ଆସି ଗ୍ରାମବାସୀଙ୍କ ଫସଲକୁ ନଷ୍ଟ କରି ଚାଲି ଯାଉଛନ୍ତି । ଗାଁରେ ସ୍ୱାସ୍ଥ୍ୟ ଖରାପ ହେଲେ ୫ କିଲୋମିଟର ଦୂର ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ରହିଥିଲେ ମଧ୍ୟ ସେମାନଙ୍କ ପାଇଁ ସୁନାମୁହିଁ ନାଳ କାଳ ପାଲଟିଥିବା ଜଣାଯାଇଛି । ବଢ଼ି ସମୟରେ ରୋଗୀକୁ ଡାକ୍ତରଖାନା ନେଇ ହେଉନଥିବା ଗାଁ ଲୋକେ କହିଛନ୍ତି । ନତୁବା ୨୦ କିଲୋମିଟର ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଗ୍ରାମବାସୀ ନିର୍ଭର କରନ୍ତି । ଗ୍ରାମର ପ୍ରତିଟି ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ଖଣ୍ଡପଡ଼ା ସହରରୁ ରାସନ୍ ସାମଗ୍ରୀ ସଂଗ୍ରହ କରିବାକୁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି । ଏହି ଗ୍ରାମକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲେ ମଧ୍ୟ ମାସକ ମଧ୍ୟରୁ ଅଧା ସମୟ ଅନ୍ଧାରରେ କଟି ଥାଏ । ଅନ୍ୟପକ୍ଷେ, ଗ୍ରାମଟି ଶିକ୍ଷା ବ୍ୟବସ୍ଥାଠାରୁ ବହୂ ଦୂରରେ । ଗ୍ରାମରେ ଅଙ୍ଗନୱାର୍ଡ଼ କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ରହିଥିଲେ ମଧ୍ୟ ଉଚ୍ଚଶିକ୍ଷା ପାଇଁ ଦୂର ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼େ । ଜିଲ୍ଲା ପ୍ରଶାସନ ଏହି ଗାଁ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହେଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!