ଓଡ଼ଗାଁ , (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଓଡ଼ଗାଁ ବ୍ଲକ କୁରାଳ ପଂଚାୟତକୁ ଜିଲ୍ଲାପାଳ ଜୁଲାଇ ୧ ତାରିଖରୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଦୀର୍ଘଦିନ ହେବ ଏଠାରେ କଣ୍ଟେନ୍ମେଣ୍ଟ ଲାଗୁ କରାଯାଇଥିବା ବେଳେ ବ୍ୟବସାୟୀମାନେ ଏହାକୁ ନେଇ ବାରମ୍ବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗତ ୮ ତାରିଖରେ ଏନେଇ ବ୍ୟବସାୟୀମାନଙ୍କ ତରଫରୁ ମେଲ ଯୋଗେ ଜିଲ୍ଲାପାଳଙ୍କ ଅବଗତ କରିଥିବା ବେଳେ ଏହି ଅସନ୍ତୋଷ ଆଜି ଉଗ୍ରଋପ ଧାରଣ କରିଛି । ବ୍ୟବସାୟୀମାନେ ମିଳିତ ଭାବେ ପୁଲିସକୁ ଘେରାଉ କରିବା ସହ ସରପଂଚ ଝୀଲ୍ଲି ପ୍ରଧାଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବି ପତ୍ର ଦେବା ସହ ଚଣ୍ଟେଶ୍ୱର ବଣିକ ସଂଘ ତରଫରି ପଂଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଦୋକାନ ବଜାର ବନ୍ଦ କାରଣରୁ ବ୍ୟବାସାୟୀମାନଙ୍କ ଘରେ ଚୁଲି ଜଳିବା କଷ୍ଟକର ହୋଇପଡ଼ିଥିବା ବେଳେ ଆସନ୍ତା ବୁଧବାର ସୁଦ୍ଧା କଣ୍ଟେନ୍ମେଣ୍ଟ ପ୍ରତ୍ୟାହାର କରିବା ନେଇ ଦାବି କରାଯାଇଛି ।






