ନୟାଗଡ଼, (ବାଘୁଆବାର୍ତ୍ତା): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦ୍ୱାରା ଆଜି ରାଜ୍ୟରେ ୨୨୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ପୂର୍ବରୁ ୧୪୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜିର ୧୩ ଆକ୍ରାନ୍ତକୁ ମିଶାଇ ମୋଟ ସଂଖ୍ୟା ୧୪୯୫ ବୋଲି ଜଣାଯାଇଛି । ଫଳରେ ଅଗଷ୍ଟ ୧୬ ଦିନରେ ଜିଲ୍ଲାରେ ୮୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ଜିଲ୍ଲାରେ ଜୁଲାଇ ୩୧ ତାରିଖ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୬୨୮ ରହିଥିଲା । ଆଜି ଚିହ୍ନଟ ହୋଇଥିବା ୧୩ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରେ ଭାପୁର ବ୍ଲକରୁ ଜଣେ, ଦଶପଲ୍ଲା ବ୍ଲକରୁ ୧୨ ଜଣ, ଗଣିଆ ବ୍ଲକରୁ ଜଣେ, ଖଣ୍ଡପଡ଼ା ବ୍ଲକରୁ ୪ ଜଣ, ନୟାଗଡ଼ ବ୍ଲକରୁ ୯ ଜଣ, ଖଣ୍ଡପଡ଼ା ବ୍ଲକରୁ ଜଣେ, ନୟାଗୃଡ଼ ବ୍ଲକରୁ ଜଣେ, ଓଡ଼ଗାଁ ବ୍ଲକରୁ ଜଣେ, ରଣପୁର ବ୍ଲକରୁ ୮ ଜଣ ଏବଂ ନୟାଗଡ଼ ପୈାରାଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ, ନୟାଗଡ଼ ଜିଲ୍ଲା ରଣପୁର ଏନ୍ଏସି ଅଂଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲାପାଳ ଡ. ପୋମା ଟୁଡୁ ଗତକାଲି କିଛି ସାହିକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଥିବା ଜଣାଯାଇଛି । ରଣପୁର ଏନ୍ଏସି ୱାର୍ଡ଼ ନଂ ୩ ର ହରିଜନସାହି, ଡମସାହି, ବାଉରିସାହି ଏବଂ ମାଣିକପାଟଣାସାହିକୁ ଜିଲ୍ଲାପାଳ କଣ୍ଟେନ୍ମେଣ୍ଟ କରିବା ସହ ୨ ନଂ ୱାର୍ଡ଼ ହାଟସାହିକୁ ଜିଲ୍ଲାପାଳ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି ।






