Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା : ହଜାରେ ଛୁଇଁଲା , ନେଲାଣି ୧୦ ମୁଣ୍ଡ

by Anil Panda
August 9, 2020
in Breaking, Nayagarh
କରୋନା : ହଜାରେ ଛୁଇଁଲା , ନେଲାଣି ୧୦ ମୁଣ୍ଡ
1.6k
VIEWS
Share on FacebookShare on Twitter

୮ ଦିନରେ ୩୮୩ ଆକ୍ରାନ୍ତ ଚିହ୍ନଟ

ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦ୍ୱାରା ଆଜି ରାଜ୍ୟରେ ୧୭୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ଗତକାଲି ସୁଦ୍ଧା ୯୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜିର ୧୦୬କୁ ମିଶାଇ ମୋଟ ସଂଖ୍ୟା ୧୦୧୧ ବୋଲି ଜଣାଯାଇଛି । ଫଳରେ ଅଗଷ୍ଟ ପ୍ରଥମ ୮ ଦିନରେ ଜିଲ୍ଲାରେ ୩୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ଜିଲ୍ଲାରେ ଜୁଲାଇ ୩୧ ତାରିଖ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୬୨୮ ରହିଥିଲା । ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଆକ୍ରାନ୍ତ ସଂଖ୍ୟା ସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ନୟାଗଡ଼ ଜିଲ୍ଲାରେ ପୁଣି ଏକ କରୋନା ମୃତ୍ୟୁ ଘଟିଥିବା ଖବର ମିଳିଛି । ଏହି ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ଏବଂ ସେ ପୁରୁଷ ବୋଲି ଜଣାଯାଇଛି । ରାଜ୍ୟ ସରକାରଙ୍କ ସୂଚନାନୁସାରେ, ଏହି ବ୍ୟକ୍ତିଙ୍କୁ ମିଶାଇ ଜିଲ୍ଲାରେ ସରକାରୀ ହିସାବ ଅନୁସାରେ ପଂଚମ କରୋନା ମୃତ୍ୟୁ ବୋଲି ଜଣାଯାଇଛି । ଜିଲ୍ଲାରେ କରୋନା କାରଣରୁ ମୋଟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଏହି ସଂଖ୍ୟା ୫ ଏବଂ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଜୁଲାଇ ୧ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ ଘଟିଥିଲା । ନୟାଗଡ଼ ପୈାରାଞ୍ଚଳ ଅନ୍ତର୍ଗତ ଯଦୁମଣୀ ନଗର ବାସିନ୍ଦା ତଥା ନୟାଗଡ଼ ଔଷଧ ବ୍ୟବସାୟୀଙ୍କ କରୋନା ମୃତ୍ୟୁ ଘଟିବା ପରେ ବାରମ୍ବାର ଦାବି ପରେ ସରକାର ଏହାକୁ କରୋନା ମୃତ୍ୟୁ ବୋଲି ସ୍ପଷ୍ଟ କରିଥିଲେ । ଏହା ପରେ ଦଶପଲ୍ଲା ବ୍ଲକ ଟାକେରା ପଂଚାୟତର ଜଣେ ବ୍ୟକ୍ତିଙ୍କ କରୋନା ମୃତ୍ୟୁ ହୋଇଥିବା ବେଳେ ତୃତୀୟ କରୋନା ମୃତ୍ୟୁ ଭାବେ ରଣପୁର ବ୍ଲକ ଚାନ୍ଦପୁର ପଂଚାୟତର ଜଣେ ୮୨ ବର୍ଷିୟ ମହିଳା ମୃତ୍ୟୁ ବରଣ କରିଥିବା ସୂଚନା ମିଳିଥିଲା । ସେହିଭଳି ଭାବେ ଦୁଇ ଦିନ ତଳେ ରାଜ୍ୟ ସରକାର ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ । ମୃତ୍ୟୁ ବରଣ କରିଥିବା କରୋନା ଆକ୍ରାନ୍ତଙ୍କ ଘର ଖଣ୍ଡପଡ଼ା ବ୍ଲକ ଫତେଗଡ଼ ଥାନା ଅନ୍ତର୍ଗତ ନିମାପାଟଣା ଗ୍ରାମ ବୋଲି ଜଣାଯାଇଛି । ମୃତ୍ୟୁ ବରଣ କରିଥିବା ୩୯ ବର୍ଷିୟ ଯୁବକ ଅନ୍ୟାନ ରୋଗରେ ଆକ୍ରାନ୍ତ ହୋଇ ଭୂବନେଶ୍ୱର ସମ୍‌ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା । ମାତ୍ର ଏହି ୪ ଜଣଙ୍କ ବ୍ୟତିତ ଆଜି ମୃତ୍ୟୁକୁ ମିଶାଇ ଜିଲ୍ଲାରେ ୫ଟି ମୃତ୍ୟୁ ଘଟିଥିବା ସରକାର ସୂଚନା ଦେଇଥିବା ବେଳେ ଜିଲ୍ଲାରେ ଆଉ ୩ଟି ମାମଲା ଏବେ ବି ଅସ୍ପଷ୍ଟ ରହିଛି । କରୋନା କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଥିବା ବେଳେ ଏହା ସ୍ପଷ୍ଟ କରାଯାଇନଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପଂଚରିଡ଼ା ମାନପୁର ଗ୍ରାମର ଜଣେ ଯୁବକ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଶବ ସତ୍କାର ପରେ କରୋନା ପଜିଟିଭ୍ ରିର୍ପୋଟ ଆସିଥିଲା । ତାଙ୍କ ମୃତ୍ୟୁକୁ କରୋନା ମୃତ୍ୟୁ ଘୋଷଣା କରିବାକୁ ଦାବି ହୋଇଥିଲା । ସେହିଭଳି ଭାବେ ଚାନ୍ଦପୁର ଥାନା ଏଏସ୍‌ଆଇ କରୋନା ଆକ୍ରାନ୍ତ ହେବା ପରେ ଭୂବନେଶ୍ୱରରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି କରୋନା ଯୋଦ୍ଧାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ କାରଣ ମଧ୍ୟ ସରକାରୀ ସ୍ତରରେ ଅସ୍ପଷ୍ଟ ରହିଛି । ଗତକାଲି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଥୋଡ଼ିଆ ଦଶପଲ୍ଲାର ଜଣେ ୩୩ ବର୍ଷିୟ ଯୁବକଙ୍କ କରୋନା କାରଣରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହି ଯୁବକ ଜଣଙ୍କ କିଛି ଦିନ ହେବ କରୋନା ଆକ୍ରାନ୍ତ ହୋଇ ଭୂବନେଶ୍ୱର କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ପରିବାର ଲୋକେ ଖବର ପାଇବା ପରେ ଶୋକର ଛାୟା ଖେଳି ଯାଇଛି । ଏହି ଯୁବକଙ୍କ ପôତୀ ମଧ୍ୟ ଗର୍ଭବତୀ ଅବସ୍ଥାରେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ନିକଟରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଅନ୍ୟପକ୍ଷେ, ଜିଲ୍ଲାରେ ଏହି ୮ ଜଣଙ୍କ ବାଦ ଅନ୍ୟ ଦୁଇ ଜଣ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁ ଘଟିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହି ଦୁଇ ଜଣଙ୍କୁ ମିଶାଇଲେ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୦ ବୋଲି ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!