Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାରେ ଆଉ ଏକ କରୋନା ମୃତ୍ୟୁ !

by Anil Panda
August 4, 2020
in Breaking, Feature News, Nayagarh
ଜିଲ୍ଲାରେ ଆଉ ଏକ କରୋନା ମୃତ୍ୟୁ !
2.4k
VIEWS
Share on FacebookShare on Twitter

ମୃତ୍ୟୁ ପରେ ଆସିଲା ପଜିଟିଭ୍‌, ମାନପୁରରେ ସରିଥିଲା ଶବ ସତ୍କାର

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା କରୋନା ମହାମାରୀ କବଳରେ ଦିନକୁ ଦିନ ବୁଡ଼ି ଚାଲିଥିବା ବେଳେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ପଂଚରିଡ଼ା ମାନପୁର ଗ୍ରାମରେ ଏହି ଅଭାନୀୟ ଘଟଣା ଘଟିଥିବା ଜଣାଯାଇଛି । ଉକ୍ତ ଗ୍ରାମର ଜଣେ ଯୁବକଙ୍କୁ କିଛି ଦିନ ହେବ ଜ୍ୱର ହେଉଥିଲା । ତାଙ୍କର ପରିଶ୍ରା ସଂକ୍ରମଣ ହୋଇ ଜ୍ୱର ହେଉଥିବା ନେଇ ସେ ନୟାଗଡ଼ର ଜଣେ ଘରୋଇ ଡାକ୍ତରଙ୍କ ପାଖକୁ ଆସି ଚିକିତ୍ସିତ ହୋଇଥିଲେ । ମାତ୍ର ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ପରିବାର ଲୋକେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ଗତକାଲି ଚିକିତ୍ସାଧିନ ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପୂର୍ବରୁ ଦେଇଥିବା ସ୍ୱାବ ନେଗେଟିଭ୍ ଆସିଥିବା କହି ଡାକ୍ତର ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲେ । ଫଳରେ ଗ୍ରାମରେ ଶବ ପହଂଚିବା ପରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେ ଜଣେ ମେଳାପୀ ଯୁବକ ହୋଇଥିବାରୁ ତାଙ୍କ ଶେଷ ଯାତ୍ରାରେ ଶତାଧିକ ଲୋକ ସାମିଲ ହୋଇ ଅପରାହ୍ନରେ ଶବ ସତ୍କାର କରାଯାଇଥିଲା । ମାତ୍ର ଗତକାଲି ରାତିରେ ତାଙ୍କର କରୋନା ପଜିଟିଭ୍ ଆସିଥିବା ନେଇ ଜଣାପଡ଼ିବା ପରେ ଏବେ ମାନପୁର ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତାଙ୍କ ସଂସ୍ପର୍ଶରେ ଶତାଧିକ ଲୋକ ଆସିଥିବାରୁ ଏହି ଅଂଚଳକୁ କଣ୍ଟେନ୍‌ମେଣ୍ଟ କରାଯିବା ସହ ସମସ୍ତଙ୍କ କରୋନା ପରୀକ୍ଷା କରିବାକୁ ଦାବି ହୋଇଛି । ଏଥିସହିତ ଜିଲ୍ଲା ପ୍ରଶାସନ ଏହି ଯୁବକଙ୍କ ମୃତ୍ୟୁକୁ ଯଥାଶୀଘ୍ର କରୋନା ମୃତ୍ୟୁ ଘୋଷଣା କରିବାକୁ ଦାବି ହେଉଛି ।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!