Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଟାଉନ୍ ଥାନା ପୁଲିସକୁ ବଡ଼ ସଫଳତା, ୨୬୯ ଗ୍ରାମ ସୁନା ହାର ସହ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଜବତ

by ସଞ୍ଜୟ ସ୍ୱାଇଁ
February 24, 2024
in Crime, Nayagarh, State
ନୟାଗଡ଼ ଟାଉନ୍ ଥାନା ପୁଲିସକୁ ବଡ଼ ସଫଳତା, ୨୬୯ ଗ୍ରାମ ସୁନା ହାର ସହ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
601
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଆଜି ସକାଳୁ ନୟାଗଡ଼ ଟାଉନ ଥାନା ଏଏସଆଇ ପ୍ରକାଶ କୁମାର ଭୋଇ କୌଣସି ସୁତ୍ରରୁ ଖବର ପାଇ ଜଣେ ବ୍ୟକ୍ତିକୁ ନୟାଗଡ଼ ଟ୍ରାଫିକ୍ ଛକରୁ ସନ୍ଦେହ ଜନକ ଭାବେ ଅଟକ ରଖି ପଚରାଉଚୁରା କରିଥିଲେ । ପଶ୍ଚିମ ବଙ୍ଗର କୁଲପି ଥାନା ବଡ଼ବଇଡ଼ା ଗ୍ରାମର ନାଜୁରୁଲ୍ ମୋଲାଙ୍କ ପୁଅ ଆଲୋମ୍‌ଗିରି ମୋଲା ଆଜି ସକାଳୁ ନୟାଗଡ଼ ବସ୍‌ଷ୍ଟାଣ୍ଡରେ ଏକ ବ୍ୟାଗ ଧରି ଛିଡ଼ା ହୋଇଥିଲେ । ଏଏସଆଇ ଭୋଇଙ୍କର ସନ୍ଦେହ ହେବାରୁ ନୟାଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ତାଙ୍କ ବ୍ୟାଗ ଚେକିଙ୍ଗ୍ କରିଥିଲେ । ତାଙ୍କ ବ୍ୟାଗରୁ ୨୬୯ ଗ୍ରାମ ସୁନା ହାର ଜବତ ହେବା ସହ ୪ ଲକ୍ଷ ୮୯ ହଜାର ୧୦୦ ଟଙ୍କା ପୁଲିସ ଜବତ କରିଥିଲା । ଏହା ସବୁ ଚୋରି ସାମଗ୍ରୀ ବୋଲି ଜଣା ପଡିଛି । ସମସ୍ତ ଟଙ୍କା ଓ ସାମଗ୍ରୀକୁ ଏଏସଆଇ ଶ୍ରୀ ଭୋଇ ସିଜ୍ କରିଛନ୍ତି । ନୟାଗଡ଼ ଟାଉନ ଥାନାର କେସ୍ ନଂ-୬୨ ରେ ମାମଲା ରୁଜ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ରହୁଥିବା ଜଣା ପଡିଛି । ପଶ୍ଚିମବଙ୍ଗ ଯୁବକ ଠାରୁ ଗୋଟିଏ ସାମସଙ୍ଗ ମୋବାଇଲ ଫୋନ୍‌, ଏୟାର ବ୍ୟାଗ୍ କୁ ପୁଲିସ ଜବତ କରିଛି । ୧୦ ଗୋଟି ସୁନା ନେକ୍‌ଲେସ୍‌, ୬ ଗୋଟି ସୁନା ଚେନ୍‌, ୩ ଗୋଟି ସୁନା ରାଣୀ ହାର ଲକେଟ୍‌, ୬ ଗୋଟି ଆମ୍ବକସି ଲକେଟ୍‌, ୨୮ ଗୋଟି ସୁନା ଟପ୍‌ସ, ୨ ଗୋଟି ସୁନା ମୁଦି, ୩ ଗୋଟି କାନ ରିଙ୍ଗ ଓ ୨ ଗୋଟି ସୁନା ପିସ୍ ଜବତ କରିଛନ୍ତି । ମୋଟ ୨୬୯ ଗ୍ରାମ ସୁନା ଜବତ କରାଯାଇଛି । ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଏହି ମାମଲାକୁ ସବ୍‌ଇନିସ୍‌ପେକ୍ଟର ପ୍ରିତିପ୍ରକାଶ ମହାନ୍ତି ପରିଚାଳନା କରୁଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!