Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା : କାଳ ହେବ ଟିୟୁସନ୍ !

by Anil Panda
August 1, 2020
in Feature News, Nayagarh, State
କରୋନା : କାଳ ହେବ ଟିୟୁସନ୍ !
2.7k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭ ଶହ ମୁହାଁ । ପ୍ରତ୍ୟେକ ଦିନ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସମସ୍ତେ ପ୍ରାୟ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ମିଳୁଛି । ଏଭଳି ପ୍ରରିପ୍ରେକ୍ଷିରେ କୋଭିଡ୍ ନିୟମକୁ ଖାତିର ନକରି ମାଳ, ମାଳ ଟିୟୁସନ୍ ଚାଲିଥିବା ଅଭିଯୋଗ ହେଉଛି । ଅନ୍ୟ କୈାଣସି ଉପାନ୍ତ ଅଂଚଳ ନୁହେଁ, ଖୋଦ୍ ଜିଲ୍ଲା ସଦରମହକୁମା ଏବଂ ଆଖପାଖ ଅଂଚଳରେ ଏହା ବହୁଳ ପରିମାଣରେ ଚାଲିଥିବା ବେଳେ ପୁଲିସ ହାତବାନ୍ଧି ବସିଛି । ସହରରେ ଚାଲିଥିବା ଏକ ଘରୋଇ ଟିୟୁସନ୍କୁ ଦୁଇଦିନ ତଳେ ପୁଲିସ ବନ୍ଦ କରିବା ଏହାର ସଦ୍ୟତମ ଉଦାହରଣ ପାଲଟିଛି । ଏଭଳି ପରିସ୍ଥିତିରେ ନୟାଗଡ଼ ସହରର ଅନେକ ସ୍ଥାନ, ବ୍ଲକ ଅଂଚଳର ବାଲୁଗାଁ, ଗଦାଧରପ୍ରସାଦ, ଇଟାମାଟି ପ୍ରଭୃତି ଅଂଚଳରେ ଏହା ବେଶ ଜମୁଥିବା ବେଳେ ଗାଁ ଗହଳୀରେ ଏହାର ଗଣତି କରି ହେବ ନାହିଁ । ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ କଟକଣାର କିଛି ମାନେ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଆଲୋଚନା ହେଉଛି । ସେହିଭଳି ଭାବେ ନୂଆଗାଁ ବ୍ଲକର ମହୀପୁର ଏବଂ ଖଣ୍ଡୁଗାଁ ଗ୍ରାମରେ ଖୁଲମଖୋଲା ଟିୟୁସନ୍ ଚାଲିଥିବା ଅଭିଯୋଗ ହେଉଛି । ଓଡ଼ଗାଁ ଗ୍ରାମାଞ୍ଚଳ ଓ ଏନ୍ଏସିରେ ଲୁଚାଛପାରେ ଟିୟୁସନ୍ ଚାଲିଥିବା ବେଳେ ଦଶପଲ୍ଲା ସହରରେ ଖୋଲା ମେଲାରେ ପାହାନ୍ତି ପହରରେ ଟିୟୁସନ୍ ହେଉଥିବା ଅଭିଯୋଗ ହେଉଛି । ଏ ଉପରେ ଜିଲ୍ଲା ପ୍ରଶାସନ ନଜର ଦେଇ କୋଭିଡ୍ କଟକଣାକୁ କଡ଼ାକଡ଼ି କରିବା ସହ ବ୍ୟାପକ ଭାବେ ଚାଲିଥିବା ଟିୟୁସନ୍ ଉପରେ ରୋକ ଲଗାଇବାକୁ ଦାବି ହେଉଛି ।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!