ବୌଦ୍ଧ, (ବାଘୁଆବାର୍ତ୍ତା): ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ଖୁଣ୍ଟିଗୋରା ଛକ ନିକଟରୁ କେନ୍ଦୁ କାଠ ଜବତ । ଗୋଟିଏ ଟ୍ରକ୍ ସହିତ ୪୦ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ କରିବା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୌଦ୍ଧ ବନବିଭାଗ । ବୌଦ୍ଧ ବନବିଭାଗର ସ୍ପେଶାଲ୍ ଟିମ୍ ଚଢ଼ାଉ କରି ବଲାଙ୍ଗିର ଜିଲ୍ଲା ନୁଆପାଲିର ଅଶୋକ ସାହୁ ଓ ନୁରପାମଣି ଶାଣ୍ଢଙ୍କୁ ଗିରଫ କରିଛି ବନବିଭାଗ । ଜବତ କାଠ ଗଣ୍ଡିର ମୂଲ୍ୟ ୫ ଲକ୍ଷରୁ ଅଧିକେ ହୋଇଥିବା ସୂଚନା । ସୂଚନାଥାଉକି, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧି ପ୍ରଧାନଙ୍କ ନେତୃତ୍ୱରେ ବନବିଭାଗର ଗୋଟିଏ ସ୍ପେଶାଲ ଟିମ୍ ଶୁକ୍ରବାର ବିଳମ୍ବିତ ରାତିରେ କଣ୍ଟାମାଳ ରେଞ୍ଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ତେବେ ସେହି ସମୟରେ ଖୁଣ୍ଟିଗୋରା ଛକ ନିକଟରୁ ଏକ ଧାନ ବୋଝେଇ ଟ୍ରକ ଯାଉଥିବା ଦେଖି ତାକୁ ଅଟକାଇ ଥିଲେ । ଟ୍ରକ୍ଟିକୁ ଅଟକାଇ ଯାଞ୍ଚ କରିଥିବା ବେଳେ ଟ୍ରକ୍ ଉପରେ ଧାନ ବସ୍ତା ଥିବା ବେଳେ କିନ୍ତୁ ଭିତରେ କେନ୍ଦୁ କାଠ ଗଣ୍ଡି ଥିବା ଦେଖିବାକୁ ପାଇଥିଲେ । ତେବେ ଯାଞ୍ଚ କରିଥିବା ବେଳେ ଉକ୍ତ ଟ୍ରକ୍ ରୁ ୪୦ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ କରିବା ସହିତ ବେଆଇନ ଭାବେ ଚାଲାଣ କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ବନବିଭାଗ । ତେବେ ଜବତ ହୋଇଥିବା କେନ୍ଦୁ କାଠଗଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବା ନେଇ ସୂଚନା ମିଳିଛି । ତେବେ ଅଭିଯୁକ୍ତଙ୍କୁ ଗିରଫ କରି ବନବିଭାଗ ଅଧିକ ତଦନ୍ତ ଜାରି ରଖିଛି ।





