ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକା ଝିଅ ନିଖୋଜ ଥିବା ନେଇ ତାଙ୍କ ସାବତ ବାପା ଥାନାରେ ଏତଲା ଦେଇଥିବା ବେଳେ ଝିଅକୁ ଜଣେ ଅପ୍ରାପ୍ତ ବୟସ୍କ ଯୁବକ ବିବାହ କରୁଥିବା ନେଇ ଚାଇଲ୍ଡ ଲାଇନ୍କୁ ଖବର ଆସିଥିଲା । ଓଡ଼ଗାଁ ଅଂଚଳର ରାଜକିଶୋର ପରିଡ଼ାଙ୍କ ପୁଅ ପ୍ରକାଶ ପରିଡ଼ା ଝିଅକୁ ଉଠାଇ ନେଇ ଓଡ଼ଗାଁର ଏକ ଘରେ ରଖି ଆଜି ବିବାହ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଖବରପାଇ ଓଡ଼ଗାଁ ନାବାଳିକା ନିରୋଧ ଅଧିକାରୀ ସ୍ୱର୍ଣ୍ଣଲତା ଜେନା ଏବଂ ଚାଇଲ୍ଡ ଲାଇନ ସଦସ୍ୟ ପଂହଚି ବିବାହ ଅଟକାଇଥିଲେ । ପୁଅର ବୟସ ୧୯ ବର୍ଷ ହୋଇଥିବାରୁ ଉଭୟ ପୁଅ ଓ ଝିଅଙ୍କୁ ସିଡବ୍ଲ୍ୟୁସିରେ ହାଜ କରାଯାଇଥିବା ଜଣାଯାଇଛି ।






