Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହୋଟେଲରେ ଅଣ୍ଡରଗ୍ରାଉଣ୍ଡରେ ମଦ୍ୟପାନ, ସ୍ପେଶାଲ୍ ସ୍ୱାର୍ଡ଼ର ଟିୟୁସନ

୧୮ ହଜାର ଜୋରିମାନା ଆଦାୟ, ମସଲା ଦୋକାନ ସିଲ୍

by Anil Panda
July 27, 2020
in Feature News
ହୋଟେଲରେ ଅଣ୍ଡରଗ୍ରାଉଣ୍ଡରେ ମଦ୍ୟପାନ, ସ୍ପେଶାଲ୍ ସ୍ୱାର୍ଡ଼ର ଟିୟୁସନ
2k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଅମାନିଆଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ରଣପୁର ଅଂଚଳରେ କୋଭିଡ୍ ଆଇନକୁ ଅଣଦେଖା ବିଭିନ୍ନ ପ୍ରକାର ବ୍ୟବସାୟ ଚାଲିଥିବା ନେଇ ଅଭିଯୋଗ ଆସିବା ପରେ ଆଜି ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନେତୃତ୍ୱରେ ସ୍ପେଶାଲ୍ ସ୍ୱାର୍ଡ଼ ଟିମ୍ ଚଢ଼ାଉ କରିଥିଲେ । ନୟାଗଡ଼ ତହସିଲଦାର୍ ଭିକାରୀ ସାହୁ, ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳଙ୍କ ସହ ପୁଲିସ କର୍ମଚାରୀମାନେ ଚଢ଼ାଉ ସମୟରେ କୋଭିଡ୍ ଆଇନକୁ ଅଣଦେଖା କରାଯାଉଥିବା ଦେଖି ବିଭିନ୍ନ ସ୍ଥାନରୁ ୧୮ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ଏକ ମସଲା ଦୋକାନାକୁ ସିଲ୍ କରି ଦେଇଥିବା ଜଣାଯାଇଛି । ସୂଚନାନୁସାରେ, ଆଜି ରଣପୁର ବଜାରରେ ଚଢ଼ାଉ ସମୟରେ ଏକ ମସଲା ଦୋକାନରେ କୋଭିଡ୍ ଆଇନ ଉଲଂଘନ କରାଯାଇଥିବା ଦେଖା ଯାଇଥିଲା । ଏହି ମସଲ ଦୋକାନକୁ ସିଲ କରାଯାଇଥିବା ବେଳେ ହୋଟେଲ ପ୍ରଶାନ୍ତ ଅଣ୍ଡରଗ୍ରାଉଣ୍ଡରେ ୨୦ରୁ ଉର୍ଦ୍ଧ୍ୱ ଲୋକ ବସି ମଦ୍ୟପାନ କରୁଥିଲେ । ସ୍ପେଶାଲ୍ ସ୍ୱାର୍ଡ଼କୁ ଦେଖି ହୋଟେଲ୍ କର୍ମଚାରୀ ଉକ୍ତ ଅଣ୍ଡରରାଉଣ୍ଡ କବାଟ ବନ୍ଦ କରି ଦେଇଥିବା ବେଳେ ଏସ୍‌ଆଇ ଶିଆଳ କବାଟ ଭାଙ୍ଗି ତାହା ଭିତରେ ଥିବା ଲୋକଙ୍କ ବାହାରକୁ ବାହାର କରିବା ସହ ଅନେକ ପରିମାଣର ମଦ ଜବତ କରିଛନ୍ତି । ଏହି ପ୍ରଶାନ୍ତ ହୋଟେଲ୍‌କୁ ୧୦ ହଜାର ଟଙ୍କା ଜୋରିମାନା କରାଯାଇଥିବା ବେଳେ ଜବତ ମଦକୁ ରଣପୁର ଥାନା ଜିମା ଦିଆଯାଇଥିବା ଜଣାଯାଇଛି । ସେହିଭଳି ରଣପୁର ଅଂଚଳର ଅନ୍ୟ ଦୁଇ ହୋଟେଲକୁ ୩ ହଜାର ଲେଖାଁଏ ଜୋରିମାନା କରାଯାଇଥିବା ବେଳେ ମୋଟ ଆଜି ୧୮ ହଜାର ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ସ୍ପେଶାଲ୍ ସ୍ୱାର୍ଡ଼ ଚଢ଼ାଉ ପରେ ରଣପୁର ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି । କୋଭିଡ୍ ଆଇନ ଉଲଂଘନ କରି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!