Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଦଳିବ +୨ ସିଲାବସ, ଆଞ୍ଚଳିକ ଭାଷାରେ ଶିକ୍ଷାଦାନକୁ ଦିଆଯିବ ପ୍ରାଥମିକତା

by ସଞ୍ଜୟ ସ୍ୱାଇଁ
January 31, 2024
in Education, State
ବଦଳିବ +୨ ସିଲାବସ,  ଆଞ୍ଚଳିକ ଭାଷାରେ ଶିକ୍ଷାଦାନକୁ ଦିଆଯିବ ପ୍ରାଥମିକତା
145
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରିବାକୁ ପ୍ରାଥମିକତା ଦିଆଯିବ। ପିଲାଙ୍କ ବ୍ୟାଗ୍‌ ହାଲୁକା କରିବା ପାଇଁ ଅନାବଶ୍ୟକ ପାଠ୍ୟକ୍ରମକୁ ବାଦ୍‌ ଦିଆଯିବ। ଏହାସହ ଜାତୀୟ ସ୍ତରରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସକ୍ଷମ କରିବା ପାଇଁ ଅତ୍ୟାଧୁନିକ ବିଷୟବସ୍ତୁକୁ ସାମିଲ କରାଯିବ। ଆସନ୍ତା ଶିକ୍ଷାବର୍ଷରୁ ପରିବର୍ତ୍ତିତ ପାଠ୍ୟକ୍ରମ ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରିଛି। ଗତ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାନ୍ଥ ନିବାସ ଠାରେ ଏନେଇ ବିଭିନ୍ନ ବିଷୟର ବିଶ୍ୱବିଦ୍ୟାଳୟ ସ୍ତରୀୟ ବିଶେଷଜ୍ଞ ମାନଙ୍କୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସ୍ତରୀୟ ବିଭିନ୍ନ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବାକୁ +୨ ସିଲାବସ ରେ ପରିବର୍ତ୍ତନ କରାଯିବ। ଇଂରାଜୀ ଭାଷାରେ ପଢ଼ାଯାଉଥିବା ବିଷୟକୁ ଓଡ଼ିଆରେ ପଢ଼ାଯିବ। ଫଳରେ ଇଂରାଜୀ ବୁଝିବାରେ ଅସୁବିଧା ଭୋଗୁଥିବା ଛାତଛାତ୍ରୀ ସହଜରେ ଅଧ୍ୟୟନ କରିପାରିବେ। ସେହିପରି ଆଉ ଅନାବଶ୍ୟକ ପାଠ ପଢ଼ାଯିବ ନାହିଁ। ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ଓ ପ୍ରବେଶିକା ପରୀକ୍ଷାରେ ଆସୁନଥିବା ପ୍ରଶ୍ନପତ୍ରର ବିଷୟବସ୍ତୁକୁ ବାଦ ଦିଆଯିବ। ଏହାସହ ନୂଆ ନୂଆ ବିଷୟବସ୍ତୁ ପାଠ୍ୟକ୍ରମରେ ସଂଯୋଗ କରାଯିବ। କୃତ୍ତିମ ବୁଦ୍ଧିମତା, କର୍ପୋରେଟ ପରଚାଳନା, ଓଡ଼ିଆ ଜାତୀୟତାବାଦ ପରି ରାଜନୀତି ବିଜ୍ଞାନରେ ଆସୁଥିବା ନୂଆ ନୂଆ ଧାରାକୁ ସାମିଲ କରାଯିବ। ଅନୂରୂପ ଭାବେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଆସିଥିବା ପରିବର୍ତ୍ତିନକୁ ପାଠ୍ୟକ୍ରମରେ ସାମିଲ କରାଯିବ। ଫଳରେ ଛାତ୍ରଛାତ୍ରୀମାନେ ସାମ୍ପ୍ରତିକ ବିଷୟରେ ଜ୍ଞାନ ଆହୋରଣ କରିପାରିବେ। ନିଜକୁ ଜାତୀୟ ସ୍ତରର ପରୀକ୍ଷା ପାଇଁ ପ୍ରସ୍ତୁତ କରିପାରିବେ। ନୂତନ ସିଲାବସ ପ୍ରସ୍ତୁତ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ପ୍ରତିଟି ବିଷୟ ପାଇଁ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଓ ପ୍ରାଧ୍ୟାପିକାଙ୍କୁ ନେଇ ବିଶେଷଜ୍ଞ କମିଟି ଗଠନ ହୋଇଛି। ଏଥିରେ କମିଟିରେ ଜଣେ ଅଧ୍ୟକ୍ଷ ଥିବାବେଳଏ ୫ ରୁ ୭ ଜଣ ବିଶେଷଜ୍ଞଙ୍କ କମିଟିରେ ରହିଛନ୍ତି। କମିଟି ପରିବର୍ତ୍ତିତ ସିଲାବସକୁ ପରିଷଦ ନିକଟରେ ଦାଖଲ କରିସାରିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣା ପଡିଛି। ସରକାରଙ୍କ ଅନୁମୋଦନ ପରେ ଏହା ନୂତନ ପାଠ୍ୟକ୍ରମ ଭାବେ କାର୍ଯ୍ୟକାରୀ ହେବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!