Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ୧୬ ସିଟ୍‌ ପାଇଁ ଜାରି କଲା ପ୍ରାର୍ଥୀ ତାଲିକା

by ସଞ୍ଜୟ ସ୍ୱାଇଁ
January 30, 2024
in NATIONAL NEWS, Politics
ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ୧୬ ସିଟ୍‌ ପାଇଁ  ଜାରି କଲା ପ୍ରାର୍ଥୀ ତାଲିକା
44
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟୀ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ସପା ୧୬ ଆଶାୟୀଙ୍କ ନାଁ ଘୋଷଣା କରିଛି। ତାଲିକାରେ ଯାଦବ ପରିବାରରୁ ଡିମ୍ପଲ ଯାଦବ, ଧର୍ମେନ୍ଦ୍ର ଯାଦବ, ଅକ୍ଷୟ ଯାଦବଙ୍କ ନାଁ ମଧ୍ୟ ରହିଛି। ତେବେ, ଏପର୍ଯ୍ୟନ୍ତ ବିଜେପି ସମେତ ଅନ୍ୟ କୌଣସି ଦଳ ପ୍ରାର୍ଥୀ ତାଲିକା ବାହାର କରିନଥିବାବେଳେ, ଏପରି କରି ସପା ଆଗୁଆ ନିର୍ବାଚନ ପ୍ରସ୍ତୁତି କରୁଛି ବୋଲି କୁହାଯାଉଛି। ମୈନପୁରୀରୁ ଲଢ଼ିବେ ଡିମ୍ପଲ:- ସମ୍ଭଲରୁ ଶଫୀକୁରହମାନ ବର୍କଙ୍କୁ ଦ୍ବିତୀୟ ଥର ଓହ୍ଲାଇଛି ଦଳ। ଫିରୋଜାବାଦରୁ ଅକ୍ଷୟ ଯାଦବ, ମୈନପୁରୀରୁ ଡିମ୍ପଲ ଯାଦବ, ଏଟାରୁ ଦେବେଶ ଯାଦବ, ବନ୍ଦାୟୁଁରୁ ଧର୍ମେନ୍ଦ୍ର ଯାଦବ, ଖୀରୀରୁ ଉତ୍କର୍ଷ ବର୍ମା, ଧୋରହରାରୁ ଆନନ୍ଦ ଭଦୋରିଆ, ଉନ୍ନାଓରୁ ଶ୍ରୀମତି ଅନ୍ନ ଟଣ୍ଡନଙ୍କୁ ପ୍ରାର୍ଥୀ କରାଯାଇଛି। ୮୦ରୁ ୬୦ ସିଟ୍‌ରେ ଲଢ଼ୁଛି ସପା: – ସୂଚନାଯୋଗ୍ୟ, ଚଳିତ ଲୋକସଭା ନିର୍ବାଚନରେ ସପା, କଂଗ୍ରେସ ଏବଂ ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ମେଣ୍ଟ ସହ ଲୋକସଭା ନିର୍ବାଚନ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ୟୁପିର ୮୦ରୁ ୬୦ ସିଟ୍‌ରେ ସପା ଲଢ଼ିବାକୁ ନିଷ୍ପତ୍ତି ନେଇଛି। ସାତ ସିଟ୍‌ ଜୟନ୍ତ ଚୌଧୁରୀଙ୍କ ଆରଏଲଡିକୁ ଦିଆଯାଇଛି। ୧୧ ସିଟ୍‌ରେ ସପା କଂଗ୍ରେସକୁ ଦେଇଛି। ଅବଶ୍ୟ କଂଗ୍ରେସ ତରଫରୁ ଏହି ସିଟ୍‌କୁ ନେଇ କିମ୍ବା ମେଣ୍ଟକୁ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ଏମିତିରେ ସପା ଏବଂ କଂଗ୍ରେସ ମେଣ୍ଟ ଉପରେ ଦ୍ବନ୍ଦ୍ବ ସ୍ଥିତି ରହିଛି। ତେବେ କୁହଯାଉଛି ଉଭୟ ଦଳ ମଧ୍ୟରେ ସହମତି ହୋଇସାରିଛି। ଏହାକୁ ଦେଖି ସପା ଆଶାୟୀଙ୍କ ଘୋଷଣା କରିଛି। ଆଉ ଏମିତିରେ ଏବେ ଏହି ଆଶୟୀଙ୍କୁ ପ୍ରଚାର ଆରମ୍ଭ କରିବାକୁ ଅଧିକ ସମୟ ମିଳିଯିବ। ଗତ ଲୋକସଭା ନିର୍ବାଚନରେ ସପା, ବହୁଜନ ସମାଜବାଦୀ ପାର୍ଟୀ ସହ ମେଣ୍ଟ କରିଥିଲା। ସେତେବେଳେ ୮୦ରୁ ବିଜେପି ୬୨, ବସପା ୧୦ ଏବଂ ସପାକୁ ୫ ସିଟ୍‌ ମିଳିଥିଲା। ଅପନା ଦଳକୁ ଦୁଇ ସିଟ୍‌ ମିଳିଥିଲା। ଅବଶ୍ୟ ଏବେ ସପା ପାଖରେ ତିନିଟି ଲୋକସଭା ସିଟ୍‌ ରହିଛି। କାରଣ ପାଞ୍ଚରୁ ଦୁଇଟି ସିଟ୍‌କୁ ବିଜେପି ଉପନିର୍ବାଚନରେ ହାତେଇଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!