Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ କଲେଜରେ ଆନ୍ତଃ ଜୋନ୍ କ୍ରିକେଟ ଫାଇନାଲ, ଦେବରାୟ କଲେଜ୍ ଚମ୍ପିୟାନ

by ସଞ୍ଜୟ ସ୍ୱାଇଁ
January 29, 2024
in Nayagarh, Sports, State
ନୟାଗଡ଼ କଲେଜରେ ଆନ୍ତଃ ଜୋନ୍ କ୍ରିକେଟ ଫାଇନାଲ, ଦେବରାୟ କଲେଜ୍ ଚମ୍ପିୟାନ
124
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆନ୍ତଃ ଜୋନ୍ କ୍ରିକେଟ ଫାଇନାଲ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି କଲେଜକୁ ପରାସ୍ତ କରି ନୟାପଲ୍ଲୀ ଦେବରାୟ କଲେଜ ବିଜୟୀ ହୋଇଛି । ପ୍ରଥମେ ଦେବରାୟ କଲେଜ ଟସ୍ ଜିତି ବୋଲିଂ କରିଥିଲା । ବିଜେବି କଲେଜ ପ୍ରଥମେ ବ୍ୟାଟିଂ କରି ୨୬.୩ ଓଭରରେ ୭୦ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହି ଲକ୍ଷକୁ ଦେବରାୟ କଲେଜ ୧୧.୪ ଓଭରରେ ହାସଲ କରିବାରେ ବିଜୟୀ ହୋଇଥିଲା । ଦେବରାୟ କଲେଜ ତରଫରୁ ଶୁଭମ୍ ସତ୍ୟଜିତ୍ ନାୟକ ୪୭ ରନ୍ କରି ଅପରାଜିତ ଥିଲେ । ଦେବରାୟ କଲେଜର ଅଂଶୁମାନ ବେଜ୍ ୬ ଓଭରରେ ମାତ୍ର ୧୪ ରନ୍ ବ୍ୟୟ କରି ୩ଟି ଉଇକେଟ୍ ହାସଲ କରିବା ସହ ମ୍ୟାନ୍ ଅଫଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିଥିବା ବିଜେବି କଲେଜର ସାଇ ଶଭମ୍ ମ୍ୟାନ ଅଫ ଦି ସିରିଜ୍ ପୁରସ୍କାର ହାସଲ କରିଥିଲେ ।

ମ୍ୟାଚରେ ଅମ୍ପେୟାରିଂ କରିଥିଲେ ସତ୍ୟଜିତ ମହାନ୍ତି, ରିଶିକାନ୍ତ ମାନସିଂ, ସ୍ମୃତି ରଞ୍ଜନ ମାନସିଂ, ବିମଲ କୁମାର ପ୍ରଧାନ, ତନ୍ମୟ ସାମନ୍ତ ସିଂହାର । ଡାନି କଲର୍ସ ସ୍କୋରର ରହିଥିଲେ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ପୋର୍ଟସ କାଉନସିଲ ଉତ୍କଳ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ. ବିଜୟ କୁମାର ସୁନ୍ଦରାୟ, ନିରୁପମା ଖଟେଇ ଅଧ୍ୟକ୍ଷା ନୟାଗଡ଼ ମୁନିସ୍‌ପାଲଟି, କୋ ଅର୍ଡିନେଟର ଡ. ପ୍ରବୀର କୁମାର ମହାନ୍ତି, ବେଣୁଧର ଦାସ, ଚତୁର୍ଭୁଜ ଜେନା, ପ୍ରଶାନ୍ତ କୁମାର ମହାନ୍ତି, ନୟାଗଡ଼ ସ୍ୱୟଂଶାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । କଲେଜର ଅଧ୍ୟକ୍ଷ ଅତିଥି ମାନଙ୍କର ସ୍ୱାଗତ ଭାଷଣ ଦେବା ସହ ଖେଳର ଉପାଦେୟତା ବିଷୟରେ ବୁଝାଇଥିଲେ । କଲେଜର କ୍ରୀଡ଼ା ଶିକ୍ଷକ ସୂର୍ଯ୍ୟମଣି ପ୍ରଧାନ, ବିନାୟକ ପ୍ରସାଦ ସଓ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଉଦ୍‌ଯାପନ ଉତ୍ସବର ମଞ୍ଚ ପରିଚାଳନା କରିଥିଲେ ଡ. ଆଶୁତୋଷ ମିଶ୍ର । ଅଧ୍ୟାପକ ଗଣେଷ ମିଶ୍ର ଖେଳ ସୁପରିଚାଳନା ପାଇଁ ସମସ୍ତ କର୍ମ କର୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!