ବାରଙ୍ଗ, (ବାଘୁଆବାର୍ତ୍ତା): ଏକୁଟିଆ ଦେଖି ମହିଳା ଏବଂ ବରିଷ୍ଠ ନାଗରିକଙ୍କୁ କରୁଥିଲେ ଟାର୍ଗେଟ୍ । ଝାମ୍ପି ନେଉଥିଲେ ସୁନା ଅଳଙ୍କାର ସହ ମୋବାଇଲ୍ । ଭୁବନେଶ୍ବର ଚନ୍ଦକା ଥାନା ପୋଲିସ ହାତରେ ଧରା ପଡିଛନ୍ତି ଦୁଇ ସ୍ନାଚର୍ । ଗତ ଦୁଇ ଦିନ ପୂର୍ବରୁ ଜଣେ ମହିଳା ତାଙ୍କ ପରିବାର ସହ ଡେରାସ ବୁଲିବା ବେଳେ ଏକା ଦେଖି ଦୁଇ ଲୁଟେରା ତାଙ୍କ ବେକରୁ ୨୦ ଗ୍ରାମର ସୁନା ଚେନ୍ ଏବଂ ମୋବାଇଲ୍ ଲୁଟ୍ କରିଥିଲେ । ଏନେଇ ମହିଳା ଜଣକ ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ସ୍ନାଚର୍ଙ୍କୁ କାବୁ କରିଥିଲେ । ଗିରଫ ଦୁଇ ଲୁଟେରା ହେଲେ ରଜେଶ ଦାସ ଏବଂ ରାଜକିଶୋର ଧର ଲୁଟ୍ କରୁଥିଲେ । ଦୁଇ ଲୁଟେରାଙ୍କ ଠାରୁ ଗୋଟିଏ ୨୦ ଗ୍ରାମ ସୁନା ଚେନ୍, ମୋବାଇଲ୍ ଏବଂ ବାଇକ୍ ଜବତ କରିବା ସହ ଗିରଫ କରି ଚନ୍ଦକା ଥାନା ପୋଲିସ କୋର୍ଟ ଚାଲାଣ କରିଛି ।





