Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶକ୍ତିଶାଳୀ ହେଉଛି ବିଜେଡି, ବିଜେପି ଛାଡ଼ି ବିଜେଡିରେ ମିଶିଲେ ଦମ୍ପତି

by ସଞ୍ଜୟ ସ୍ୱାଇଁ
January 16, 2024
in Nayagarh, Politics, State
ଶକ୍ତିଶାଳୀ ହେଉଛି ବିଜେଡି, ବିଜେପି ଛାଡ଼ି ବିଜେଡିରେ ମିଶିଲେ ଦମ୍ପତି
642
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ସାମିଲ ହେଉଛନ୍ତି ବିରୋଧୀ ଗୋଷ୍ଠି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ ଚିନ୍ତାଧାରାରେ ଶକ୍ତିଶାଳୀ ହେବାକୁ ଯାଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ । ନୟାଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପତ୍ତିପୁର ପଞ୍ଚାୟତର ପତି ଓ ପତ୍ନି ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଚମ୍ପତ୍ତିପୁର ପଞ୍ଚାୟତରେ ଦିନକୁ ଦିନ ସୁଦୃଢ ହେଉଛି ବିଜେଡ଼ି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଉପରେ ବଢୁଛି ବିଶ୍ୱାସ ଓ ଭରସା । ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ସ୍ୱଚ୍ଛ ଶାସନ, ଗାଁ ଗଣ୍ଡାରେ ଶାନ୍ତି ପ୍ରତିଷ୍ଠା, ସଂସ୍କାର ଆଣିବାକୁ ପାଥୟ କରି ଚମ୍ପତ୍ତିପୁର ଗ୍ରାମ ପଞ୍ଚାୟତ ବିଜେପି ଦଳର ଆଗ ଧାଡ଼ିର ନେତା ଯୁଧିଷ୍ଠିର ସେଠି ଓ ନେତ୍ରୀ ସ୍ନେହଲତା ସେଠି ମକର ସଂକ୍ରାନ୍ତି ସନ୍ଧ୍ୟାରେ ବିଦ୍ଧିବଦ୍ଧ ଭାବେ ବିଜେଡ଼ି ଦଳରେ ଯୋଗ ଦେଇଛନ୍ତି । ମାନ୍ୟବର ବିଧାୟକ ତାଙ୍କୁ ଦଳର ଯେଉଁ ଦାୟିତ୍ୱ ଦେବେ ତାକୁ ସୁଚାର ଭାବେ ପାଳନ କରିବା ସହ ଚମ୍ପତ୍ତିପୁର ପଞ୍ଚାୟତକୁ ବିଜେଡ଼ିର ଗଡ଼ ପ୍ରସ୍ତୁତ କରିବା ପାଇଁ ସଂକଳ୍ପ ନେଇଛନ୍ତି । ବିଧାୟକ ଡ଼ ସାହୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଜିଲ୍ଲା ପରିଷଦ ସରୋଜ ରଣସିଂ, ପଞ୍ଚାୟତ ପର‌୍ୟ୍ୟବେକ୍ଷକ ତଥା ପୂର୍ବତ୍ତନ ସରପଞ୍ଚ ପଦ୍ମଚରଣ ଉଦୟଭାନୁ, ପଞ୍ଚାୟତ ବିଜେଡ଼ି ଉପ ସଭାପତି ଚରଣ ସ୍ୱାଇଁ, ସଂପାଦକ ପ୍ରମୋଦ ମହାନ୍ତି, ସମାଜସେବୀ ବାଞ୍ଛାନିଧି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!