Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିସେମ୍ବର ୨୬ରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ

by ସଞ୍ଜୟ ସ୍ୱାଇଁ
December 14, 2023
in Politics, State
ଆଜିଠୁ ବିଜେଡିର ତାଲିମ ଶିବିର, ନେତା ଓ କର୍ମୀଙ୍କୁ ଦିଆଯିବ ଗୁରୁମନ୍ତ୍ର
92
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଡିସେମ୍ବର ୧୫ରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ । ୨୦୨୪ ନିର୍ବାଚନ ପାଇଁ ଚୂଡ଼ାନ୍ତ ହେବ ରଣନୀତି । ପ୍ରତିଷ୍ଠା ଦିବସ ଏବଂ ସଙ୍ଗଠନ ସମ୍ପର୍କରେ ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପ୍ରଥମ ଥର ପାଇଁ ଶଙ୍ଖ ଭବନରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ । ଏଥିରେ ଯୋଗଦେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକାରିଣୀରେ ୩ଟି ପ୍ରସ୍ତାବ ଉପରେ ବାଜିବ ମୋହର । ସମାଜିକ, ରାଜନୈତିକ ଏବଂ ସାଙ୍ଗଠନିକ ପ୍ରସ୍ତାବ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ବଜେଡିର ସମସ୍ତ ନେତା ଓ କର୍ମୀ ସକଳ୍ପ ନେବେ । ଏହି କାର୍ଯ୍ୟକାରଣୀ ବୈଠକରେ ସମସ୍ତ ସାଂସଦ, ବିଧାୟକ ଏବଂ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଦସ୍ୟ, ଛାମୁଆ ସଂଗଠନ ସଭାପତି ଓ ନିମନ୍ତ୍ରିତ ଅତିଥି ଯୋଗ ଦେବେ । ଡିସେମ୍ବର ୨୬ ତାରିଖରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ । ଦଳର ପ୍ରତିଷ୍ଠା ଦିବସକୁ ରାଜ୍ୟବ୍ୟାପୀ ପାଳନ କରିବାକୁ ଯୋଜନା ହୋଇଛି । ପ୍ରତି ନିର୍ବାଚନ ମଣ୍ଡଳୀ, ବ୍ଲକ ଏବଂ ପୌରାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ୨୬ ବର୍ଷ ଧରି ବିଜେଡି ଓଡିଶା ଲୋକଙ୍କ ସେବା କରିଆସିଥିବାରୁ ଏହି ଅବସରରେ ରକ୍ତ ଦାନ ଶିବିର ଆୟୋଜନ କରି ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ । ସେଥିପାଇଁ ସବୁ ନିର୍ବାଚନୀ ମଣ୍ଡଳୀରେ ବୃକ୍ଷ ରୋପଣ,ସାଇକେଲ ରାଲି ଏବଂ ଗଣଦୌଡ କାର୍ଯ୍ୟକ୍ରମ କରାଯିବ । ଏଥିରେ ଅଧିକରୁ ଅଧିକ ଯୁବକ ଓ ଛାତ୍ରଙ୍କୁ ଯୋଡିବା ପାଇଁ ପ୍ରୟାସ କରିବ ଦଳ । କଟକ ଆନନ୍ଦଭବନରୁ ଶଙ୍ଖ ଭବନ ଯାଏଁ ସାଇକେଲ ରାଲି କରିବ ବିଜୁ ଯୁବ ଓ ଛାତ୍ର ଜନତା ଦଳ । ଆଗକୁ ନିର୍ବାଚନ ଥିବାରୁ ବିଜେଡି ସରକାରର ବିକାଶ ମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଯୁବ , ଛାତ୍ର ଏବଂ ମହିଳାଙ୍କୁ ଦଳ ସହିତ ଯୋଡିବାକୁ ପ୍ରୟାସ କରୁଛି ବିଜେଡି । ପ୍ରତିଷ୍ଠା ଦିବସରୁ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ କର୍ମୀମାନଙ୍କୁ ତାଲିମ ଦେବା ସହ ମୁଁ ହେବି ନବୀନ ଓଡିଶା ସାରଥୀ କାର୍ଯ୍ୟକ୍ରମର ଅୟୋଜନ କରିବ ବିଜେଡି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!