Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାନ୍ଦପୁର କୋଭିଡ୍ ହେଲ୍‌ଥ ସେଣ୍ଟର ପରିସରରେ ଧାରଣା

by ସଞ୍ଜୟ ସ୍ୱାଇଁ
July 20, 2020
in Feature News
ଚାନ୍ଦପୁର କୋଭିଡ୍ ହେଲ୍‌ଥ ସେଣ୍ଟର ପରିସରରେ ଧାରଣା
37
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ୍ ହେଲ୍‌ଥ ସେଣ୍ଟର ପରିସରରେ ଆଜି ରଣପୁର ନିର୍ବାଚନ ମଣ୍ଡଳୀର ସଚେତନ ଜନତା ଏବଂ ଜନପ୍ରତିନିଧିମାନେ ଧାରଣା ଦେଇଛନ୍ତି । ଚାନ୍ଦପୁର ବସନ୍ତ ମଂଜରୀ ଚିକିତ୍ସାଳୟ ବର୍ହି ବିଭାଗରେ ୨୪ ଘଣ୍ଟିଆ ରୋଗୀ ସେବା ପାଇଁ ଏହି ଧାରଣା ଦିଆଯାଇଥିବା ଜଣାଯାଇଛି । ସୂଚନାନୁସାରେ, ଚାନ୍ଦପୁର ବସନ୍ତ ମଂଜରୀ ଟିବି ଚିକିତ୍ସାଳୟକୁ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ କୋଭିଡ୍ ହେଲ୍‌ଥ ସେଣ୍ଟରରେ ପରିଣତ କରିଛି । ଯାହାକୁ ନେଇ ଚାନ୍ଦପୁର ଅଂଚଳର ସାଧାରଣ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବ ଅଭିଯୋଗ ହୋଇଛି । ଦୈାନିକ ଏଠାରେ ଶହ ଶହ ରୋଗୀ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ପରିସ୍ଥିତିରେ ରୋଗୀମାନେ ସ୍ୱାସ୍ଥ୍ୟସେବାରୁ ବଂଚିତ ହେବାର ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏଠାରେ ଟିବି, ଶିଶୁ ରୋଗ, ନିଦାନ, ପ୍ରସୁତି ଓ ଭେଷଜ ବିଶେଷଜ୍ଞଙ୍କ ନିଯୁକ୍ତି ପାଇଁ ଦାବି କରାଯାଇଛି । ଏଥିସହିତ ଜରୁରୀ ଅସ୍ତ୍ରୋପ୍ରଚାର ଗୃହ, ପ୍ରସୁତି ଗୃହ, କାର୍ଯ୍ୟକ୍ଷକ କରିବା ପାଇଁ ଦାବି ରଖାଯାଇଛି । ବିଗତ ୪ମାସ ଧରି ଏହି ଅଂଚଳର ଜନସାଧାରଣ ସ୍ୱାସ୍ଥ୍ୟ ସେବା ଉପରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆଜି ଧାରଣା ଦେଇଥିବା ଜଣାପଡ଼ିଛି । ଏଥିସହିତ କୋଭିଡ୍ ପରିଚାଳନା ପାଇଁ ସମ୍ ହସ୍ପିଟାଲ ସହ କୈାଣସି ଚୁକ୍ତି ନକରିବା ପାଇଁ ଦାବି କରାଯାଇ ଧାରଣା ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ସେଠାରେ ପହଂଚି ଧାରଣରତ ଲୋକଙ୍କୁ ବୁଝାଶୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ଅନ୍ୟପକ୍ଷେ, ଏ ସଂମ୍ପର୍କରେ ଏକ ଦାବିପତ୍ର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ, ସ୍ଥାନୀୟ ବିଧାୟକ, ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!