Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରୁନି ମଦ ବ୍ୟବସାୟୀଙ୍କ ଟଙ୍କା ଗଣା, ୨୫୦ କୋଟି ଟପିବ

by ସଞ୍ଜୟ ସ୍ୱାଇଁ
December 8, 2023
in Crime, State
ସରୁନି ମଦ ବ୍ୟବସାୟୀଙ୍କ ଟଙ୍କା ଗଣା, ୨୫୦ କୋଟି ଟପିବ
107
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସମ୍ବଲପୁରରେ ଚାଲିଥିବା ଆଇଟି ରେଡରେ ପୂର୍ଣ୍ଣଚ୍ଛେଦ ପଡିନି । ଗତକାଲି ହୋଇଥିବା ଆଇଟି ରେଡରେ ମିଳିଥିବା ବିପୁଳ ଟଙ୍କାର ହିସାବ ସରିନି । ମଦ ବ୍ଯବସାୟୀଙ୍କ ଦେଶୀ ମଦଭାଟିରୁ ମିଳିଥିବା ଟଙ୍କା ଗଣି ଗଣି ହାଲିଆ ହୋଇଛି ଆୟକର ବିଭାଗ । ସମ୍ବଲପୁରରେ ୩୨ ବ୍ୟାଗ ଟଙ୍କା ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରେ ରହିଥିବାବେଳେ ତାହା ଗତକାଲି ଅଧା ଗଣା ହୋଇ ରହିଛି । ଟଙ୍କା ଗଣିବାକୁ ବ୍ୟାଙ୍କ କର୍ମଚାରୀ ନିଅଣ୍ଟ ହୋଇଥିବାବେଳେ ପୁଣି ଟଙ୍କା ଗଣା ହେବ ଜଣାପଡିଛି । ତେବେ ପ୍ରକୃତରେ କେତେ ଟଙ୍କା ବାହାରିଛି ଓ କିଏ କିଏ ଅଟକ ଅଛନ୍ତିକି ସେନେଇ ଆୟକର ବିଭାଗ କୌଣସି ପ୍ରକାର ସୂଚନା ପ୍ରଦାନ କରି ନାହିଁ । ସୂଚନା ଥାଉକି, ଦୁଇଟି ଷ୍ଟିଲ୍‌ ଆଲ୍‌ମିରା ଫୁଲ୍‌ । ଉପରୁ ତଳ ଯାଏ ଖୁନ୍ଦା ହୋଇଛି ୫୦୦ ଟଙ୍କିଆ ବିଡ଼ା । ଆଖି ତରାଟି ଦେଲା ଭଳି । ବ୍ୟାଙ୍କ ଓ ଆଇଟି ଅଧିକାରୀ ଗଣି ଗଣି ହାଲିଆ । ଟଙ୍କା ଗଣା ମେସିନ୍‌ ବି ଗରମ ହୋଇ ଯାଉଛି । ଦେଢ଼ ଶହ କୋଟି ଗଣା ସରିଲାଣି । ୨୫୦ କୋଟି ଟପିଯିବ ବୋଲି ଅନୁମାନ କରୁଛନ୍ତି ଆଇଟି ଅଧିକାରୀମାନେ । ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧିରଜ ସାହୁଙ୍କ ଓ ତାଙ୍କ ସହଯୋଗୀଙ୍କ ଘରେ ଆୟକର ବିଭାଗର ଚଢ଼ଉର ସ୍ଥିତି ଏୟା । ଗୁରୁବାର ଦ୍ୱିତୀୟ ଦିନ ବି ଚଢ଼ଉ ଜାରି ରହିଥିଲା । ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ ଓ ଭୁବନେଶ୍ୱର ସମେତ କୋଲକାତା ଓ ରାଞ୍ଚିର ୨୫ଟି ଆଡ୍ଡାରେ ଆୟକର ଯାଞ୍ଚ ଚାଲିଥିଲା । ଗତକାଲି ରାତି ସୁଦପଡ଼ା ଭାଟିରୁ ୨ଟି ଆଲମାରୀ ଭର୍ତ୍ତି ଟଙ୍କା ଜବତ ହୋଇଥିଲା । ଏତେ ଟଙ୍କା ଦେଖି ତାଜୁବ୍‌ ହୋଇଯାଇଥିଲା ଚଢ଼ଉ ଦଳ । ଗଣା ଆରମ୍ଭ ହୋଇଥିଲା । ଗୁରୁବାର ବି ଦିନ ତମାମ ଗଣା ଚାଲିଥିଲା । ସରି ପାରିଲା ନାହିଁ । ଅଧିକ ଟଙ୍କା ଗଣା ମେସିନ ମଗାଯାଇଛି ଏ କାମ ସାରିବାକୁ । ଯାଞ୍ଚ ବେଳେ ଧିରଜ ସାହୁଙ୍କ ରୋଜଗାର ଉତ୍ସ ଓ ଦେଣନେଣ ନେଟ୍‌ୱାର୍କ ସଂପର୍କରେ ଗୁରୁତ୍ୱପୂର୍ଣ କାଗଜପତ୍ର ଓ ପ୍ରମାଣ ସଂଗ୍ରହ କରିଛନ୍ତି ଆୟକର ଅଧିକାରୀମାନେ । ଛତିଶଗଡ଼ ନିର୍ବାଚନରେ ଅନେକ ନେତାଙ୍କ ପାଖକୁ ଏ ମଦ ଟଙ୍କା ଯାଇଥିବା ସୁରାକ ମଧ୍ୟ ମିଳିଛି । କେବଳ ସେତିକି ନୁହେଁ ୨୦୧୯ ଓଡ଼ିଶା ନିର୍ବାଚନରେ ମଧ୍ୟ ଏହି ସୂତ୍ରରୁ ପାଣ୍ଠି ସଂଗ୍ରହ ହୋଇଥିଲା । ବିଭିନ୍ନ ଦଳର ନେତା ଏଥିରୁ ଉପକୃତ ହୋଇଥିବା ସନ୍ଦେହ କରାଯାଉଛି । ଧିରଜଙ୍କୁ ପଚରାଉଚରା ବେଳେ ଏ ସଂପର୍କରେ ତଥ୍ୟ ପଦାକୁ ଆସିବ ବୋଲି ଜଣେ ଆୟକର ଅଧିକାରୀ କହିଛନ୍ତି । ଅନ୍ୟପଟେ ଏତେ ପରିମାଣର କଳାଧନ କେଉଁଠୁ ଆସିଲା ଏବଂ କେଉଁଠି ଖର୍ଚ୍ଚ ହୋଇଛି ସେ ନେଇ ଖୋଳତାଡ଼ କରିବାକୁ ‘ଇଡି’କୁ (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତଦନ୍ତ ହସ୍ତାନ୍ତର କରାଯାଇପାରେ ବୋଲି ସୂଚନା ମିଳିଛି । ଇଡି ନାମ ଶୁଣି ନେତାଏ ଛାନିଆ ହୋଇଯାଇଛନ୍ତି । ଆୟକର ଫାଙ୍କି ଅଭିଯାଗରେ ଗତକାଲି ସାଂସଦ ଶ୍ରୀ ସାହୁଙ୍କ ମଦ କାରଖାନା ସହ ଡିଷ୍ଟିଲେରି ପ୍ରାଇଭେଟ୍‌ ଲିମିଟେଡ୍‌ ଓ ରାଣୀସତୀ ଗ୍ରୁପ ଅଫ କମ୍ପାନୀ ଉପରେ ଉପରେ ପଞ୍ଝା ମାରିଥିଲା ଆୟକ ବିଭାଗ । ଓଡ଼ିଶା, କୋଲକତା, ଝାଡ଼ଖଣ୍ଡର ୨୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଏହି ସମୟରେ ବଲାଙ୍ଗିରର ସୁଦପଡ଼ାଠାରେ ଥିବା ମଦ ଭାଟିରୁ ଦୁଇଟି ଆଲମାରୀ ଭର୍ତ୍ତି ଟଙ୍କା ମିଳିଥିଲା । ଆୟକର ବିଭାଗ ଉକ୍ତ ଟଙ୍କାକୁ ୧୫୬ଟି ବ୍ୟାଗ୍‌ ଓ କିଛି ବସ୍ତାରେ ଟ୍ରକ୍‌ରେ ଲୋଡ୍‌ କରି ବ୍ୟାଙ୍କକୁ ନେଇଥିଲା । ଗୁରୁବାର ସାଢ଼େ ୧୦ଟାରୁ ଆୟକର ବିଭାଗ ଓ ବ୍ୟାଙ୍କର ୩୦ ଜଣ କର୍ମଚାରୀମାନେ ଗଣିବା ଆରମ୍ଭ କରିଥିଲେ । ଏଥିପାଇଁ ୧୨ଟି ଛୋଟବଡ଼ ମେସିନକୁ ନିୟୋଜିତ କରାଯାଇଛି । ଜବତ ଟଙ୍କା ପରିମାଣ ଏତେ ରହିଛି ଯେ, ସେଗୁଡ଼ିକୁ ଗଣିବା ପାଇଁ ଆହୁରି ଚାରିଦିନ ଲାଗିଯିବ । ସେପଟେ ଆୟକର ବିଭାଗର ଆହୁରି ଦୁଇଟି ଟିମ୍‌ ସୁଦପଡ଼ା ମଦଭାଟିରେ ଏବେ ବି ଚଢ଼ଉ ଜାରି ରଖିଥିବା ବେଳେ ଗୋଟିଏ ଟିମ୍‌ କ୍ଲବପଡ଼ାସ୍ଥିତ ଅଫିସ ତଥା ବାସଭବନରେ ଯାଞ୍ଚ ଚଳାଇଛି । ସମାନଭାବରେ ଟିଟିଲାଗଡ଼ରେ ମଧ୍ୟ ୩ଟି ଟିମ୍‌ ସଞ୍ଜୟ ସାହୁ, ଦୀପକ ସାହୁ ଓ ଟିଟିଲାଗଡ଼ ମଦଭାଟିରେ ଯାଞ୍ଚ ଚଳାଇଛନ୍ତି । ଚଢ଼ଉର ଦ୍ୱିତୀୟ ଦିନରେ ଆଜି ଆୟକର ବିଭାଗର ଆଡିସନାଲ କମିଶନର(ତଦନ୍ତ) ଗୁରୁପ୍ରୀତ ସିଂହ ଓ ବିନୟ ଗୌତମ ପ୍ରଥମେ ବଲାଙ୍ଗିର ଆସି ସ୍ଥିତି ପରଖିବା ପରେ ଟିଟିଲାଗଡ଼ ଯାଇଥିବା ଜଣାପଡ଼ିଛି । ବ୍ୟାଙ୍କରେ ଶହଶହ କୋଟି ଟଙ୍କା ଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଦୀପକ ଓ ସଞ୍ଜୟ ଫେରାର ହୋଇଯାଇଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!