Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଡିଜିଏମ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
November 25, 2023
in Crime, State
ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଡିଜିଏମ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
185
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନୂଆପଲ୍ଲୀସ୍ଥିତ ଏକ ଆପାର୍ଟମେଣ୍ଟ୍‌ର ଫ୍ଲାଟ୍‌ରୁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଡେପୁଟି ଜେନେରାଲ ମ୍ୟାନେଜର(ଡିଜିଏମ୍‌)ଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ନୟାପଲ୍ଲୀ ଥାନା ପୋଲିସ ଶୁକ୍ରବାର ଅପରାହ୍ଣରେ ଫ୍ଲାଟ୍‌ର କବାଟ ଭାଙ୍ଗି ଡିଜିଏମ୍‌ ସୁନୀଲ କୁମାର ଖଟେଇଙ୍କ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହ ବ୍ୟବଚ୍ଛେଦ କରାଇ ପୋଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ କେଉଁ କାରଣ ପାଇଁ ଡିଜିଏମ୍‌ ଶ୍ରୀ ଖଟେଇ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଥାଉକି, ଶ୍ରୀ ଖଟେଇଙ୍କ ନିଜଘର ଗଞ୍ଜାମ ପଡ଼ିଆଝୁଲି । ସେ ନୟାପଲ୍ଲୀ ଜଗନ୍ନାଥ ଶକୁନ୍ତଳା ଆପାର୍ଟମେଣ୍ଟ୍‌ ଫ୍ଲାଟ୍‌ ନଂ-୨୦୨ରେ ରହୁଥିଲେ । ତାଙ୍କ ପତ୍ନୀ ଜଣେ ବିଚାରପତି । ୨ ଝିଅ(୩ ବର୍ଷ ଓ ୭ ବର୍ଷ) ମା’ଙ୍କ ପାଖରେ ରହୁଥିବା ବେଳେ ଶ୍ରୀ ଖଟେଇ ଏଠାରେ ଏକାକୀ ରହୁଥିଲେ । ଶୁକ୍ରବାର ସକାଳୁ ସେ ଘରୁ ବାହାରି ନଥିଲେ । ପରିବାର ଲୋକେ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ । ତେଣୁ ତାଙ୍କ ଭାଇ ସପନ ଖଟେଇ ଅପରାହ୍ଣରେ ଆସି କବାଟ ବାଡ଼େଇଥିଲେ । କବାଟ ନ ଖୋଲିବାରୁ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି କବାଟ ଭାଙ୍ଗି ଦେଖିବା ବେଳକୁ ଶ୍ରୀ ଖଟେଇଙ୍କ ମୃତଦେହ ଏକ ବେଡ୍‌ସିଟ୍‌ ବେକରେ ଗୁଡ଼ାହୋଇ ଫ୍ୟାନ୍‌ରେ ଝୁଲୁଥିଲା । ପୋଲିସ ମୃତଦେହ ଜବତ କରିଥିଲା । ପୋଲିସ ତଦନ୍ତରୁ ଜଣାପଡ଼ିଛି ଶ୍ରୀ ଖଟେଇ ମେଳାପୀ ସ୍ୱଭାବର ଥିଲେ । ପରିବାରରେ ତାଙ୍କର କାହା ସହ ଝଗଡ଼ା ବି ନଥିଲା । ବ୍ୟାଙ୍କରେ ମଧ୍ୟ ସବୁ ଠିକ୍‌ଠାକ ଥିଲା ବୋଲି କର୍ମଚାରୀଙ୍କ ଠାରୁ ଜଣାପଡ଼ିଛି । ତେବେ କେଉଁ କାରଣ ପାଇଁ ଶ୍ରୀ ଖଟେଇ ଆତ୍ମହତ୍ୟା କଲେ, ତାହା ଜଣା ପଡ଼ିନାହିଁ । ପୁଲିସ ଫ୍ଲାଟ୍‌ର ଉକ୍ତ ରୁମ୍‌କୁ ସିଲ୍‌ କରି ଦେଇଛି । ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ କରାଯିବ ବୋଲି ପୋଲିସ କହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!